ହାରିବାନି, ହରାଇବା

କ୍ୟାନ୍‌ସର ନାଁ ଶୁଣିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ। ତେବେ ଏଭଳି ଶାରୀରିକ ସମସ୍ୟାରେ ସାହସ ଜରୁରୀ। କ୍ୟାନ୍‌ସର ଭୟରେ ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ଲାଗି ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ। ଏହାଦ୍ୱାରା ପରବର୍ତ୍ତୀ ଜୀବନ ଜିଇଁବା ସହଜ ହୋଇଥାଏ। ଭାରତରେ ପ୍ରତି ୮ ମିନିଟରେ ଜଣେ ମହିଳାଙ୍କର ଗର୍ଭାଶୟ କ୍ୟାନ୍‌ସରରେ ମୃତ୍ୟୁ ଘଟିଥାଏ। ସେହିପରି ତମାଖୁଜନିତ କ୍ୟାନ୍‌ସରରେ ଦେଶର ବହୁ ଲୋକଙ୍କ ମୃତ୍ୟୁ ଘଟିଥାଏ।
କାରଣ ଏବଂ ଏଥିରେ ନ ହାରି ହରାଇବା ମନୋବୃତ୍ତି ବଢାଇବା ଲାଗି ୨୦୧୪ ସେପ୍ଟେମ୍ବରରେ ଜାତୀୟ କର୍କଟ ସଚେତନତା ଦିବସ ପାଳନ ଲାଗି ତତ୍‌କାଳୀନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ। ପ୍ରତିବର୍ଷ ନଭେମ୍ବର ୭ରେ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।
ଏହି ଦିବସ ପାଳନ ଅବସରରେ କ୍ୟାନ୍‌ସର ନିୟନ୍ତ୍ରଣ ଉପରେ ଦେଶବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ। ମାଗଣା ସ୍କ୍ରିନିଂ ପାଇଁ ବିଭିନ୍ନ ହସ୍ପିଟାଲ ପକ୍ଷରୁ ଲୋକଙ୍କୁ ଉତ୍ସାହିତ କରାଯାଇଥାଏ। ଏଥିସହିତ କ୍ୟାନ୍‌ସରର ପ୍ରାରମ୍ଭିକ ଲକ୍ଷଣ ଏବଂ ଏହାକୁ କିପରି ଏଡାଇ ହେବ ସେ ବିଷୟରେ ଲୋକଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରାଯାଇଥାଏ। ସନ୍ତୁଳିତ ଖାଦ୍ୟ ତଥା ଜୀବନଶୈଳୀ ବଜାୟ ରଖିବା କ୍ୟାନ୍‌ସର ସହ ଲଢିବାରେ ବେଶ୍‌ ସହାୟକ ହୋଇଥାଏ। ଏହା ବ୍ୟତୀତ ଅନ୍ୟାନ୍ୟ ସତର୍କତା ମଧ୍ୟ ଜରୁରୀ।