ଅହଂକାର ରଖନି, ଗ୍ରୁପିଜମ୍‌ କରନାହିଁ: ନଡ୍ଡା

ଭୁବନେଶ୍ୱର (ସୁନିତ୍‌ ମିଶ୍ର)/ପୁରୀ (ଅଜିତ କୁମାର ମହାନ୍ତି), ୧୩ା୪: ପୁରୀ ସ୍ଥିତ ସ୍ବାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଆୟୋଜିତ ଭାଜପାର ୨ ଦିନିଆ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରି ନଡ୍ଡା ଦଳର ବିଧାୟକ, ମନ୍ତ୍ରୀ ଏବଂ ଏମ୍‌ପିମାନଙ୍କୁ ଏକାଧିକ ପଏଣ୍ଟ ଉପରେ ଗୁରୁମନ୍ତ୍ର ଦେଇଛନ୍ତି। ନଡ୍ଡା କହିଛନ୍ତି, ରାଜନୀତିରେ ବଞ୍ଚି ରହିବାକୁ ହେଲେ ସ୍ବାସ୍ଥ୍ୟକ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେବା ଦରକାର। ବିଧାୟକ, ସାଂସଦ କିମ୍ବା ମନ୍ତ୍ରୀ ବୋଲି ଅହଂକାର କରନାହିଁ। ପ୍ରଥମେ ଗ୍ରୁପିଜମ୍‌, ଚାପୁଲିସି ଛାଡ଼। ନିଜର ବ୍ୟକ୍ତିତ୍ୱ ତିଆରି କରିବାକୁ ପ୍ରାଥମିକତା ଦିଅ। ଗ୍ରାଉଣ୍ଡକୁ ଯାଇ ଲୋକମାନଙ୍କ ପାଇଁ କାମ କଲେ ହିଁ ନିଜର ବ୍ୟକ୍ତିତ୍ୱ ତିଆରି କରିବା ସମ୍ଭବ ହେବ। ଅଙ୍ଗନୱାଡି କେନ୍ଦ୍ର ଓ ମେଡିକାଲକୁ ଯାଇ ଅଧ ଘଣ୍ଟା ଲେଖା ବସ ଏବଂ ସେଠାରେ ଲୋକମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝ। ନିଜ ଅଞ୍ଚଳର ଦଳିତ ପରିବାର ସହ ସମ୍ପର୍କରେ ରୁହ। ନିର୍ବାଚନମଣ୍ଡଳୀ ଗସ୍ତ କରିବା ବେଳେ କୌଣସି ବ୍ୟକ୍ତିବିଶେଷଙ୍କ ଘରେ ବସ ନାହିଁ। ବରଂ ଏକ ସାର୍ବଜନୀନ ସ୍ଥାନରେ ବସିବାକୁ ଅଭ୍ୟାସ କର। କୌଣସି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ଘରେ ଯାଇ ବସିଲେ ନିର୍ବାଚନମଣ୍ଡଳୀ ସ୍ତରରେ ଶତ୍ରୁ ତିଆରି ହେବେ। ଲୋକମାନଙ୍କ ମନ ଭିତରେ ଈର୍ଷା ଜାତହେବ। ତେଣୁ ଏହି କାର୍ଯ୍ୟଠାରୁ ନିଜକୁ ଦୂରେଇ ରଖିବା ଦରକାର। ଲୋକମାନଙ୍କ ପାଇଁ କାମ କରିବା ସବୁଠାରୁ ଜରୁରୀ। ସେଥିଲାଗି ଅଫିସରଙ୍କ ସହ ଭଲ ସମ୍ପର୍କ ରଖି କାମ ଆଦାୟ କରିବା ଶିଖ ବୋଲି ସେ କହିଛନ୍ତି।

