ଅତି ଶୀଘ୍ର ଖାଆନ୍ତୁ ନାହ

ଆଜିକାଲିର ବ୍ୟସ୍ତବହୁଳ ଜୀବନ ଶୈଳୀରେ ଆରାମରେ ବସି ଖାଇବା ପାଇଁ କାହା ପାଖରେ ସମୟ ନାହିଁ। ଖୁବ ଶୀଘ୍ର ଖାଇ ଦେଇ କାମ ଶେଷ କରିଦେବା ଅନେକଙ୍କର ଅଭ୍ୟାସ ହୋଇଗଲାଣି। କିନ୍ତୁ ଅତିଶୀଘ୍ର ଖାଇବା ଫଳରେ ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ। ତେଣୁ ଶୀଘ୍ର ଶୀଘ୍ର ଖାଆନ୍ତୁ ନାହିଁ।
ଅତିଶୀଘ୍ର ଖାଇବା ଅଭ୍ୟାସ ଫଳରେ ହଜମକ୍ରିୟା ପ୍ରଭାବିତ ହୋଇଥାଏ। ଭଲଭାବରେ ଖାଦ୍ୟ ହଜମ ନ ହେଲେ ଗ୍ୟାସ ହେବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ।
ଆରାମରେ ଧୀରେ ଧୀରେ ଖାଇବା ଫଳରେ ମେଟାବଲିକ କ୍ଷମତା ବୃଦ୍ଧି ପାଇଥାଏ। କିନ୍ତୁ ଅତିଶୀଘ୍ର ଖାଇବା ଫଳରେ ମେଟାବଲିଜିମ୍‌ ସନ୍ତୁଳନ ଖରାପ ହୋଇଥାଏ। ତେଣୁ ଗ୍ଲୁକୋଜ ଏବଂ କୋଲେଷ୍ଟ୍ରଲ ଲେଭଲ ବଢ଼ିବାର ସମ୍ଭାବନା ସୃଷ୍ଟି ହୋଇଥାଏ।
ଜଲ୍‌ଦି ଜଲ୍‌ଦି ଖାଇବା ଫଳରେ ଶରୀରର ସନ୍ତୁଳନ ଖରାପ ହୋଇ ଗ୍ଲୁକୋଜ ସ୍ତର ବୃଦ୍ଧି ପାଇଥାଏ। ତେଣୁ ଡାଇବେଟିସ୍‌ ହେବାର ସମ୍ଭାବନା ରହିଥାଏ।
ତରତର ହୋଇ ଖାଇବା ଫଳରେ ଅନେକ ସମୟରେ ଓଭର ଡାଏଟିଂ ହୋଇଯାଏ ଜଣାପଡେନି। ତେଣୁ ଓଜନ ବୃଦ୍ଧି ବି ହୋଇଥାଏ। ତେଣୁ ଖାଇବା ସମୟରେ ଆରାମରେ ବସି ଖାଆନ୍ତୁ।