ଓ୍ବାଶିଂଟନ,୨୭।୧: ଆମେରିକା ସରକାର ଅନ୍ୟ ଦେଶମାନଙ୍କୁ ଦିଆଯାଉଥିବା ସହାୟତାକୁ ସ୍ଥଗିତ ରଖିବା ଏବଂ ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକା ଫାଷ୍ଟ ଏଜେଣ୍ଡା ଅନୁଯାୟୀ ଏହି ସହାୟତା ଏହାର ବୈଦେଶିକ ନୀତି ସହିତ ସମାନ କି ନାହିଁ ତାହା ନିଶ୍ଚିତ କରିବା ପାଇଁ ସମୀକ୍ଷା ନିର୍ଦ୍ଦେଶ ଦିଆଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏ ସମ୍ପର୍କରେ ଏକ କାର୍ଯ୍ୟକାରୀ ନିର୍ଦ୍ଦେଶରେ ହସ୍ତାନ୍ତର କରିଛନ୍ତି।
ଆମେରିକୀୟ ବିଦେଶ ବିଭାଗର ମୁଖପାତ୍ର ଟାମି ବ୍ରୁସ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ ଯଦି ଆମେରିକୀୟ ଲୋକମାନେ ସାହାଯ୍ୟ ବଦଳରେ କୌଣସି ସୁବିଧା ପାଉନାହାଁନ୍ତି, ତେବେ ଆମେରିକା ନିର୍ବିଚାର ଭାବରେ ଟଙ୍କା ଦେବ ନାହିଁ। କଠିନ ପରିଶ୍ରମୀ କରଦାତାଙ୍କ ପାଇଁ, ବିଦେଶୀ ସହାୟତାର ସମୀକ୍ଷା ଏବଂ ପୁନଃନିର୍ଦ୍ଧାରଣ କେବଳ ଉପଯୁକ୍ତ ନୁହେଁ, ଏହା ନୈତିକ ଭାବରେ ଅତ୍ୟନ୍ତ ଜରୁରୀ।
ବ୍ରୁସ କହିଛନ୍ତି, ସରକାର ସମସ୍ତ ବିଦେଶୀ ସହାୟତା କାର୍ଯ୍ୟକ୍ରମର ସମୀକ୍ଷା ଆରମ୍ଭ କରୁଛନ୍ତି ଯାହା ଦ୍ୱାରା ନିଶ୍ଚିତ ହେବ ଯେ ଏହି ସାହାଯ୍ୟ ’ଆମେରିକା ଫାଷ୍ଟ ଏଜେଣ୍ଡା’ ଅଧୀନରେ ଆମେରିକାର ବୈଦେଶିକ ନୀତି ସହିତ ସୁସଙ୍ଗତ। ୨୦୨୩ରେ ଆମେରିକା ୧୫୮ ଦେଶକୁ ପ୍ରାୟ ୪୫ ବିଲିୟନ ଆମେରିକୀୟ ଡଲାରର ବୈଦେଶିକ ସହାୟତା ବଣ୍ଟନ କରିଥିଲା।
ବାଂଲାଦେଶକୁ ୪୦ କୋଟି ଆମେରିକୀୟ ଡଲାର, ପାକିସ୍ତାନକୁ ୨୩ କୋଟି ୧୦ ଲକ୍ଷ ଆମେରିକୀୟ ଡଲାର, ଆଫଗାନିସ୍ତାନକୁ ୧ ବିଲିୟନ ଆମେରିକୀୟ ଡଲାର, ଭାରତକୁ ୧୭ କୋଟି ୫୦ ଲକ୍ଷ ଆମେରିକୀୟ ଡଲାର, ନେପାଳକୁ ୧୧ କୋଟି ୮୦ ଲକ୍ଷ ଆମେରିକୀୟ ଡଲାର ଏବଂ ଶ୍ରୀଲଙ୍କାକୁ ୧୨ କୋଟି ୩୦ ଲକ୍ଷ ଆମେରିକୀୟ ଡଲାର ସହାୟତା ଅନ୍ତର୍ଭୁକ୍ତ।


