ଲକ୍ଷଣ ନ ଥିଲେ କରନ୍ତୁ ନାହିଁ କରୋନା ଟେଷ୍ଟିଂ

ଭୁବନେଶ୍ୱର, ୧୫।୧(ବ୍ୟୁରୋ): କୌଣସି ଲକ୍ଷଣ ନ ଥିଲେ କୋଭିଡ୍‌-୧୯ ଟେଷ୍ଟିଂ କରନ୍ତୁ ନାହିଁ। ପଜିଟିଭ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ ମଧ୍ୟ ଯଦି ଆପଣଙ୍କ ପାଖରେ ଲକ୍ଷଣ ନାହିଁ, ତେବେ ଟେଷ୍ଟିଂ କରିବା ଆବଶ୍ୟକ ନାହିଁ । କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍‌ଲାଇନ୍‌ ଅନୁସାରେ ବୃଦ୍ଧ ବ୍ୟକ୍ତିଙ୍କ ମଧ୍ୟରେ ଲକ୍ଷଣ କମ୍‌ ଥିଲେ ଆଇସୋଲେସନରେ ରହିବା ଭଲ। ଏହା ସହ ଅନାବଶ୍ୟକ ମେଡିସିନ ବ୍ୟବହାର ନକରିବାକୁ ଶନିବାର ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ମଧ୍ୟ ସତର୍କ କରାଇଛନ୍ତି।
ସେ ଆହୁରି କହିଛନ୍ତି, ଭାଇରାଲ ଫ୍ଲୁ ପାଇଁ ଆଣ୍ଟିବାୟୋଟିକ ଆବଶ୍ୟକ ନାହିଁ। ତେଣୁ ଅଯଥା ମେଡିସିନ ବ୍ୟବହାର କରନ୍ତୁ ନାହିଁ। କରୋନା ସଂକ୍ରମଣ ବଢୁଛି, ହେଲେ ସିଭିୟରିଟି ନାହିଁ। ଶନିବାର ସୁଦ୍ଧା ୬୧ ହଜାର ପଜିଟିଭ ଥିବାବେଳେ ମାତ୍ର ୧୧୦୦ ଆକ୍ରାନ୍ତ ଡାକ୍ତରଖାନାରେ ଅଛନ୍ତି ।