ଦେଖଣାହାରି ସାଜନାହିଁ

ମାର୍ଚ୍ଚ ୧୯୬୪ରେ ନ୍ୟୁୟର୍କ ଟାଇମ୍ସ ପ୍ରକାଶ କରିଥିଲା ଯେ, କିଟି ଜେନୋଭେସେ ନାମ୍ନୀ ଜଣେ ମହିଳାଙ୍କ ଉପରେ ଅତି ନୃଶଂସ ଓ ଘାତକ ଆକ୍ରମଣର ୩୮ ଜଣ ପ୍ରତ୍ୟକ୍ଷଦର୍ଶୀ ଥିଲେ। କିନ୍ତୁ ତାଙ୍କୁ ସାହାଯ୍ୟ କରିବା ଲାଗି କେହି କିଛି କଲେ ନାହିଁ କି ପୋଲିସ ଡାକିଲେ ଗଲେ ନାହିଁ। ପରେ ଏହି ଘଟଣାର ରିପୋର୍ଟ ତ୍ରୁଟିପୂର୍ଣ୍ଣ ଥିଲେ ବି ଦେଖଣାହାରିଙ୍କ ପ୍ରତିକ୍ରିୟା ବା ପ୍ରଭାବର ବାସ୍ତବତା ଜଣାପଡ଼ିଲା। ଅନେକ ମନସ୍ତାତ୍ତ୍ୱିକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ, ଅନ୍ୟଙ୍କୁ ସହାୟତା କରିପାରିବା ଭଳି କ୍ଷମତା ଥିବା ଲୋକମାନେ ଯଦି ତାହା ନ କରନ୍ତି,ତେବେ ଅନ୍ୟ ଜଣେ ଏହଭଳି ସାହାଯ୍ୟ କରିବା ଲାଗି ଆଗେଇ ଆସିବାର ସମ୍ଭାବନା କମ୍‌। ଗତ ମାସରେ ଇଟାଲୀର ସିବିଟାନୋଭା ମାର୍କି ସହରର ଏକ ଜନଗହଳିପୂର୍ଣ୍ଣ ରାସ୍ତାରେ ଦିନ ଦ୍ୱିପ୍ରହରରେ ରାସ୍ତାକଡ଼ରେ ବ୍ୟବସାୟ କରୁଥିବା ନାଇଜେରିଆର ଆଲିକା ଓଗୋରଚୁକୁଙ୍କୁ ଆକ୍ରମଣ କରାଯାଇଥିଲା। ଜଣେ ବ୍ୟକ୍ତିଙ୍କ ମୁଥମାଡ଼ରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସକୁ କଲ୍‌ କରାଯାଇଥିଲା ଏବଂ ଏହି ଘଟଣାର ଦୃଶ୍ୟକୁ ଜଣେ ଭିଡିଓ କରିଥିଲେ ବି କେହି ଏଥିରେ ହସ୍ତକ୍ଷେପ କଲେ ନାହିଁ। ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ପରେ ଇଟାଲୀର ଖବରକାଗଜ ଲା ଷ୍ଟାମ୍ପାର ସମ୍ପାଦକୀୟରେ ଏହି ଘଟଣା ସମ୍ପର୍କରେ ପ୍ରକାଶ ପାଇଥିଲା ।
ଆମେ ସଭ୍ୟତାର ସାୟଂବେଳା ବା ନୈତିକ ଅଧୋଗତିର ଦ୍ୱାରଦେଶରେ ରହିଥିବା ଏହା ସଙ୍କେତ ଦେଇଛି। ଯଦି ତୁମେ ସେଠାରେ ଥାଆନ୍ତ, ତେବେ ଓଗୋରଚୁକୁଙ୍କୁ ସାହାଯ୍ୟ କରିଥାଆନ୍ତ କି? ତେବେ ସାହାଯ୍ୟ କରିବ କି ନାହିଁ ସେ ସମ୍ପର୍କରେ ଉତ୍ତର ଦେବା ଆଗରୁ ବିଚାର କରିବ ଯେ,ଏଥିରେ ହସ୍ତକ୍ଷେପ କଲେ ନିଜ ଉପରେ ବିପଦ ରହିଛି କି ନାହିଁ। ସେଠାରେ ଉପସ୍ଥିତ ରହି ତୁମକୁ ଯାହା ଭଲ ଲାଗିଲା ତାହା କଲ। ଏବେ ଦେଖଣାହାରିଙ୍କ ପ୍ରଭାବ ଭିନ୍ନ ରୂପେ ଭିନ୍ନ କ୍ଷେତ୍ରରେ ପ୍ରକାଶ ପାଉଛି। ଉକ୍ତ ଘଟଣାରେ କୌଣସି ବିପଦ ନ ଥାଇ ଅନ୍ୟର ଜୀବନ ବଞ୍ଚାଇବା ଲାଗି ସହଯୋଗ କରାଯାଇପାରିଥାନ୍ତା। କିନ୍ତୁ ତାହା ହେଲା ନାହିଁ। ଦେଖଣାହାରି ସିଜିଲେ କ’ଣ ପ୍ରଭାବ ପଡ଼େ ତାହା ନାଇଜେରୀୟଙ୍କ କ୍ଷେତ୍ରରେ ସ୍ପଷ୍ଟ ହୋଇଛି।
ନିକଟରେ ଜାତିସଂଘ ଖାଦ୍ୟ ଓ କୃଷି ସଂଗଠନ ଏବଂ ବିିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ଦ୍ୱାରା ଜାରି କରାଯାଇଥିବା ରିପୋର୍ଟ ସତର୍କ କରିଦେଇଛି ଯେ, ଏବେଠାରୁ ସେପ୍ଟେମ୍ବର ମଧ୍ୟରେ ଦୁର୍ଭିକ୍ଷ ବା ଅନାହାର ୪୬ ଦେଶର ୪୯ ମିଲୟନ ଲୋକଙ୍କୁ ପ୍ରଭାବିତ କରିବ। ଯେଉଁ ଦେଶଗୁଡ଼ିକ ଉପରେ ଅଧିକ ବିପଦ ରହିଛି .ସେଗୁଡ଼ିକ ହେଲା ଆଫ୍‌ଗାନିସ୍ତାନ, ଇଥିତ୍ଓପିଆ, ନାଇଜେରିଆ, ସୋମାଲିଆ, ଦକ୍ଷିଣ ସୁଦାନ ଓ ୟେମେନ। ଏହିସବୁ ଦେଶର ବିଭିନ୍ନ ଅଞ୍ଚଳରେ ନାଗରିକମାନଙ୍କ ମଧ୍ୟରେ ଲାଗି ରହିଥିବା ସଂଘର୍ଷ ଅନାହାର ପାଇଁ ଏକ ମୁଖ୍ୟ ତଥା ବିପଜ୍ଜନକ ପ୍ରସଙ୍ଗ ହୋଇଥିଲେ ମଧ୍ୟ ଉକ୍ତ ରିପୋର୍ଟ ଝଡ଼, ମରୁଡ଼ି ଓ ବନ୍ୟା ଭଳି ଜଳବାୟୁଜନିତ ଚରମ ପ୍ରଭାବକୁ ଦର୍ଶାଇଛି ଏବଂ ୟୁକ୍ରେନ୍‌ରେ ଯୁଦ୍ଧ ଆରମ୍ଭ ହେବା ପରେ ଖାଦ୍ୟ ଓ ଶକ୍ତି ଦର ମଧ୍ୟ ବୃଦ୍ଧି ପାଉଥିବା କହିଛି। ତଥାପି ଏବେ ବିଶ୍ୱରେ ଏକ ଅବ୍ୟବସ୍ଥିତ ଧାରା ପରିଦୃଶ୍ୟ ହୋଇଛି। ଧନୀଦେଶର ସରକାରଗୁଡ଼ିକ କମ୍‌ ବିଦେଶୀ ସହାୟତା ଦେଉଛନ୍ତି। ଏହାର ଏକ ଜ୍ୱଳନ୍ତ ଦୃଷ୍ଟାନ୍ତ ହେଉଛି ୟୁନାଇଟେଡ କିଙ୍ଗଡମ(ୟୁକେ) ବା ଇଂଲଣ୍ଡ। ଏହା ଏଭଳି ଏକ ଦେଶ ଯାହା ଦ୍ୱିପାକ୍ଷିକ ଚୁକ୍ତିରେ ଧୀରେ ଧୀରେ ଜାତିସଂଘର ବିଦେଶୀ ସହାୟତା ଲକ୍ଷ୍ୟ ଯାହା ମୋଟ ଜାତୀୟ ଆୟର ୦.୭% ରେ ପହଞ୍ଚିବା ଲାଗି ପୂରାଦମରେ କାମ କରିଥିଲା । ୨୦୧୩ରେ ଏହି ଲକ୍ଷ୍ୟରେ ପହଞ୍ଚିଲା ଓ ୨୦୨୦ ପର୍ଯ୍ୟନ୍ତ ତାହାକୁ ପୂରଣ କରିଚାଲିଲା। କିନ୍ତୁ ୨୦୨୧ରେ ୟୁକେର ବିଦେଶୀ ସହାୟତା ବଜେଟ ମୋଟ ଜାତୀୟ ଆୟର ୦.୫%କୁ ହ୍ରାସ ପାଇଲା। ୨୦୨୨ରେ ମଧ୍ୟ ସେମିତିି ରହିବାର ଅଧିକ ସମ୍ଭାବାନା ରହିଛି।
ୟୁକେ ଡିପାର୍ଟମେଣ୍ଟ ଫର୍‌ ଇଣ୍ଟର୍‌ନ୍ୟାଶନାଲ ଡେଭଲପ୍‌ମେଣ୍ଟର ପୂର୍ବତନ ସଚିବ ମାର୍କ ଲୌକକ୍‌ ନିକଟରେ ଏକ ସାକ୍ଷାତ୍‌କାରରେ କହିଛନ୍ତି ଯେ, ତାଙ୍କ ଦେଶ ତା ସହାୟତା କାର୍ଯ୍ୟକ୍ରମରେ ଚରମ ଦାରିଦ୍ର୍ୟକୁ ସମ୍ପୂର୍ଣ୍ଣ ପ୍ରାଥମିକତା ଦେବାରେ ବିଶ୍ୱରେ ଅଗ୍ରଣୀ ହୋଇ ଆସୁଥିବାବେଳେ ଏବେ ଅତି ଗରିବ ଓ ଦୁର୍ବଳ ଦେଶଗୁଡ଼ିକୁ ସାହାଯ୍ୟ କରିବାକୁ ଗୁରୁତ୍ୱ ଦେଉନାହିଁ। ଏଭଳି ସ୍ଥିତିରେ ସହାୟତା ପାଉଥିବା ୟେମେନ୍‌, ଦକ୍ଷିଣ ସୁଦାନ ଏବଂ ସୋମାଲିଆ ବାଦ୍‌ ପଡ଼ିଛନ୍ତି। ମାନବୀୟ ବିପର୍ଯ୍ୟୟର କାରଣଗୁଡ଼ିକ ଯୋଗୁ ଏଠାରେ ବହୁ ଜୀବନ ଯାଉଛି ଓ ଏହି ସଂଖ୍ୟା ବଢିଚାଲିଛି। ଏହାବାଦ୍‌ ଲୌକକ୍‌୍‌ କହିଛନ୍ତି ଯେ, ମଧ୍ୟମ ଆୟ ବର୍ଗର ଦେଶଗୁଡ଼ିକୁ ସହାୟତା ଯାଉଛି, ଯେଉଁଠି ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ଏତେ ବଡ଼ ନୁହେଁ ଯେତିକି ବିଶ୍ୱ ବ୍ୟାଙ୍କର ଅତି ଗରିବ ଶ୍ରେଣୀଭୁକ୍ତ ଦେଶ ତଥା ଦୈନିକ ୧.୯୦ ଡଲାରରେ ବଞ୍ଚୁଥିବା ଲୋକମାନଙ୍କ ଜୀବନ ଉପରେ ପଡ଼ୁଛି।
ଦେଖଣାହାରି ନ ସାଜି ପ୍ରୟାସ କଲେ ବିଶ୍ୱରେ ଆଗକୁ ଅନେକ ଲକ୍ଷ ଲୋକଙ୍କ ମୃତ୍ୟୁକୁ ରକ୍ଷାକରାଯାଇପାରିବ। ଏଭଳି ବିପର୍ଯ୍ୟୟକୁ ତୁମେ ଦୂରେଇ ଦେଇ ପାରିବ। ଏହା କରିବାକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଉପାୟ ଆପଣାଇଲେ ଆଉ ଦେଖଣାହାରି ହେବ ନାହିଁ। ପ୍ରଥମରେ, ଅର୍ଗାନାଇଜେଶନ ଫର୍‌ ଇକୋନୋମିକ କୋ-ଅପରେଶନ ଆଣ୍ଡ୍‌ ଡେଭଲପ୍‌ମେଣ୍ଟ(ଓଇସିଡି)ର ପ୍ରାରମ୍ଭିକ ତଥ୍ୟ ଅନୁଯାୟୀ, ୨୦୨୧ରେ କେବଳ ଲୁସେମବର୍ଗ, ନରଓ୍ବେ, ସୁଇଡେନ, ଜର୍ମାନୀ ଏବଂ ଡେନମାର୍କ ବିଦେଶୀ ସହାୟତା ପାଇଁ ମୋଟ ଜାତୀୟ ଆୟର ୦.୭% ଲକ୍ଷ୍ୟ ହାସଲ କରିଛନ୍ତି କିମ୍ବା ତାହାକୁ ଟପି ଯାଇଛନ୍ତି। ଦାନ ଦେଉଥିବା ଦେଶଗୁଡ଼ିକର ତାଲିକାରେ ଆମେରିକା ଏଯାବତ ସବା ତଳେ ରହିଛି। ଏହା ତାହାର ମୋଟ ଜାତୀୟ ଆୟର ୦.୧୮% ସହାୟତା ଦେଉଛି। ହେଲେ ଅଷ୍ଟ୍ରେଲିଆ ଦେଉଛି ୦.୨୨%, ଯାହା ଆମେରିକାଠାରୁ ବହୁତ ଭଲ। ୦.୭% ଲକ୍ଷ୍ୟ ପୂରଣ କରୁ ନ ଥିବା ଏକ ଧନୀ ଦେଶରେ ତୁମେ ଯଦି ରହିବ, ତେବେ ସେଠାକାର ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଯୋଗାଯୋଗ କର ଏବଂ ସେମାନଙ୍କୁ କୁହ ଯେ, ସମସ୍ତେ ମୌଳିକ ଆବଶ୍ୟକତା ପୂରଣ କରିପାରୁଥିବା ଏକ ବିଶ୍ୱ ଗଠନ କରିବାକୁ ଅଂଶଧନ ଦେବାରେ ବିଫଳତା ଯୋଗୁ ତୁମେମାନେ ଅପମାନିତ ହେଉଛ। ସେମାନଙ୍କୁ ଏହା ମଧ୍ୟ କୁହ, ଅଧିକ ଓ ଉତ୍ତମ ବିଦେଶୀ ସହାୟତା ପାଇଁ ଏକ ଅଭିଯାନ ଆରମ୍ଭ କରିବାକୁ ଅନ୍ୟମାନଙ୍କ ସହ ଯୋଗ ଦିଅନ୍ତୁ।
ଦ୍ୱିତୀୟରେ ତୁମେ ଏହା କରିବା ପରେ ଚୁପ୍‌ ହୋଇ ଏଠିସେଠି ବସି ଯାଅନାହିଁ କି ତୁମ ସରକାର ଯେ ଠିକ୍‌ କରିବ ସେଥିଲାଗି ଅପେକ୍ଷା କରନାହିଁ। ତୁମେ ନିଜେ ଏହା କର। ଯଦି ତୁମେ ଅଧିକ ଧନୀ କାଫେକୁ ଯାଉଛ ଓ କଫି ଲାଗି ଅର୍ଡର ଦେଇ ଅଧିକ ଖର୍ଚ୍ଚ କରିପାରୁଛ, ତେବେ ଏହି ପୃଥିବୀରେ ୧୦ ଜଣରେ ପାଖାପାଖି ଜଣେ ପୂରା ଦିନ ଯେତିକିି ଖର୍ଚ୍ଚରେ ବଞ୍ଚିବାକୁ ପଡ଼ୁଛି ତାଠାରୁ ତୁମେ ଅଧିକ ବ୍ୟୟ କରୁଛ ବୋଲି ଜାଣ। ତୁମେ ଯାହା ଦେବାକୁ କିମ୍ବା ସାହାଯ୍ୟ କରିବାକୁ ସକ୍ଷମ ତାହାର ମୂଲ୍ୟ କିିଭଳି ପାଇବ ତାହା ଯଦି ଜାଣିନାହଁ, ତେବେ ଅନଲାଇନରୁ ଜାଣିପାରିବ। www.thelifeyoucansave.org or www.givewell.orgକୁ ଯାଇ ଦାନ କରୁଥିବା ତାଲିକାଭୁକ୍ତ ସଂସ୍ଥା ବା ସଂଗଠନଗୁଡ଼ିକ ମଧ୍ୟରୁ ଗୋଟିକୁ ଚୟନ କର। ଏହି ସବୁ ସଂସ୍ଥା ଖୁବ୍‌ ପ୍ରଭାବୀ ଓ ସ୍ବତନ୍ତ୍ର ଭାବେ ଏସବୁର ମୂଲ୍ୟାୟନ ବି କରାଯାଇଛି। ଦେଖିବ, ତୁମେ ଆଉ ଦେଖଣାହାରି ହୋଇ ରହିବ ନାହିଁ କି ଓ ଓଗୋରଚୁକୁ ଅକାରଣରେ ମରିବେ ନାହିଁ।

– ପିଟର ସିଙ୍ଗର
ପ୍ରଫେସର, ବାୟୋଏଥିକ୍ସ,
ପ୍ରନଷ୍ଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri