Posted inଫୁରସତ

ରାତିରେ କରନ୍ତୁନି ଏଭଳି ଭୁଲ, ଦାମ୍ପତ୍ୟ ଜୀବନରେ ଆସିବ ଝଡ଼, ୯୦ ପ୍ରତିଶତ ଯୁବବର୍ଗଙ୍କର ରହିଛି ଏହି ଖରାପ ଅଭ୍ୟାସ…

ନୂଆଦିଲ୍ଲୀ/ଓ୍ବାଶିଂଟନ : ରାତିରେ ଶୋଇବା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିଦିନ ଅତି କମରେ ୭ ରୁ ୮ ଘଣ୍ଟା ଭଲ ଶୋଇବା ଆବଶ୍ୟକ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରା ହୀନତା ସ୍ବାସ୍ଥ୍ୟ ପାଇଁ ଅନେକ ଗୁରୁତର ବିପଦ ଆଣିପାରେ। ସମ୍ପ୍ରତି ଏନେଇ ଏକ ସର୍ଭେ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରୁ ଜଣାପଡିଛି ପର୍ଯ୍ୟାପ୍ତ ନିଦ ନ ହେବା ଦ୍ୱାରା ଲୋକଙ୍କ ଦାମ୍ପତ୍ୟ ଜରବନରୁ ସୁଖ ଦୂର ହୋଇ ଯାଉଛି। ଫଳରେ ଜୀବନ ଚିନ୍ତା ଏବଂ ମାନସିକ ସମସ୍ୟାରେ ପରିପୂର୍ଣ୍ଣ ହେଉଛି। ଏହି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ବହୁ ସଂଖ୍ୟକ ଲୋକ କମ ସମୟ ଶୋଇଥାନ୍ତି ଏବଂ ସେମାନଙ୍କୁ ଏହାର ପରିଣାମ ଭୋଗିବାକୁ ପଡୁଛି।

ଆମେରିକୀୟ ସାଇକୋଲୋଜିକାଲ ଆସୋସିଏଶନ (ଏପିଏ) ଦ୍ୱାରା ଏହି ଅଧ୍ୟୟନ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ପର୍ଯ୍ୟାପ୍ତ ନିଦ ନ ହେବା ଲୋକଙ୍କ ଭାବପ୍ରବଣତା ଏବଂ ସ୍ବାସ୍ଥ୍ୟକୁ ଗୁରୁତର ଭାବରେ ନଷ୍ଟ କରିପାରେ। ସେମାନଙ୍କର ସକାରାତ୍ମକ ମନୋବଳ ଏବଂ ଦାମ୍ପତ୍ୟ ଜୀବନର ସୁଖ କମିପାରେ । ଏହି କାରଣରୁ, ଲୋକଙ୍କ ଚିନ୍ତାର ମଧ୍ୟ ବଢ଼ିଥାଏ। ଏହି ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରାୟ ୫୦ ବର୍ଷ ଧରି ନିଦ୍ରା ହୀନତା ଏବଂ ମନୋବଳ ମଧ୍ୟରେ ସମ୍ପର୍କ ଉପରେ ଅନୁସନ୍ଧାନ କରିଥିଲେ। ଏହି ଅଧ୍ୟୟନରେ ୫୭୦୦ ରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ହୋଇଥିଲେ, ସେମାନଙ୍କ ମଧ୍ୟରୁ ବହୁ ସଂଖ୍ୟାରେ ଯୁବକ ଏବଂ କିଶୋର ଥିଲେ। ଅନୁସନ୍ଧାନକାରୀମାନେ ବିଗତ ୫୦ ବର୍ଷର ୧୫୪ ଅଧ୍ୟୟନକୁ ବିଶ୍ଳେଷଣ କରିଥିଲେ ।

ଏହି ଅଧ୍ୟୟନରେ ଆଉ ଏକ ଆଶ୍ଚର୍ଯ୍ୟଜନକ ପ୍ରକାଶ ସାମ୍ନାକୁ ଆସିଛି। ଏହି ଅନୁସନ୍ଧାନର ମୁଖ୍ୟ କାରା ପାଲମେରଙ୍କ ଅନୁଯାୟୀ ପ୍ରାୟ ୩୦ ପ୍ରତିଶତ ବୟସ୍କ ଏବଂ ୯୦ ପ୍ରତିଶତ କିଶୋର ପର୍ଯ୍ୟାପ୍ତ ପରିମାଣରେ ଶୋଇପାରୁ ନାହାନ୍ତି। କମ ଶୋଇଥିବା ଲୋକଙ୍କ ମଧ୍ୟରେ ଯୁବବର୍ଗମାନଙ୍କ ସଂଖ୍ୟା ବହୁତ ଅଧିକ। ବିଶ୍ୱାସ କରାଯାଏ ଆମ ସମାଜର ଅଧିକାଂଶ ଲୋକ ପର୍ଯ୍ୟାପ୍ତ ପରିମାଣର ଶୋଇ ନ ଥାନ୍ତି। ଯାହା ସେମାନଙ୍କ ସ୍ବାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ। ଏହି ଦୃଷ୍ଟିରୁ, ଏହି ଗବେଷଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ନିଦ୍ରାର ଅଭାବ ସ୍ବାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ଏବଂ କ୍ରମାଗତ ଭାବରେ କମ ଶୋଇବା ସ୍ବାସ୍ଥ୍ୟ ପାଇଁ ଗୁରୁତର ବିପଦ ଆଣିପାରେ। ନିଦ୍ରାର ଅଭାବ ମେଦବହୁଳତା, ମଧୁମେହ, ଷ୍ଟ୍ରୋକ, ହୃଦ ରୋଗ, ରକ୍ତଚାପ, କିଡନୀ ରୋଗ, ଅଷ୍ଟିଓପୋରୋସିସ, କର୍କଟ, ମାନସିକ ସମସ୍ୟା ଭଳି ଅନେକ ରୋଗର ଆଶଙ୍କା ବଢ଼ାଇଥାଏ ।

 


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଧକ୍କା ଦେଲା ଆମବସ୍‌, ରଙ୍ଗ୍‌ରୁଟ୍‌ରେ ଆସି ବାପ-ଝିଅଙ୍କୁ…

ଭୁବନେଶ୍ୱର,୨୭ା୬: ପୁଣି ଧକ୍କା ଦେଇଛି ଆମବସ୍‌। ପ୍ରତିଦିନ ଆମବସ୍‌ କେଉଁଠି ନା କେଉଁଠି ଦୁର୍ଘଟଣା ଘଟାଉଥିବା ଖବର ଆସୁଛି। ଶନିବାର ଭୁବନେଶ୍ୱରସ୍ଥିତ ମଞ୍ଚେଶ୍ୱର ଅଞ୍ଚଳରେ ବାପ-ଝିଅଙ୍କୁ ଧକ୍କାଦେଇଛି…

FIFA World Cup 2026ରେ ଇତିହାସ ରଚିଲା କେପ ଭର୍ଡେ: ନକ୍‌ଆଉଟ୍‌ ପହଞ୍ଚିବାରେ ବିଶ୍ୱର ସବୁଠୁ ଛୋଟ ଦେଶ

ଫିଲାଡେଲଫିଆ,୨୭।୬:୨୦୨୬ ଫିଫା ବିଶ୍ୱକପ୍‌ରେ ରାଉଣ୍ଡ ଅଫ ୩୨ ପୂର୍ବରୁ କେପ ଭର୍ଡେ ଏକ ଚମତ୍କାର ପ୍ରଦର୍ଶନ ସହିତ ଇତିହାସ ରଚିଛି। ପ୍ରାୟ ୫୫୦,୦୦୦ ଜନସଂଖ୍ୟା ବିଶିଷ୍ଟ ଆଫ୍ରିକାର…

ଆଧାର କାର୍ଡ଼ ଦେଖାଇଲେ ମିଳିବ କି ଫ୍ରି ଏସି? ଜାଣନ୍ତୁ ସତ…

ନୂଆଦିଲ୍ଲୀ,୨୭।୬: ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ପାଇଁ “ମାଗଣା ଏସି ଯୋଜନା”…

ଘର ଛାଡ଼ିଦେବେ ସଲମାନ: ଜାଣନ୍ତୁ କାହିଁକି

ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କ ଫିଲ୍ମକୁ ନେଇ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ଯଦିଓ ‘ସିକନ୍ଦର’ ପରଠାରୁ ତାଙ୍କର କୌଣସି ଫିଲ୍ମ ରିଲିଜ ହୋଇନାହିଁ, କିନ୍ତୁ ସେ…

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri