ଅସଲ ସ୍କୁଲ ଯାଇ କୋଭିଡ-୧୯ ସମ୍ପର୍କରେ ଜାଣିଲି ଅନେକ କଥା: ଟ୍ରମ୍ପ

ୱାଶିଂଟନ,୫ ।୧୦: କରୋନା ସଂକ୍ରମଣର ଚିକିତ୍ସା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏହି ସମୟ ମଧ୍ୟରେ ସେ କିଛି ସମୟ ପାଇଁ ସମ୍ପୂର୍ଣ୍ଣର୍ ସୁରକ୍ଷା ସହ ହସ୍ପିଟାଲ ବାହାରକୁ ଆସିଥିଲେ । ଗାଡି ଭିତରେ ରହି ଟ୍ରମ୍ପ ହାତ ହଲେଇ ସମର୍ଥକଙ୍କୁ ଅଭିବାଦନ ଜଣାଇଥିଲେ । କରୋନା ଚିକିତ୍ସା ପାେଇଁ ସେ ହସ୍ପିଟାଲରେ ଭର୍ତ୍ତି ହେବା ପରେ ବି ଭୋଟରଙ୍କ ସହ ସମ୍ପର୍କରେ ରହିଛନ୍ତି । କେତେବେଳେ ଭିଡ଼ିଓ ଜାରି କରି ତ ପୁଣି କେତେବେଳେ ସୋସିଆଲ ମିଡିଆ ମାଧ୍ୟମରେ ସେ ଭୋଟରଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ହସ୍‌ପିଟାଲ ବାହାରକୁ ଆସିବାର କିଛି ସମୟ ପୂର୍ବରୁ ସେ ଏକ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେ କହିଥିଲେ ଏହି ଯାତ୍ରା ତାଙ୍କ ପାଇଁ ଖୁବ୍ ରୋମାଞ୍ଚକର । ଆଉ ଅସଲ ସ୍କୁଲ ଆସି ସେ କୋଭିଡ-୧୯ ସମ୍ପର୍କରେ ବହୁ କଥା ଜାଣି ପାରିଛନ୍ତି । ସୂଚନାଯୋଗ୍ୟ, କରୋନାରେ ସଂକ୍ରମଣ ହେବା ପରେ ସେ ନ୍ୟାଶନାଲ ମିଲେଟ୍ରି ମେଡିକାଲ ସେଣ୍ଟରରେ ଭର୍ତ୍ତି ହୋଇଛନ୍ତି । ସେଠାରେ ତାଙ୍କୁ ଡାକ୍ତରମାନେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।

Share