ବିକାଶ ନାମରେ ବିନାଶ ନ ହେଉ

ଆଧୁନିକ ଯୁଗରେ ବିକାଶ କରିବାକୁ ଗଲାବେଳେ ଆମେ କେତେ ଯେ ବିନାଶର ସମ୍ମୁଖୀନ ହେଉଛୁ ତା’ର ହିସାବ କରିବା କଷ୍ଟକର। ବିକାଶ ଓ ବିନାଶ ଗୋଟିଏ ମୁଦ୍ରାର ଦୁଇପାଖ ଭଳି ପ୍ରତୀୟମାନ ହୁଏ। ଯେତେବେଳେ ଗୋଟିଏ ନୂତନ ଜିନିଷ ଗଢ଼ାଯାଏ ସେତେବେଳେ ଆମ ଜ୍ଞାତସାରରେ କିମ୍ବା ଅଜ୍ଞାତରେ କିଛି ବିନାଶ ଘଟିଥାଏ। ସେହିପରି ବିନାଶ ମଧ୍ୟ କେତେକ କ୍ଷେତ୍ରରେ କିଛି ନୂତନ ବସ୍ତୁ ସୃଷ୍ଟିପାଇଁ ରାସ୍ତା କଢ଼ାଇଥାଏ। ଆମେ ଗୋଟିଏ ନୂତନ ଅଟ୍ଟାଳିକା ନିର୍ମାଣ କରିବା ପୂର୍ବରୁ ପୁରାତନ ଅଟ୍ଟାଳିକାକୁ ଭାଙ୍ଗି ଜାଗା ସଫା କରୁ। କାରଣ ଜାଗାଟିକୁ ସଫା ନ କଲେ ନୂତନ କୋଠାଟିଏ ନିର୍ମାଣ କରିବା ସହଜ ନୁହେଁ। ଜଙ୍ଗଲରେ ନିଆଁ ଲଗାଇଲେ ପ୍ରଭୂତ କ୍ଷତିହେବା ସମସ୍ତେ ଜାଣନ୍ତି। କିନ୍ତୁ ଏପରି ନିଆଁର ମଧ୍ୟ ଆବଶ୍ୟକ ପଡ଼େ କିଛି ନୂତନ ବୀଜଗୁଡିକର ଅଙ୍କୁରୋଦ୍‌ଗମ ଓ ଅଭିବୃଦ୍ଧି ପାଇଁ ଏବଂ ମଲା ଗଛ, ଘାସ ଇତ୍ୟାଦି ସଫା କରି ନୂତନ ଜୀବାଳି ସୃଷ୍ଟି କରିବା ପାଇଁ। ଡାରୱିନଙ୍କ ବିବର୍ତ୍ତନବାଦ ଥିଓରୀ ଅନୁସାରେ ଯେଉଁ ଜୀବ ଦୁର୍ବଳ ସେ ବଞ୍ଚତ୍ପାରେ ନାହିଁ ଓ ଯିଏ ପ୍ରକୃତି ସହିତ ଚଳିବାକୁ ସକ୍ଷମ ସେ କେବଳ ବଞ୍ଚତ୍ପାରେ। ଉଦାହରଣ ସ୍ବରୂପ ଡାଇନୋସରର ବିଲୁପ୍ତ ପରେ ସ୍ତନ୍ୟପାୟୀ ପ୍ରାଣୀମାନେ ଅଧିକ ସଂଖ୍ୟାରେ ବଞ୍ଚତ୍ବାକୁ ସକ୍ଷମ ହେଲେ। ଯୁଦ୍ଧ ଓ ମତାନ୍ତର ଯଦିଓ ସମାଜର ବହୁ କ୍ଷତି ପହଞ୍ଚାଇଥାଏ, ଏହା କେତେକ ନୂତନ ପ୍ରଯୁକ୍ତିବିଦ୍ୟା ଓ ଯନ୍ତ୍ରପାତି ସୃଷ୍ଟି କରିବାରେ ସାହାଯ୍ୟ କରେ। ଉଦାହରଣ ସ୍ବରୂପ ଦ୍ୱିତୀୟ ବିଶଯୁଦ୍ଧ ପରେ ରାଡାର, ଜେଟ ଇଞ୍ଜିନ ଓ ଆଣବିକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇପାରିଲା। ସହରୀକରଣ କଲାବେଳେ ବହୁ ପରିବେଶୀୟ କ୍ଷତି ସହିତ ବହୁ ଜୀବ ବାସହରା ହୁଅନ୍ତି। ତେବେ ଏହା ସାମାଜିକ ବିକାଶ ଓ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ସୃଷ୍ଟି କରେ। ଉପରୋକ୍ତ ଉଦାହରଣରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ଯେ, ବିକାଶ ଓ ବିନାଶ ଉଭୟ ଛନ୍ଦାଛନ୍ଦି ହୋଇ ରହନ୍ତି, ଯାହାକୁ ପୃଥକ କରିବା କଷ୍ଟକର। ତେବେ ଉଭୟ ବିକାଶ ଓ ବିନାଶର ଠିକ୍‌ ମୂଲ୍ୟାୟନ କରିବା ଆବଶ୍ୟକ। ଏହା ପରେ ନିଷ୍ପତ୍ତି ନେବାକୁ ହେବ କେଉଁଟି ଗ୍ରହଣୀୟ। ମଣିଷ ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ବହୁ ଭିତ୍ତିଭୂମି ନିର୍ମାଣ କରେ, ଯାହାକି ପରିବେଶ ଉପରେ ନକାରାତ୍ମକ ପ୍ରଭାବ ପକାଏ। ସୁତରାଂ ବିକାଶ ସହିତ ବିନାଶକୁ ଯଥାସମ୍ଭବ ସଙ୍କୁଚିତ କରିବାର ଆବଶ୍ୟକତା ଉପଲବ୍ଧି କରିବାରେ ବିଳମ୍ବ ହେବା ଅନୁଚିତ।
ନିକଟରେ ତେଲଙ୍ଗାନା ସରକାର ହାଇଦ୍ରାବାଦରେ ଏକ ସୂଚନା ପ୍ରଯୁକ୍ତିବିଦ୍ୟା ପାର୍କ ୧୦୦ ଏକର ଜାଗାରେ ନିର୍ମାଣ ପାଇଁ କାଞ୍ଚ ଜଙ୍ଗଲ ସଫା କରିଥିଲେ। ଏଥିରେ କିନ୍ତୁ ଛାତ୍ରମାନେ ଆନ୍ଦୋଳନ କରିଥିଲେ। ଛାତ୍ରମାନଙ୍କ ଯୁକ୍ତି ହେଲା କି ଏହି ନିର୍ମାଣ କାର୍ଯ୍ୟରେ ବହୁ ବୃକ୍ଷ କଟାଯିବା ଫଳରେ ଏହାର କୁପ୍ରଭାବ ପରିବେଶ ଉପରେ ପଡ଼ିବ। ସରକାରଙ୍କ ଯୁକ୍ତି ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା ପାର୍କ ନିର୍ମାଣ କଲେ କର୍ମନିଯୁକ୍ତି ବୃଦ୍ଧି ପାଇବ। ଏହି ଘଟଣାଟି ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ଶୀର୍ଷ କୋର୍ଟ ନିଜଆଡୁ ମକଦ୍ଦମା ଆରମ୍ଭ କରି ତେଲଙ୍ଗାନା ସରକାରଙ୍କୁ ଗଛ କଟା ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଲେ। ଏହାର ବ୍ୟତିକ୍ରମ ହେଲେ ସମ୍ପୃକ୍ତ କର୍ମଚାରୀ ଜେଲ ଭୋଗିବାକୁ ଆଦେଶ ଦେଲେ। କାଞ୍ଚ ଜଙ୍ଗଲ ୪୦୦ ଏକର ଜମିକୁ ବନ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଲେ।
ବିକାଶ ପାଇଁ ନିର୍ମାଣ ଯୋଗୁ ପରିବେଶ ପ୍ରଦୂଷିତ ହେଉଥିବା ଅନୁଭବ କରି ଅର୍ଥଶାସ୍ତ୍ରୀମାନେ ଅଙ୍ଗାରକ ଟିକସ ପରି ସାମାଜିକ ମୂଲ୍ୟ ଅସୁଲ କରିବାକୁ ପରାମର୍ଶ ଦେଉଛନ୍ତି। ଏହାଦ୍ୱାରା ହୁଏତ ପରିବେଶ ସଂରକ୍ଷଣ ହୋଇପାରିବ। ପ୍ରତ୍ୟେକ ବିକାଶ କାର୍ଯ୍ୟ ପୂର୍ବରୁ ଏହାର ପରିବେଶ ଉପରେ ପଡୁଥିବା ପ୍ରଭାବକୁ ଗଭୀର ଭାବରେ ଅନୁଧ୍ୟାନ କରାଯିବା ଆବଶ୍ୟକ।
ତିରିଶ ବର୍ଷ ପୂର୍ବେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଗୋଟିଏ ଦଳ ଛାତ୍ରମାନେ ନର୍ମଦା ପ୍ରକଳ୍ପ ଅଞ୍ଚଳରେ ଏହାର ପରିବେଶ ପ୍ରଭାବ ଉପରେ ଅନୁଧ୍ୟାନ କରୁଥିଲେ। ସେମାନଙ୍କ ରିପୋର୍ଟ ଲଣ୍ଡନ ଇକୋଲଜିଷ୍ଟ ପତ୍ରିକା ଓ ଇକୋନୋମିକ ଏବଂ ପଲଟିକାଲ ସାପ୍ତାହିକ ପତ୍ରିକା, ବମ୍ବେ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହି ରିପୋର୍ଟ ପାଠ କରିବା ପରେ ମେଧା ପାଟକର ନର୍ମଦା ବଞ୍ଚାଅ ଆନ୍ଦୋଳନ ଆରମ୍ଭ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରମାନେ ଦର୍ଶାଇ ଥିଲେ ଯେ ସରକାର ନର୍ମଦା ନଦୀବନ୍ଧ ଯୋଜନା ପ୍ରଣୟନ କଲାବେଳେ ଏହାର ସାମାଜିକ, ଅର୍ଥନୈତିକ ଓ ପରିବେଶ ଉପରେ ପଡୁଥିବା ପ୍ରଭାବ ଅନୁଶୀଳନ କରିନାହାନ୍ତି। ନର୍ମଦା ଉପତ୍ୟକାର ବହୁ କୃଷକ ଓ ଗ୍ରାମ କାରିଗର ଏହାଦ୍ୱାରା ବିସ୍ଥାପିତ ହେବାର ଦର୍ଶାଯାଇଥିଲା। କେତେ ଗ୍ରାମ ଜଳମଗ୍ନ ହେବ ଓ କେତେ ମନ୍ଦିର, ଚାଷ ଜମି ଓ ଜଙ୍ଗଲ ଧ୍ୱଂସ ପାଇବ ତାହାର ଠିକ୍‌ ଅଟକଳ କରାଯାଇ ନାହିଁ। ଛାତ୍ରମାନଙ୍କ ଅଟକଳ ଅନୁସାରେ ଅନ୍ତତଃ ୧୦ ଲକ୍ଷ ଲୋକ ବିସ୍ଥାପିତ ହେବାର ଦର୍ଶାଯାଇଥିଲା। ଏହା ସତ୍ତ୍ବେ ମଧ୍ୟ ସର୍ଦ୍ଦାର ସରୋବର ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିଲା।
ଆମେ କେତେକ ନୂତନ ରେଳ ପ୍ରକଳ୍ପ ହେବା ପୂର୍ବରୁ ପ୍ରଭାବିତ ଗ୍ରାମଗୁଡିକରେ ସାମାଜିକ-ଅର୍ଥନୈତିକ ଓ ପରିବେଶ ଉପରେ ପଡୁଥିବା ପ୍ରଭାବ ଅନୁଧ୍ୟାନ କରୁ ଓ ଗ୍ରାମରେ ଜନଶୁଣାଣି କରୁ। ସେହି ଅନୁସାରେ ପ୍ରକଳ୍ପର କେତେକ ଦିଗକୁ ବଦଳାଇବା ଆବଶ୍ୟକ ପଡ଼େ। ନିକଟ ଅତୀତରେ ବେଦାନ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ଶୀର୍ଷ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଲା ନ୍ୟାୟାଧୀଶଙ୍କ ଉପସ୍ଥିତିରେ ଲାଞ୍ଜିଗଡ଼ ନିୟମଗିରି ଅଞ୍ଚଳରେ ଜନ ଶୁଣାଣି ହୋଇଥିଲା।
ବିକାଶ ନିଶ୍ଚୟ କରିବାକୁ ହେବ। ଏଣୁ ବିକାଶ ଓ ବିନାଶ ମଧ୍ୟରେ ଏକ ସନ୍ତୁଳନ ଆଣିବାକୁ କେତେକ ପଦକ୍ଷେପ ନେବାର ଆବଶ୍ୟକତା ଅଛି। ପ୍ରଥମ ବିଷୟ ହେଉଛି ନିରନ୍ତର ବିକାଶ। ନିରନ୍ତର ବିକାଶ କହିଲେ ଯେଉଁ ବିକାଶ ବର୍ତ୍ତମାନ ପିଢିର ଆବଶ୍ୟକତା ପୂରଣ କରିବା ସହିତ ଭବିଷ୍ୟତ ପିଢିଙ୍କ ପାଇଁ ସମ୍ବଳଗୁଡ଼ିକ ସାଇତି ରଖେ ତାକୁ ବୁଝାଏ। ଏଥିରେ ସାମାଜିକ, ଅର୍ଥନୈତିକ ଓ ପରିବେଶୀୟ ଦିଗଗୁଡ଼ିକ ବିଚାର କରାଯାଏ। ଦ୍ୱିତୀୟ ବିଷୟ ହେଉଛି ନୀତିଶାସ୍ତ୍ର। ଉନ୍ନୟନ ପ୍ରକଳ୍ପ ଓ ନୀତି ପାଳନ ସାଧାରଣ ଦ୍ରବ୍ୟଗୁଡ଼ିକର ଉନ୍ନତି ସହିତ କ୍ଷତିକୁ ଯଥା ସମ୍ଭବ ହ୍ରାସ କରିବାକୁ ଉଦ୍ୟମ କରିବା ଆବଶ୍ୟକ। ତୃତୀୟରେ ବିକାଶ ସମୟରେ ଆଇନ ଓ ମାନକ ପାଳନ କରି ପରିବେଶ ଅବକ୍ଷୟକୁ ନିୟନ୍ତ୍ରିତ କରିବା ଜରୁରୀ। ଚତୁର୍ଥରେ ଗୋଷ୍ଠୀ ସମ୍ପ୍ରଦାୟ, ଭାଗୀଦାର, ସରକାର ଓ ବ୍ୟବସାୟ ମଧ୍ୟରେ ସନ୍ତୁଳନ ରଖିବା ଉଚିତ। ଏଥିପାଇଁ ଶିକ୍ଷା ଓ ସଚେତନତା ଆବଶ୍ୟକ। ପଞ୍ଚମରେ ନିୟମିତ ଭାବରେ ସମୀକ୍ଷା କରି ନକାରାତ୍ମକ ପ୍ରଭାବ ଦୂରୀକରଣ ପାଇଁ ରଣନୀତି ସ୍ଥିର କରାଯାଇପାରେ। ବିକାଶ କ୍ଷେତ୍ରରେ ସାଂସ୍କୃତିକ ଓ ପ୍ରାକୃତିକ ଐତିହ୍ୟଗୁଡିକ ଯେପରି କ୍ଷତିଗ୍ରସ୍ତ ନ ହୁଏ ସେଥିପାଇଁ ଯତ୍ନବାନ୍‌ ହେବାକୁ ପଡ଼ିବ। ସବୁଜ ଟେକ୍ନୋଲୋଜି ପରି ନବୋନ୍ମେଷ ମାଧ୍ୟମରେ ବିକାଶ କ୍ଷେତ୍ରରେ ବିଭିନ୍ନ ବିନାଶ ପ୍ରକ୍ରିୟାର ସମାଧାନ କରିବା ସମ୍ଭବ। କହିବା ନିଷ୍ପ୍ରୟୋଜନ ଯେ ବିକାଶ ଓ ବିନାଶ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ସ୍ବଳ୍ପ ସମୟ ମଧ୍ୟରେ ମିଳୁଥିବା ଲାଭ ଅପେକ୍ଷା ଦୀର୍ଘମିଆଦି ମଙ୍ଗଳକାରୀ ମାର୍ଗ ଅନୁସରଣ କରିବା ଶ୍ରେୟସ୍କର। ବିକାଶ ହେଉ କିନ୍ତୁ ବିକାଶ ନାମରେ ବିନାଶ ନ ହେଉ।

