ଭିନ୍ନ ରହିବେନି ଭିନ୍ନକ୍ଷମ

ଅନୁଗୋଳ ଅଫିସ, ୨୭।୨ ଜନ୍ମରୁ ହେଉ ଅବା ରୋଗ କି ଦୁର୍ଘଟଣା, ବିଭିନ୍ନ କାରଣରୁ ଭିନ୍ନକ୍ଷମ ହୋଇଯାଇଥିବା ବ୍ୟକ୍ତିଙ୍କୁ ଶାରୀରିକ ଭାବେ ସକ୍ଷମ କରାଯିବ। କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ଲଗାଇ ସେମାନଙ୍କୁ ସାଧାରଣଙ୍କ ପରି ଜୀବନ ଅତିବାହିତ ପାଇଁ ସୁଯୋଗ ଦିଆଯିବ। ଏଥିନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଗୋଳ ଜିଲାରେ ସ୍ଥାପନ କରାଯାଉଛି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର। ଭୁବନେଶ୍ୱର ଓ ସୁନ୍ଦରଗଡ଼ ପରେ ଏହା ରାଜ୍ୟର ୩ୟ କେନ୍ଦ୍ରର ମାନ୍ୟତା ପାଇବାକୁ ଯାଉଛି। ଆସନ୍ତା ମାର୍ଚ୍ଚ ଶେଷ ସୁଦ୍ଧା ନଚେତ୍‌ ଏପ୍ରିଲ ପ୍ରଥମ ସପ୍ତାହରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ କରାଯାଇ ଭିନ୍ନକ୍ଷମଙ୍କୁ ସକ୍ଷମ କରାଯିବା ଉଦ୍ୟମ ଆରମ୍ଭ କରିବାକୁ ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ରଖିଛି।

ଅନୁଗୋଳ ସହରସ୍ଥିତ କଦମ ପଡ଼ିଆ ସମ୍ମୁଖରେ ଥିବା ଜିଲା ସାମାଜିକ ସୁରକ୍ଷା ସଶକ୍ତୀକରଣ ବିଭାଗ କାର୍ଯ୍ୟାଳୟରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ସ୍ଥାପନ କରାଯିବ। ଏ ନେଇ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହାକୁ ବି.ଆର୍‌. ବାୟୋମେଡିକାଲ ପ୍ରାଇଭେଟ୍‌ ଲିମିଟେଡ୍‌ ପରିଚାଳନା କରିବ ବୋଲି ପ୍ରଶାସନ ପକ୍ଷରୁ ଚୁକ୍ତି କରାଯାଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୬ଟି ଗୃହ ନିର୍ମାଣ କରାଯାଉଥିବାବେଳେ ୨ଟି ଗୃହରେ କୃତ୍ରିମ ଅଙ୍ଗପ୍ରତ୍ୟଙ୍ଗ ତିଆରି କରାଯିବ। ଅବଶିଷ୍ଟ ୪ ରୁମ୍‌ରେ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇ ଦିଆଯିବ। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ଭିନ୍ନକ୍ଷମଙ୍କୁ ଆତ୍ମନିର୍ଭରଶୀଳ କରାଯିବାକୁ ତ୍ୱରିତ ପଦକ୍ଷେପ ନିଆଯିବ। ସେମାନେ ଯେପରି ଆଉ କାହା ଉପରେ ବୋଝ ହୋଇ ରହିବେ ନାହିଁ ଓ ତତ୍‌ଜନିତ ମାନସିକ ଚିନ୍ତାରୁ ମୁକ୍ତି ପାଇବେ ସେ ଦିଗରେ ଉଦ୍ୟମ କରାଯିବ। ଏପରିକି ଭିନ୍ନକ୍ଷମଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପ୍ରଦାନ କରାଯିବ। ଏପରି କି ଯାତାୟାତ ବାବଦ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ। ସେହିପରି ଭିନ୍ନକ୍ଷମଙ୍କ ଶରୀରରେ ଲାଗିବାକୁ ଥିବା କୃତ୍ରିମ ଅଙ୍ଗର ମାପ କମ୍ପ୍ୟୁଟର ମାଧ୍ୟମରେ ନିଆଯିବ। ଫଳରେ ଏ ନେଇ ଭବିଷ୍ୟତରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଜିଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ)ରୁ ଏଥିପାଇଁ ଅର୍ଥ ମଞ୍ଜୁର କରାଯାଇଛି। ପାଖାପାଖି ୧୯ କୋଟି ଟଙ୍କା ମଧ୍ୟରୁ ୧୨ କୋଟି ଟଙ୍କା ଯନ୍ତ୍ରାଂଶ କିଣିବାରେ ବ୍ୟୟ କରାଯିବାକୁ ଧାର୍ଯ୍ୟ କରାଯାଇଥିବାବେଳେ ଭିତ୍ତିଭୂମି ଓ ରକ୍ଷଣାବେକ୍ଷଣାରେ ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରାଯିବ। ସେହିପରି ସ୍ନାୟୁଜନିତ ରୋଗରେ ପୀଡ଼ିତଙ୍କୁ ଏଠାରେ ରୋବୋଟିକ୍ସ ଥେରାପି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ପ୍ରତିଶ୍ରୁତି ଅନୁଯାୟୀ ଅନୁଗୋଳରେ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

 

ଖୁବ୍‌ଶୀଘ୍ର ମିଳିବ ସେବା
ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏହି ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର ନିର୍ମାଣ କରାଯାଉଛି। ବିଦେଶରୁ ଆସୁଥିବା ଅତ୍ୟାଧୁନିକ ଯନ୍ତ୍ରାଂଶ ଲାଗିବା ପରେ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବ। ଢେଙ୍କାନାଳ, ବୌଦ୍ଧ, ଦେବଗଡ଼ ଜିଲାର ଭିନ୍ନକ୍ଷମଙ୍କୁ ମାଗଣାରେ ସେବା ଯୋଗାଇ ଦିଆଯିବ। କିନ୍ତୁ କୃତ୍ରିମ ଅଙ୍ଗ କିମ୍ବା ହ୍ବିଇଲ ଚେୟାର ବାବଦରେ କେତେ ଶୁଳ୍କ ନିଆଯିବ ସେ ନେଇ ନିଷ୍ପତ୍ତି ହୋଇନାହିଁ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ

ସ୍ନାୟୁ ରୋଗୀଙ୍କ ଥେରାପି ହେବ
ଏହି କେନ୍ଦ୍ରରେ କେବଳ ଭିନ୍ନକ୍ଷମ ନୁହନ୍ତି, ସ୍ନାୟୁ ଜନିତ ରୋଗୀଙ୍କୁ ଥେରାପି ବ୍ୟବସ୍ଥା କରାଯିବ। ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଏକ ଏଜେନ୍ସି ଦ୍ୱାରା ଏହାର ପରିଚାଳନା କରିବାକୁ ସ୍ଥିର କରାଯାଇଛି। ଏହି ସେବା ଆରମ୍ଭ ହେଲେ ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ସୁବିଧା ପାଇବେ।
-ମାଧବ ଚନ୍ଦ୍ର ବରାଡ଼, ଜିଲା ସାମାଜିକ ସୁରକ୍ଷା ଅଧିକାରୀ

ଭିନ୍ନକ୍ଷମଙ୍କ ପାଇଁ ବିଦ୍ୟାଳୟ ହେଉ
ଭିନ୍ନକ୍ଷମଙ୍କ ପାଇଁ ସୁବିଧା କରିବା ଭଳି ପୁନର୍ବାସ କେନ୍ଦ୍ରର ବ୍ୟବସ୍ଥା ପୂର୍ବରୁ ଅନୁଗୋଳରେ ନ ଥିଲା। ଏବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଏପରି ଏକ କେନ୍ଦ୍ର ଖୋଲାଯିବା ସ୍ବାଗତଯୋଗ୍ୟ ପଦକ୍ଷେପ। ଏହାଦ୍ୱାରା ଅନୁଗୋଳ ସହ ଅନ୍ୟ ଜିଲାର ଭିନ୍ନକ୍ଷମମାନେ ଉପକୃତ ହୋଇପାଇବେ। ଭିନ୍ନକ୍ଷମ ବିଦ୍ୟାଳୟଟିଏ ହେଲେ ଆହୁରି ଭଲ ହୁଅନ୍ତା।
-ସୁଶ୍ରୀସଙ୍ଗୀତା ମହାନ୍ତି, ଅନୁଗୋଳ

ଖର୍ଚ୍ଚାନ୍ତରୁ ମୁକ୍ତି ମିଳିବ
ଅଙ୍ଗ ହରାଇଥିବା ବ୍ୟକ୍ତି ବହୁ ମାନସିକ ଚାପରେ ଥାନ୍ତି। କୃତ୍ରିମ ଅଙ୍ଗ ଲଗାଇ ସାଧାରଣଙ୍କ ପରି ହେବାକୁ ସେମାନେ ବାହାରକୁ ଯାଇ ବହୁ ଅର୍ଥ ଖର୍ଚ୍ଚ କରିଥାନ୍ତି। ଅନୁଗୋଳରେ ଏହି ସୁବିଧା ଭିନ୍ନକ୍ଷମଙ୍କୁ ଯୋଗାଇ ଦିଆଯିବା ନିଶ୍ଚିତ ଉତ୍ତମ ବ୍ୟବସ୍ଥା। ଏହାଦ୍ୱାରା ଜିଲାର ଭିନ୍ନକ୍ଷମମାନେ ସେହି ଖର୍ଚ୍ଚାନ୍ତରୁ ରକ୍ଷା ପାଇବେ। ହାଇଟେକ ମେଶିନ ବିଦେଶରୁ ଆସୁଥିବାରୁ ଲୋକମାନେ ଏଠାରେ ଉତ୍ତମ ସେବା ପାଇପାରିବେ।
-ପ୍ରତାପ ମହାପାତ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri