ଭୁଲ୍‌ରେ ବି ସନ୍ଧ୍ୟା ପରେ ଫଳ ଖାଆନ୍ତୁନି, ଦେଖାଦିଏ ଏସବୁ ସମସ୍ୟା

ସୁସ୍ଥ ରହିବା ପାଇଁ ପ୍ରତିଦିନ ଫଳ ଖାଇବା ନିହାତି ଆବଶ୍ୟକ ବୋଲି ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କାରଣ ଏଥିରେ ଭିଟାମିନ ଏବଂ ମିନେରାଲ୍ସ ଭରପୂର ମାତ୍ରାରେ ରହିଛି। ଦିନକୁ ଗୋଟିଏ ସେଓ ଖାଇବା ଜରୁରୀ ବୋଲି ଡାକ୍ତର କୁହନ୍ତି। ସେଓ ଖାଇବା ଦ୍ୱାରା ରୋଗ ଦୂର ହୋଇଥାଏ। ପ୍ରତିଦିନ ଫଳ ଖାଇଲେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହା ସହିତ କ୍ରନିକ ରୋଗର ଆଶଙ୍କା ମଧ୍ୟ କମିଯାଏ। ଆୟୁର୍ବେଦ ଅନୁଯାୟୀ, ପ୍ରତିଦିନ ସକାଳେ ଫଳ ଖାଇବା ଦୁଇଗଣ ଲାଭ ଦେଇଥାଏ। ମାତ୍ର ସନ୍ଧ୍ୟାରେ ଫଳ ଖାଇବା ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ଜାଣନ୍ତୁ ଆୟୁର୍ବେଦରେ ସନ୍ଧ୍ୟା ପରେ ଫଳ ଖାଇବା କାହିଁକି ବାରଣ କରାଯାଇଛି…

ଆୟୁର୍ବେଦ ଅନୁଯାୟୀ, ସୂର୍ଯ୍ୟାସ୍ତ ପରେ ଫଳ ଖାଇବା ଦ୍ୱାରା ନିଦ୍ରାରେ ବ୍ୟାହତ ସୃଷ୍ଟି ହୁଏ। ଏହା ସହିତ ହଜମ ପ୍ରକ୍ରିୟା ମଧ୍ୟ ପ୍ରଭାବିତ ହୋଇଥାଏ। ଯେହେତୁ ଆମେ ସମସ୍ତେ ଜାଣୁ ଯେ, ଫଳଗୁଡ଼ିକରେ କାର୍ବୋହାଇଡ୍ରେଟ ଥାଏ ଏବଂ ଏହି କାର୍ବସ ସହଜରେ ଶର୍କରାରେ ପରିଣତ ହୁଏ। ଏହା ଶରୀରକୁ ତତକ୍ଷଣାତ୍‌ ଶକ୍ତି ପ୍ରଦାନ କରେ। ଫଳ ଖାଇବା ଦ୍ୱାରା ରକ୍ତରେ ଶର୍କରାସ୍ତର ବୃଦ୍ଧି ପାଇଥାଏ। ଏହି କାରଣରୁ, ରାତିରେ ନିଦ ଭାଙ୍ଗିଥାଏ।

ସକାଳେ ଖାଲି ପେଟରେ ଫଳ ଖାଇବା ଅଧିକ ଲାଭଦାୟକ ଅଟେ। ରାତିରେ ପ୍ରାୟ ଦଶ ଘଣ୍ଟା ବିଶ୍ରାମ ପରେ ପେଟ ଖାଲି ରହିଥାଏ। ସକାଳେ ଖାଲି ପେଟରେ ଫଳ ଖାଇବା ଶରୀରକୁ ତୁରନ୍ତ ଶକ୍ତି ପ୍ରଦାନ କରିବା ସହିତ ମେଟାବୋଲିଜିମ୍‌ ମଧ୍ୟ ବଢ଼ାଇଥାଏ। ମଧ୍ୟାହ୍ନଭୋଜନର ଅଧ ଘଣ୍ଟା ପରେ ଫଳ ଖାଇବା ଉଚିତ୍‌। ପନିପରିବା ଏବଂ କ୍ଷୀର ସହିତ ଫଳ କେବେବି ଖାଇବା ଉଚିତ୍‌ ନୁହେଁ। ଏହା ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri