ଅଫିସ୍‌ରେ ଏସବୁକୁ କରନ୍ତୁ ନାହିଁ ଅଣଦେଖା, ଘଟିପାରେ ଅର୍ଥର ଅଭାବ

ଘର ବ୍ୟତୀତ ଦୋକାନ, ବ୍ୟବସାୟ, କାରଖାନା, ଅଫିସ ଇତ୍ୟାଦିରେ ବାସ୍ତୁର ଅନେକ ଭୂମିକା ରହିଛି। ବିଶ୍ୱାସ କରାଯାଏ ଯେ, ଯଦି ଆମେ ଏହି ସ୍ଥାନଗୁଡ଼ିକରେ ବାସ୍ତୁକୁ ପୂର୍ଣ୍ଣ ଗୁରୁତ୍ୟ ଦେଉ ନାହେଁ ତେବେ ଅର୍ଥର ଅଭାବ ଦେଖାଦିଏ। ବାସ୍ତୁବିତ୍‌ଙ୍କ ଅନୁଯାୟୀ, ଏହି ସ୍ଥାନଗୁଡିକର ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଉଚିତ କାରଣ ତାହା ଆୟର ଉତ୍ସ ହୋଇଥାଏ। ଯଦି ଅଫିସ କିମ୍ବା କାର୍ଯ୍ୟାଳୟରେ ବାସ୍ତୁ କୂ ପ୍ରଭାବ ପକାଏ ତେବେ ଜୀବନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ। ଆସନ୍ତୁ ଜାଣିବା ଅଫିସରେ ବାସ୍ତୁ କିପରି ହେବା ଉଚିତ୍‌…

ଅଫିସରେ ସର୍ବପ୍ରଥମେ, ମାଲିକଙ୍କ ରୁମ ରହିବା ଉଚିତ୍‌ ନୁହେଁ। କିନ୍ତୁ ମୁଖ୍ୟ ଫାଟକ ନିକଟରେ ଏପରି କୌଣସି କର୍ମଚାରୀଙ୍କ କୋଠରୀ ତିଆରି କରନ୍ତୁ, ଯିଏ ରିସେପ୍ସନ ପରି ପରିଦର୍ଶକଙ୍କ ସୂଚନା ପହଞ୍ଚାଇ ପାରିବେ।

ବାସ୍ତୁ ଅନୁଯାୟୀ ଉତ୍ତର-ପୂର୍ବ ଦିଗରେ କାର୍ଯ୍ୟାଳୟର ମୁହଁ ଶୁଭ ବୋଲି ବିବେଚନା କରାଯାଏ। କାର୍ଯ୍ୟାଳୟର ମୁହଁ ଅନ୍ୟ ଦିଗରେ ଖୋଲ ନାହିଁ, ନଚେତ୍‌ ଆପଣଙ୍କ ଆୟରେ ପ୍ରଭାବ ପଡ଼ିଥାଏ।

ଅଫିସର ଯେଉଁଠାରେ ମାଲିକ ବସିଥାନ୍ତି , ତାଙ୍କ ପିଠି ପଛରେ କିମ୍ବା ମୁଣ୍ଡ ଉପରେ ଝରକା ରହିବା ଉଚିତ୍‌ ନୁହେଁ।

ଯେତେବେଳେ ଆପଣ ଅଫିସରେ ବସିବେ, ମୁହଁ ସର୍ବଦା ଉତ୍ତର କିମ୍ବା ପୂର୍ବ ଆଡକୁ ରହିବା ଆବଶ୍ୟକ।

ଅଫିସର ମୁଖ୍ୟ କିମ୍ବା ମାଲିକଙ୍କ ବସିବା ସ୍ଥାନରେ ପଛରେ ଏକ କଂକ୍ରିଟ କାନ୍ଥ ରହିବା ଉଚିତ୍‌।

ଆବଶ୍ୟକୀୟ ଫାଇଲଗୁଡ଼ିକଟେବୁଲର ଉତ୍ତର ପାର୍ଶ୍ୱରେ ରଖ ।

କମ୍ପ୍ୟୁଟର ନିକଟରେ ବସନ୍ତୁ ନାହିଁ । କମ୍ପ୍ୟୁଟର ଏବଂ ତୁମ ମଧ୍ୟରେ ଅତିକମରେ ୨ ଫୁଟ ଦୂରତା ରହିବା ଉଚିତ୍‌।

କାର୍ଯ୍ୟାଳୟର ଉତ୍ତର-ପୂର୍ବରେ ଏକ ଛୋଟ ପୂଜା ସ୍ଥାନ ରହିବା ଠିକ୍‌।

ଅଧିକ କର୍ମଚାରୀଙ୍କ ସହିତ ଯୋଗାଯୋଗ ସ୍ଥାନରେ କ୍ୟାସିଅର୍‌ଙ୍କୁ ବସାନ୍ତୁ ନାହିଁ ।

କୁବେରଙ୍କ ବାସସ୍ଥାନ ଉତ୍ତର ଦିଗରେ ବୋଲି ବିବେଚନା କରାଯାଏ। ତେଣୁ ଯଥାସମ୍ଭବ ଟଙ୍କାକୁ ଉତ୍ତର ଦିଗରେ ରଖନ୍ତୁ।