ବିଦ୍ୟାଧର ମହାରଣା
କଳିଙ୍ଗନଗର, ଭୁବନେଶ୍ବର
ମୋ:୯୪୩୭୦୭୧୧୯୦


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ ସିଲିଣ୍ଡର ବୁକ୍‌ କରିବା ହେଲା ସହଜ! WhatsAppଠାରୁ ମିସ୍ଡ କଲ ପର୍ଯ୍ୟନ୍ତ ଘରେ ବସି କରନ୍ତୁ…

ନୂଆଦିଲ୍ଲୀ,୧୪।୩: ଦେଶର ଲକ୍ଷ ଲକ୍ଷ LPG ଗ୍ରାହକଙ୍କ ପାଇଁ, ଗ୍ୟାସ ସିଲିଣ୍ଡର ବୁକିଂ ପୂର୍ବ ଅପେକ୍ଷା ଏବେ ସହଜ ହୋଇଯାଇଛି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ…

ଜାତୀୟ ଲୋକ ଅଦାଲତ: ୨୪୬ ମାମଲା ଫଇସଲା ସହ ଏତିକି ଟଙ୍କା ଜରିମାନା ଆଦାୟ

ଭଞ୍ଜନଗର,୧୪ା୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସିଭିଲ କୋର୍ଟ ପ୍ରାଙ୍ଗଣରେ ତାଲୁକ ଆଇନ ସେବା କମିଟି ଭଞ୍ଜନଗରଙ୍କ ପକ୍ଷରୁ ୨୦୨୬ ବର୍ଷର ପ୍ରଥମ ଜାତୀୟ ଲୋକ ଅଦାଲତ…

ଶ୍ରୀଲଙ୍କା ଛାଡିଲା ୮୪ ଇରାନୀ ନାବିକଙ୍କ ମୃତଦେହ ନେଇ ଯାଉଥିବା ତୁର୍କୀ ବିମାନ, ପ୍ରତିଶୋଧର ଶପଥ ନେଲା…

କଲମ୍ବୋ,୧୪।୩: ଭାରତ ମହାସାଗରରେ ଆମେରିକୀୟ ଆକ୍ରମଣର ଶିକାର ହୋଇଥିବା ଇରାନୀ ଯୁଦ୍ଧଜାହାଜ IRIS ଡେନା ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଶ୍ରୀଲଙ୍କା ଏହି ଆକ୍ରମଣରେ…

ସିଲିଣ୍ଡରର ବିକଳ୍ପ ହେବ କିରୋସିନ, ଓଡ଼ିଶାରେ ଆଜି ରେଟ୍‌ ଅଛି ଏତିକି, ଲିଟରେ କିଣିଲେ…

ଭୁବନେଶ୍ୱର,୧୪।୩: ବର୍ତ୍ତମାନ ସାରା ଦେଶରେ ଗ୍ୟାସ ସିଲିଣ୍ଡରକୁ ନେଇ ହଇଚଇ ସୃଷ୍ଟି ହୋଇଛିି। ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ସଂଘର୍ଷ ଭାରତୀୟ ରୋଷେଇ ଘରର ବଜେଟକୁ…

ନବ ନିର୍ମାଣ କୃଷକ ସଂଗଠନ ସଦସ୍ୟଙ୍କ ଭିତରେ ବିରାଟ ଫାଟ, ବୈଠକ ଆରମ୍ଭରୁ ସାମ୍ନାକୁ ଆସିଲା…

ଧର୍ମଶାଳା,୧୪ା୩(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଏକ ବୈଠକ ଗୋକର୍ଣ୍ଣେଶ୍ୱର ପୀଠରେ ଅନୁଷ୍ଠିତ ହେଉଥିବା ବେଳେ ସଂଗଠନ ମଧ୍ୟରେ ବିରାଟ…

ନବୀନଙ୍କ ପୋଲ୍‌ ଖୋଲିଲେ ପ୍ରତାପ ଷଡ଼ଙ୍ଗୀ, ଅତୀତରେ ମୋତେ ଅଫର ଦେଇଥିବା କହି…

ଭୁବନେଶ୍ୱର,୧୪ା୩: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୋଲ୍‌ ଖୋଲି ଦେଇଛନ୍ତି ଏମ୍‌ପି ପ୍ରତାପ ଷଡ଼ଙ୍ଗୀ(ନନା)। ସେ କହିଛନ୍ତି, ନବୀନ ଘୋଡ଼ା ବେପାରରେ ମାହିର। ଅତୀତରେ ମୋତେ…

LPG ସଙ୍କଟ ମଧ୍ୟରେ ଚାକିରି ହରାଇଲେଣି ବହୁ ଡେଲିଭରି ବୟ! ଅନେକ ପରିବାର ଉପବାସରେ, ସରକାରଙ୍କୁ ଗୁହାରି କଲେ…

ନୂଆଦିଲ୍ଲୀ,୧୪।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଯୋଗୁ ବିଶ୍ୱବ୍ୟାପୀ ଏଲପିଜି ଯୋଗାଣ ବାଧାପ୍ରାପ୍ତ ହୋଇଛି, ଯାହା ସିଧାସଳଖ ଭାରତର ଖାଦ୍ୟ ଯୋଗାଣ ଏବଂ ଗିଗ କର୍ମଚାରୀମାନଙ୍କୁ ପ୍ରଭାବିତ କରିଛି। ପୁଣେରୁ…

ଗୋଟିଏ ଦିନରେ ବାରୁଣୀ ସ୍ନାନ ସହ ତାରାତାରିଣୀଙ୍କ ଚୈତ୍ର ଯାତ୍ରା, ମିଳିତ ଭାବରେ କାର୍ଯ୍ୟ କରିବା ନେଇ…

ପୁରୁଷୋତ୍ତମପୁର,୧୪ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଗୋଟିଏ ଦିନରେ ବାରୁଣୀସ୍ନାନ ଓ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ରହିଥିବା ନେଇ କିଭଳି ଏହାର ମୁକାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri