ସରିଲା ଭୋଟ, ଫଳାଫଳକୁ ଅପେକ୍ଷା

ଢେଙ୍କାନାଳ ଅଫିସ,୪ା୪: ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ସୋମବାର ଅପରାହ୍ନ ୫ଟାରେ ଶେଷ ହୋଇଛି। ମୋଟ୍‌ ମତଦାନ ହାର ୮୮ ପ୍ରତିଶତ ହୋଇଥିବାବେଳେ ସେଥିରୁ ୯୦ ପ୍ରତିଶତ ମହିଳା ଓ ୮୬ ପ୍ରତିଶତ ପୁରୁଷ ଭୋଟର ଭୋଟ୍‌ ଦେଇଛନ୍ତି। ସନ୍ଧ୍ୟା ସାଢେ ୬ଟା ସୁଦ୍ଧା ସମସ୍ତ ବୁଥରୁ ପୋଲିଂ ପାର୍ଟି ଇଭିଏମ୍‌ ନେଇ ଏନ୍‌ଏସି କାର୍ଯ୍ୟାଳୟକୁ ଫେରିଥିବା ଜଣାପଡିଛି। ଏନ୍‌ଏସି କାର୍ଯ୍ୟାଳୟଠାରେ ଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍‌ଗୁଡିକ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ। ଆସନ୍ତା ୫ ତାରିଖ ସକାଳ ୮ଟାରୁ ଏନ୍‌ଏସି କାର୍ଯ୍ୟାଳୟରେ ଭୋଟ ଗଣତି ହେବ ବୋଲି ହିନ୍ଦୋଳ ଉପଜିଲାପାଳ ସୂଚନା ଦେଇଛନ୍ତି।
୧୬ ୱାର୍ଡ ବିଶିଷ୍ଟ ହିନ୍ଦୋଳ ଏନ୍‌ଏସିରେ ମୋଟ୍‌ ୧୬ଟି ବୁଥ୍‌ କରାଯାଇଥିଲା। ସକାଳ ୮ଟାରୁ ଭୋଟ୍‌ଗ୍ରହଣ ଆରମ୍ଭ ହୋଇଥିବା ବେଳେ ପ୍ରତି ବୁଥ୍‌ରେ ନଗରପାଳ ପ୍ରାର୍ଥୀଙ୍କ ପାଇଁ ଗୋଟିଏ ଓ କାଉନସିଲର ପ୍ରାର୍ଥୀଙ୍କ ପାଇଁ ଗୋଟିଏ କରି ମୋଟ ୨ଟି ଇଭିଏମ୍‌ ରହିଥିଲା। ସକାଳେ ଅଧିକାଂଶ ବୁଥ୍‌ରେ ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ଥିବା ଦେଖାଯାଇଥିଲା। ମହିଳା ଭୋଟରଙ୍କ ପାଇଁ ୨ଟି ପିଙ୍କ୍‌ବୁଥ୍‌ ବ୍ୟବସ୍ଥା କରାଯାଇଥିଲା। ସେଠାରେ ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଏବଂ ପୋଲିଂ କର୍ମଚାରୀଙ୍କ ସମେତ ସୁରକ୍ଷା ଦାୟିତ୍ୱରେ ମହିଳା ପୋଲିସ ରହିଥିଲେ। ୫ନଂ. ଓ ୯ନଂ. ୱାର୍ଡ ଉତ୍ତେଜନା ପ୍ରବଣ ହୋଇଥିବାରୁ ସେଠାରେ ଭିଡିଓଗ୍ରାଫି କରାଯିବା ସହିତ ଅଧିକ ପୋଲିସ ଓ ମାଜିଷ୍ଟ୍ରେଟ୍‌ ମୁତୟନ କରାଯାଇଥିଲା। ସମୁଦାୟ ୯୮୬୩ ଭୋଟରଙ୍କ ମଧ୍ୟରୁ ୮୮ ପ୍ରତିଶତ ଅର୍ଥାତ୍‌ ୮୬୪୧ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ। ୪୮୧୭ ମହିଳା ଭୋଟରଙ୍କ ମଧ୍ୟରୁ ୪୩୧୨ ଜଣ (୯୦%) ଓ ୫୦୪୬ ପୁରୁଷ ଭୋଟରଙ୍କ ମଧ୍ୟରୁ ୪୩୨୯ ଜଣ (୮୬%) ଭୋଟ୍‌ ଦେଇଥିଲେ। ୫ନଂ. ୱାର୍ଡରେ ସର୍ବାଧିକ ମତଦାନ ହାର ୯୩ ପ୍ରତିଶତ ହୋଇଥିବା ବେଳେ ୪ନଂ. ଓ ୧୨ନଂ. ୱାର୍ଡରେ ୯୨ ପ୍ରତିଶତ ହୋଇଥିଲା। ୧ନଂ. ୱାର୍ଡରେ ୯୦ ପ୍ରତିଶତ, ୧୪ନଂ ୱାର୍ଡରେ ସର୍ବନିମ୍ନ ୭୯ ପ୍ରତିଶତ ଭୋଟ ଗ୍ରହଣ ହୋଇଥିଲା। ପ୍ରତି ବୁଥ୍‌ରେ ଭୋଟରମାନଙ୍କ ପାଇଁ ପାନୀୟଜଳ ଓ ଖରାରୁ ରକ୍ଷା ପାଇଁ ଛାମୁଣ୍ଡିଆ କରାଯାଇଥିଲା। ଭିନ୍ନକ୍ଷମ, ବରିଷ୍ଠ ନାଗରିକମାନଙ୍କ ପାଇଁ ହ୍ବିଇଲ ଚେୟାର ବନ୍ଦୋବସ୍ତ କରାଯାଇଥିବା ବେଳେ ଭୋଟ ଗ୍ରହଣ ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀମାନେ ମଧ୍ୟ କେତେଜଣ ବରିଷ୍ଠ ନାଗରିକଙ୍କ ହାତଧରି ଭୋଟ ଗ୍ରହଣ କେନ୍ଦ୍ରକୁ ନେଉଥିବା ଦେଖାଯାଇଥିଲା। ଜିଲାପାଳ ସରୋଜ କୁମାର ସେଠୀ, ଏସ୍‌ପି ଜ୍ଞାନ ରଞ୍ଜନ ମହାପାତ୍ର, ନିର୍ବାଚନ ଅଧିକାରୀ ତଥା ହିନ୍ଦୋଳ ଉପଜିଲାପାଳ ଶିବାନନ୍ଦ ସ୍ବାଇଁ ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଭୋଟଗ୍ରହଣ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ଖଳିଆପାଲି ଛକ ବୁଲାଣିରେ କେମିକାଲ ବୋଝେଇ ଟ୍ୟାଙ୍କର ଲିକେଜ, ଲୋକେ ଭୟଭୀତ…

ଜୁନାଗଡ଼,୨୮।୩(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଖଳିଆପାଲି ଛକ ବୁଲାଣି ଠାରେ ଶନିବାର ସନ୍ଧ୍ୟାରେ ଏକ କେମିକାଲ ବୋଝେଇ ଟ୍ୟାଙ୍କରରୁ ହଟାତ ଗ୍ୟାସ ଲିକେଜ ହୋଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri