ଅଫିସ୍‌ରେ କରନ୍ତୁନି ଏହି କାମ…

ଅଫିସ୍‌ରେ ନିଜକୁ ଜଣେ ଭଲ କର୍ମଚାରୀର ପରିଚୟ ଦେବାକୁ ସମସ୍ତେ ଚାହାନ୍ତି। ହେଲେ କେବେ କେବେ ନିଜର ହିଁ କେତେକ ଭୁଲ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆଣିଥାଏ। ତେଣୁ ଅଫିସରେ କେଉଁସବୁ କାର୍ଯ୍ୟଠାରୁ ଦୂରେଇ ରହିବା ଆବଶ୍ୟକ, ଜାଣିରଖନ୍ତୁ ସେ ସମ୍ପର୍କରେ…

ସବୁବେଳେ ପ୍ରଶଂସା ପାଇବା ଆଶାରେ କାର୍ଯ୍ୟ କରନ୍ତୁ ନାହିଁ। ନଚେତ୍‌ ଏହା ଏକ ନିଶାରେ ପରିଣତ ହୋଇଯିବ ଏବଂ ଅନ୍ୟ କେହି ଭଲ କାମ ପାଇଁ ପ୍ରଶଂସା ପାଇଲେ ମନରେ ଈର୍ଷା, କ୍ରୋଧ ଭାବନା ସୃଷ୍ଟି ହେବ; ଯାହାକି ଆପଣଙ୍କ କାର୍ଯ୍ୟରେ ପ୍ରତିଫଳିତ ହେବ ଏବଂ ସଭିଙ୍କ ମନରେ ଆପଣଙ୍କ ପ୍ରତି ନକାରାତ୍ମକ ଭାବନା ସୃଷ୍ଟି ହେବ।
କେବଳ ଭଲ କାମ ପାଇଁ କ୍ରେଡିଟ୍‌ ନିଅନ୍ତୁ। କିନ୍ତୁ ଯଦି ଆପଣଙ୍କ ଦ୍ୱାରା କିଛି ଭୁଲ୍‌ ହୋଇଯାଇଛି, ତେବେ ଏହାକୁ ସ୍ବୀକାର କରନ୍ତୁ। ଅନ୍ୟ କେହି ଆପଣଙ୍କୁ ଅପଦସ୍ଥ କରିବା ପୂର୍ବରୁ ଅନ୍ୟ କାହାକୁ ଦୋଷ ଦେବା କିମ୍ବା ଅନ୍ୟ କାହାର ଭୁଲ ବାହାର କରିବା ପରିବର୍ତ୍ତେ ନିଜ ଭୁଲକୁ ମାନି ନିଅନ୍ତୁ।
ଯେତେସମ୍ଭବ ଗସିପ୍‌ରୁ ଦୂରେଇ ରୁହନ୍ତୁ। ଅଫିସ୍‌କୁ ନେଇ ନିଜର ବ୍ୟକ୍ତିଗତ କଥା କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ କଥା କାହାକୁ ଶେୟାର୍‌ କରନ୍ତୁ ନାହିଁ। ସାଙ୍ଗମାନେ ଅଫିସ୍‌ରେ ରହିବା ଦ୍ୱାରା ଆପଣଙ୍କୁ ଫ୍ରେଶ୍‌ ଲାଗିଥାଏ। କିନ୍ତୁ ମନେରଖନ୍ତୁ ସେ ବି ଅଫିସ୍‌ରେ ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ। ତେଣୁ ଯଥାସମ୍ଭବ ଏସବୁଠାରୁ ଦୂରେଇ ରହିବା ଭଲ।
ବିଳମ୍ବରେ ଅଫିସ୍‌ରେ ପହଞ୍ଚତ୍ବା ଏକ ଖରାପ ଅଭ୍ୟାସ। ତେଣୁ ସମୟର ମୂଲ୍ୟକୁ ବୁଝିବା ସହ ଠିକ୍‌ ଟାଇମ୍‌ରେ ଅଫିସ୍‌ରେ ପହଞ୍ଚନ୍ତୁ। ଯଦି କେବେ ଡେରି ହୋଇଯାଉଛି, ତେବେ ନିଜ ସିନିୟର୍‌ଙ୍କୁ ଏ ବିଷୟରେ ଅବଗତ କରନ୍ତୁ।
ପ୍ରତ୍ୟେକ ଇ-ମେଲ୍‌, ଫ୍ୟାକ୍ସରେ ସର୍ବଦା ବସ୍‌ଙ୍କୁ ସିସିରେ ରଖିବା ଜରୁରୀ ନୁହେଁ କିମ୍ବା ନିଜର ସବୁ କାମର କପି ପଠାଇବା ଆବଶ୍ୟକ ବି ନୁହେଁ। ନୂଆ ନୂଆ କାମ କରିବା ବେଳେ ଏପରି ଭୁଲ୍‌ ହୋଇଥାଏ, ହେଲେ ଧୀରେ ଧୀରେ ଏହି ଅଭ୍ୟାସ ପରିବର୍ତ୍ତନ କରନ୍ତୁ। ନଚେତ୍‌ ଏହାଦ୍ୱାରା ଆପଣ ସହକର୍ମୀ କିମ୍ବା ନିଜ ବିଭାଗକୁ ବିଶ୍ୱାସ ନ କରୁଥିବା ବୋଲି ମ୍ୟାନେଜ୍‌ମେଣ୍ଟକୁ ଖରାପ ବାର୍ତ୍ତା ଯାଇଥାଏ।
ଅଫିସ୍‌ର କାମ ଭଲ ଲାଗୁନଥିଲେ କିମ୍ବା ଏହାର ପରିବେଶ ପସନ୍ଦ ନ ଆସୁଥିଲେ ଅଫିସ୍‌ ପରିବର୍ତ୍ତନ କରିଦିଅନ୍ତୁ; କିନ୍ତୁ ସହକର୍ମୀଙ୍କ ଆଗରେ କଥା କଥାରେ ଅଫିସ୍‌କୁ ବଦନାମ କରନ୍ତୁ ନାହିଁ।
କାମରେ ଚାପ କିମ୍ବା ନିଜ ବ୍ୟକ୍ତିଗତ କଥା ନେଇ କେହିକେହି ଅଫିସ୍‌ରେ ପଦେ କଥାରେ କାନ୍ଦିଥାଆନ୍ତି। ଏହି ଅଭ୍ୟାସକୁ ତୁରନ୍ତ ବଦଳାନ୍ତୁ। ସେହିପରି ଅଫିସ୍‌ କାମ ସମୟରେ ଫୋନରେ ଗପିବା କିମ୍ବା ସୋସିଆଲ ମିଡିଆ ବ୍ୟବହାର କରିବାରେ ଅଧିକ ସମୟ ବିତାନ୍ତୁ ନାହିଁ। ଏଭଳି ଅଭ୍ୟାସ ଆପଣଙ୍କ ବ୍ୟକ୍ତିତ୍ୱ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
ନିଜକୁ ବିଶ୍ୱସ୍ତ କର୍ମଚାରୀର ପରିଚୟ ଦେବା ଲାଗି ଅନ୍ୟ କର୍ମଚାରୀଙ୍କ ଭୁଲ୍‌ ସମ୍ପର୍କରେ ବସ୍‌ଙ୍କ ଆଗରେ ବାରମ୍ବାର କହିବାର ବଦଭ୍ୟାସ ଅନେକଙ୍କର ରହିଥାଏ। ହେଲେ ଏପରି ଆଦୌ କରନ୍ତୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଢ଼ାଗଲା ଝଡ଼ ବତାସରେ ଛିଣ୍ଡିଥିବା ତ୍ରିରଙ୍ଗା: ପୁଣି ଗାନ୍ଧିଛକରେ ଉଡିଲା …

ବରଗଡ଼,୩୧।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଗାନ୍ଧିଛକରେ ଉଡୁଥିବା ଛିଣ୍ଡା ତ୍ରିରଙ୍ଗାକୁ ମଙ୍ଗଳବାର ଅପସାରିତ କରାଯାଇଛି। ଅପସାରଣ ପରେ ସେଠାରେ ନୂଆ ତ୍ରିରଙ୍ଗା ଉଡୁଛି। ଏଠାରେ ଉଲ୍ଲେଖନୀୟ, ସହର…

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ପାଳନ:  ଉଲ୍ଲେଖନୀୟ ଅବଦାନ ପାଇଁ ୫ ଟ୍ରାନ୍ସଜେଣ୍ଡରଙ୍କୁ…

ଛତ୍ରପୁର,୩୧।୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପ୍ରଶାସନ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଜିଲାସ୍ତରୀୟ ଅନ୍ତର୍ଜାତୀୟ ଟ୍ରାନ୍ସଜେଣ୍ଡର ଦୃଶ୍ୟତା ଦିବସ ୨୦୨୬ ପାଳିତ ହୋଇଯାଇଛି…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

୧ ଏପ୍ରିଲରୁ ୧୫ ଦିନ ଧରି ଚାଲିବ ସ୍ବ-ଗଣନା, ଏହି ୱେବସାଇଟ ମାଧ୍ୟମରେ ଦେବେ ସବୁ ତଥ୍ୟ, ଜିଲାପାଳ କହିଲେ…

ଛତ୍ରପୁର,୩୧।୩ (ଦିଲ୍ଲୀପ ସାମଲ ): ପ୍ରଥମ ପର୍ଯ୍ୟାୟର ଗୃହ ତାଲିକା ଓ ଗୃହ ଗଣନା (ସ୍ବ-ଗଣନା) ଆସନ୍ତାକାଲି ଅର୍ଥାତ୍‌ ୧ ଏପ୍ରିଲରୁ ୧୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ନଦୀରେ ଭାସିଯାଇ ଯୁବକଙ୍କ ମୃତ୍ୟୁ: ଅଞ୍ଚଳରେ ଶୋକର ଛାୟା

ବଞ୍ଚୋ, ୩୧।୩: (ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅନ୍ତର୍ଗତ ବଞ୍ଚୋ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଗ୍ରାମର ଚିନ୍ମୟ ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri