ରାଷ୍ଟ୍ରପତି ଭାଇଙ୍କୁ ‘ନିଷ୍ଠୁର’ କହିଲେ ଭଉଣୀ, ଜାଣନ୍ତୁ କାହିଁକି

ଓ୍ବାଶିଂଟନ୍‌,୨୩।୮:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିଷ୍ଠୁର କହିଛନ୍ତି ତାଙ୍କ ଭଉଣୀ ମାରିୟାନ ଟ୍ରମ୍ପ। ମାରିୟାନଙ୍କ ଏକ ରେକର୍ଡିଂ ଭାଇରାଲ ହୋଇଛି। ରେକର୍ଡିଂ ଅନୁଯାୟୀ ନିଜ ଭାଇ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ମାରିୟାନ। ୨୦୧୮-୨୦୧୯ରେ ମାରିୟାନଙ୍କ ଅଜାଣତରେ ତାଙ୍କ ଝିଆରୀ ମେରୀ ଟ୍ରମ୍ପ ସମସ୍ତ କଥାବାର୍ତ୍ତା ରେକର୍ଡିଂ କରିଦେଇଥିଲେ। ଏକ ରେକର୍ଡିଂରେ ୮୩ ବର୍ଷୀୟ ମାରିୟାନଙ୍କ କଥା ଶୁଣିବାକୁ ମିଳିଛି। ରେକର୍ଡିଂରେ ମାରିୟନ କହୁଛନ୍ତି, ଟ୍ରମ୍ପ ମିଥ୍ୟାଚାରୀ। ସେ ଅଜବ ଗଜବ ଟୁଇଟ କରନ୍ତି। ସେ ମନଇଚ୍ଛା ମିଛ କୁହନ୍ତି। ଟ୍ରମ୍ପ ବିନା ପ୍ରସ୍ତୁତିରେ ଯାହା ମନକୁ ଆସେ ତାହା କୁହନ୍ତି। ଏହାସହ ଡୋନାଲ୍ଡ ଟ୍ରମ୍ପ ଜଣେ ନିଷ୍ଠୁର ବ୍ୟକ୍ତି ବୋଲି ମଧ୍ୟ ସେ କହିଛନ୍ତି।

Share