‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୩’

ଭୁବନେଶ୍ୱର,୪।୪: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ଓଡିଏମ୍‌ ପବ୍ଲିକ ସ୍କୁଲ ପକ୍ଷରୁ ଓଡିଶା ଦିବସ ପାଳିତ ହୋଇଯାଇଛି। ଏପରିକି ସ୍ଥାନୀୟ ପଟିଆସ୍ଥିତ ସ୍କୁଲ ପରିସରରେ ଏକ ସ୍ବତନ୍ତ୍ର ସମାରୋହର ଆୟୋଜନ କରାଯାଇଥିଲା। ବିଶେଷକରି ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ କଳା,ସାହିତ୍ୟ,ଭାଷା,ବିଜ୍ଞାନ,ନୃତ୍ୟ ଓ ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ‘ଉତ୍କଳ ପ୍ରତିଭା ସମ୍ମାନ-୨୦୨୩’ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ କାଦମ୍ବିନୀର ପ୍ରତିଷ୍ଠାତା ଡ. ଇତି ସାମନ୍ତ, ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ଓଡ଼ିଶୀ ନୃତ୍ୟଗୁରୁ ରତିକାନ୍ତ ମହାପାତ୍ର,ଏଫ୍‌ଆର୍‌ଏସସି(ୟୁକେ)ର ବରିଷ୍ଠ ବୈଜ୍ଞାନିକ ବିକାଶ କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ। ଉଲ୍ଲେଖଯୋଗ୍ୟ ଓଡିଏମ୍‌ ଶିକ୍ଷାନୁଷ୍ଠାନ ସମୂହର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସ୍ବାଗତ ଅଭିଭାଷଣ ସହ ସମ୍ମାନ ଉତ୍ସବର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଆଲୋକପାତ କରିଥିଲେ। ଏପରିକି ଏଭଳି ଏକ ନିଆର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପ୍ରତିଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ପଦ୍ମଶ୍ରୀ ପଟ୍ଟନାୟକ ସାଧୁବାଦ ଜଣାଇଥିଲେ। ସେହିପରି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସମ୍ମାନ ଜଣାଇ ଓଡ଼ିଶାର ବରପୁତ୍ରମାନଙ୍କୁ ସମ୍ମାନିତ କରିବାରେ ଓଡିଏମ୍‌ ଗ୍ରୁପ ଯେଉଁ ପ୍ରୟାସ କରିଛି, ତାହା ଭବିଷ୍ୟତରେ ନିଶ୍ଚୟ ଯୁବପିଢ଼ିକୁ ବେଶ୍‌ ପ୍ରୋତ୍ସାହିତ କରିବ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏପରିକି ନିମନ୍ତ୍ରଣ ରକ୍ଷାକରି ଅତିଥିମାନେ ତାଙ୍କ ଅମୂଲ୍ୟ ସମୟ ଦେଇ କାର୍ଯ୍ୟକ୍ରମରେ ଯୋଗଦାନ କରିଥିବାରୁ ସେମାନଙ୍କୁ ମୀନକେତନ କୃତଜ୍ଞତା ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ବିତ୍ତ ଏବଂ ପ୍ରଶାସନିକ ନିର୍ଦ୍ଦେଶିକା ଇନ୍ଦୁମତୀ ରାୟ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ବୟନ ସତ୍ୟେନ୍ଦୁ ଅତିଥିମାନଙ୍କୁ ‘ଉକତ୍ଳ ପ୍ରତିଭା ସମ୍ମାନ-୨୦୨୩’ରେ ସମ୍ବର୍ଦ୍ଧିତ କରିଥିଲେ। ଅପରପକ୍ଷରେ ତ୍ରୈମାସିକ ପତ୍ରିକା ଉତ୍କଳର ଗର୍ବ ଓ ଗୌରବର ଗାଥା ଉକତ୍ଳ ପ୍ରତିଭା ପତ୍ରିକାଟି ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ପରିଶେଷରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମସ୍ତ ଶିକ୍ଷୟିତ୍ରୀଶିକ୍ଷକ,ଅଭିଭାବକ,ଛାତ୍ରୀଛାତ୍ର ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪.୯ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସାମ୍ନା କରିବେ

ନୂଆଦିଲ୍ଲୀ,୨୯।୫: କରୋନା ଭାଇରସ୍‌ ଲକ୍‌ଡାଉନ ଲାଗି ଭାରତର ଅର୍ଥ ବ୍ୟବସ୍ଥା ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି। କରୋନା ଯୋଗୁ ସାରା ବିଶ୍ୱରେ ପ୍ରାୟ ୪.୯ କୋଟି...

ଖିଲାପକାରୀଙ୍କ ୬୮ ହଜାର କୋଟିର ଋଣ ରାଇଟଅଫ୍‌

ନୂଆଦିଲ୍ଲୀ,୨୮।୪: ମେହୁଲ ଚୋକ୍‌ସୀଙ୍କ ସମେତ ୫୦ ପ୍ରମୁଖ ଇଚ୍ଛାକୃତ ଖଲାପକାରୀଙ୍କ ୬୮ ହଜାର କୋଟି ଟଙ୍କାର ଋଣ ରାଇଟଅଫ୍‌ କରାଯାଇଛି। ଏହି ଖଲାପକାରୀଙ୍କ ଉପରେ ରହିଥିବା...

ଆଜିଠାରୁ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ

ଭୁବନେଶ୍ୱର,୨୦।୪: ରାଜ୍ୟର ବିକାଶ ଓ ନୂଆ ବିଶ୍ୱ ପାଇଁ ଦକ୍ଷତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ଏକ ୩ ଦିନିଆ ଓଡ଼ିଶା ସ୍କିଲ୍‌ କନ୍‌କ୍ଲେଭ କଳିଙ୍ଗ...

ଦିନକରେ ୩ ଲକ୍ଷ କୋଟିର ନିବେଶ ହରାଇଲେ ନିବେଶକ

ନୂଆଦିଲ୍ଲୀ,୧୬।୧୨:ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଆମେରିକୀୟ ଫେଡେରାଲ ରିଜର୍ଭ ତା’ର ସୁଧ ହାରରେ ୦.୫୦% ବୃଦ୍ଧି କରିବା ଯୋଗୁ ଗୁରୁବାର ଭାରତୀୟ ଷ୍ଟକ୍‌ ବଜାରରେ...

‘ଅନ୍‌ଲାଇନ୍‌ ବ୍ୟବସାୟ ଟ୍ରେଡର୍ସଙ୍କ ସମସ୍ୟା ବଢ଼ାଉଛି’

ଅନୁଗୋଳ ଅଫିସ, ୩୦।୮: ଓଡ଼ିଶା ଫୁଟ୍‌ ଓ୍ବେୟାର ଟ୍ରେଡର୍ସ ଆସୋସିଏଶନ୍‌ (ଓଏଫ୍‌ଟିଏ) ସଦସ୍ୟଙ୍କୁ ନେଇ ଏକ ସମ୍ମିଳନୀ ଅନୁଗୋଳରେ ଅନୁଷ୍ଠିତ ହୋଇଯାଇଛି। ଓଏଫ୍‌ଟିଏ ସଭାପତି ଓମ୍‌ପ୍ରକାଶ...

ଟାଟା ସନ୍ସ ମାମଲା ଶୁଣାଣି; ରାୟର ‘ବେଆଇନ ଶବ୍ଦ’ ସଂଶୋଧନ ଲାଗି ଆବେଦନ

ନୂଆଦିଲ୍ଲୀ,୨୪-୧୨: ନ୍ୟାଶନାଲ କମ୍ପାନୀ ଲ ଆପିଲେଟ ଟ୍ରିବ୍ୟୁନାଲ(ଏନ୍‌ସିଏଲଏଟି) ଟାଟା ସନ୍ସ ଏବଂ ସାଇରସ ମିସ୍ତ୍ରି ମାମଲାର ରାୟ ନିକଟରେ ଦେଇଛନ୍ତି। ଏହି ରାୟ ଟାଟା ସନ୍ସର...

‘ଜଳ ପୁନଃ ଚକ୍ରଣକୁ ବେଦାନ୍ତର ଗୁରୁତ୍ୱାରୋପ’

ଭୁବନେଶ୍ୱର,୨୩।୩: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଜଳ ଦିବସ ପାଳିତ ହୋଇଯାଇଛି। ବିଶେଷକରି କମ୍ପାନୀ ଜଳ ପୁନଃ ଚକ୍ରଣକୁ ଗୁରୁତ୍ୱାରୋପ କରୁଥିବା ଜଣାପଡ଼ିଛି। କମ୍ପାନୀ ଚଳିତ...

ସିଦ୍ଧାର୍ଥ ଏଲ୍‌ଆଇସିର ନୂଆ ଚେୟାରମ୍ୟାନ

ନୂଆଦିଲ୍ଲୀ,୨୯।୪: ଭାରତୀୟ ଜୀବନ ବୀମା ନିଗମ(ଏଲ୍‌ଆଇସି)ର ନୂତନ ଚେୟାରମ୍ୟାନ ଭାବେ ବରିଷ୍ଠ ବୀମା ଅଧିକାରୀ ସିଦ୍ଧାର୍ଥ ମହାନ୍ତିଙ୍କୁ ଶୁକ୍ରବାର ଭାରତ ସରକାର ନିଯୁକ୍ତ କରିଛନ୍ତି। ସେ...

Advertisement
Archives

Model This Week