ନଡ୍ଡା ଆହୁରି କହିଛନ୍ତି, ସରକାର ସହ ସଙ୍ଗଠନକୁ ନେଇ ଚାଲିବା ଦରକାର। ଏହାଛଡ଼ା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ଭଲ ଭାବେ ଜାଣିବା ସହ ତାହା କେତେଦୂର କାର୍ଯ୍ୟକାରୀ ହେଉଛି ଗ୍ରାଉଣ୍ଡକୁ ଯାଇ ଦେଖ। ବାସ୍ତବରେ ସରକାରୀ ଯୋଜନା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ଏବଂ ଲୋକଙ୍କ ନିକଟରେ ତା’ର ସୁଫଳତା କେତେ ମାତ୍ରାରେ ପହଞ୍ଚୁଛି ସେକଥା ଉପରେ ଗୁରୁତ୍ୱ ଦେବା ଦରକାର। ଏହାସହ ଲୋକମାନଙ୍କ ଜନଶୁଣାଣି କାର୍ଯ୍ୟକ୍ରମ କରିବା ସମୟରେ ନିଜ ବ୍ୟବହାର ପ୍ରତି ସଚେତନ ରହିବା ଜରୁରୀ। ଲୋକଙ୍କ ଅଭିଯୋଗ ଶୁଣିବା ସମୟରେ ସବୁବେଳେ ହସି ହସି କଥା ହେବା ଶିଖ। ଜଣେ କାର୍ଯ୍ୟକର୍ତ୍ତାଙ୍କ ସହ କିପରି କଥା ହେବ, ସେମାନଙ୍କୁ କେମିତି କାର୍ଯ୍ୟରେ ଲଗାଇବ ସେଥିପ୍ରତି ସଚେତନ ଓ ସତର୍କ ରହିବା ଜରୁରୀ। ଭାଜପାର ସ୍ବତନ୍ତ୍ର ବିଚାରଧାରା ରହିଛି। ଏହାକୁ ସମସ୍ତ ବିଧାୟକ ଓ ସାଂସଦଙ୍କୁ ମାନିବାକୁ ପଡ଼ିବ ବୋଲି ନଡ୍ଡା କହିଛନ୍ତି। ଭାଜପା କର୍ମକର୍ତ୍ତାଙ୍କ କଠିନ ପରିଶ୍ରମ ଯୋଗୁ ଗତ ୩ ମାସରେ ସାଢ଼େ ୧୩ କୋଟି ମହିଳା ଓ ପୁରୁଷ ଭାଜପାର ସଦସ୍ୟ ହୋଇଛନ୍ତି।

ଭାଜପା କର୍ମୀ ଏବଂ ନେତାଙ୍କ ପରିଶ୍ରମ ଓ ଶୃଙ୍ଖଳା ସହ ଦେଶବାସୀଙ୍କ ଭରସା ଓ ଆଶୀର୍ବାଦ ଯୋଗୁ ୧୯ଟି ରାଜ୍ୟରେ ଏନ୍‌ଡିଏ ସରକାର ଅଛି। ଏହି ୧୯ଟି ରାଜ୍ୟରୁ ୧୩ଟି ରାଜ୍ୟରେ ଭାଜପାର ଏକାକୀ ସରକାର ରହିଛି। ବିଧାୟକ ଓ ସାଂସଦମାନେ ସବୁବେଳେ କିଛି ନୂଆ କଥା ଶିଖିବା ଉଚିତ୍‌। ଏହା ଦ୍ୱାରା ଦଳର ଉନ୍ନତି ହେବା ସହ ସଫଳତା ମିଳିପାରିବ ବୋଲି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ନିଜ ବକ୍ତବ୍ୟରେ କହିଛନ୍ତି। ପ୍ରଶିକ୍ଷଣ ଶିବିରରେ ୧ ଘଣ୍ଟାରୁ ଅଧିକ ସମୟ ଧରି ଭାଜପା ସାଂସଦ ଏବଂ ମନ୍ତ୍ରୀ ଓ ବିଧାୟକମାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଭଳି ଟିପ୍ସ ଦେଇଛନ୍ତି। ମୁଖ୍ୟତଃ ସରକାର, ସଙ୍ଗଠନ ଏବଂ ସୁସମ୍ପର୍କ ଉପରେ ଗୁରୁତ୍ୱ ଦେଇ ସେ ତାଙ୍କ ବକ୍ତବ୍ୟ ରଖିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ବିଧାୟକ ଓ ସାଂସଦ ସମସ୍ତେ ଉପସ୍ଥିତ ଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ କିଛି ଟିପ୍ସ ଦେଇଛନ୍ତି। ସାମାଜିକ ଗଣମାଧ୍ୟମର ବ୍ୟବହାର କିପରି କରାଯିବ ଏବଂ ତା’ର ଗୁରୁତ୍ୱକୁ ମଧ୍ୟ ପ୍ରଶିକ୍ଷଣ ଶିବିରରେ କୁହାଯାଇଛି।

ମିଳିଥିବା ସୂଚନା ମୁତାବକ, ସବୁ ବିଧାୟକ, ମନ୍ତ୍ରୀ, ଏମ୍‌ପିମାନେ ଶନିବାର ପୁରୀଠାରେ ରାତ୍ରିଯାପନ କରିବେ। ରବିବାର ସା ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଶିବିର ଚାଲିବ। ସେଠାରେ ପ୍ରଥମ ଦିନ ବିଧାୟକ, ମନ୍ତ୍ରୀ ଓ ଏମ୍‌ପିମାନଙ୍କ ମଧ୍ୟରେ କବାଡ଼ି, ଭଲି ଆଦି ଖେଳର ଆୟୋଜନ ହୋଇଥିଲା। ଏଥିରେ ମଧ୍ୟ ଦଳୀୟ ନେତାମାନେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri