କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ଜଣେ ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ କ୍ଷତିପୂରଣ ଦେବେ ବୋଲି କାର୍ନଫର୍ନିଆର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ ଏହି ପର୍ଣ୍ଣ ତାରକା କିଏ ଏବଂ ଟ୍ରମ୍ପଙ୍କୁ କାହିଁକି କ୍ଷତିପୂରଣ ଦେବାକୁ ପଡିବ।

ପ୍ରାୟ ୪୧ ବର୍ଷ ବୟସ୍କା ଷ୍ଟୋର୍ମି ଡାନିଏଲ୍ସ ଜଣେ ଆମେରିକୀୟ ପର୍ଣ୍ଣ ତାରକା ଏବଂ ଲେଖକ। ତାଙ୍କର ପ୍ରକୃତ ନାମ ଷ୍ଟେୟଫାନି କିଲଫୋର୍ଡ। ୧୯୭୯ରେ ଜନ୍ମ ହୋଇଥିବା ଷ୍ଟୋର୍ମିଙ୍କର ପିଲାଦିନ ସଂଘର୍ଷମୟ ଥିଲା। ତାଙ୍କୁ ମାତ୍ର ୩ ବର୍ଷ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ହୋଇଥିଲା। ଏହା ପରେ, ତାଙ୍କ ମାଙ୍କ ସହ ରହୁଥିବା ଷ୍ଟୋର୍ମି ଅଧ୍ୟୟନ ସମୟରେ ସାମ୍ବାଦିକ ହେବାର ସ୍ବପ୍ନ ଦେଖିଥିଲେ। ପାଠ ସମୟରେ ଏକ ଷ୍ଟଲରେ ସେ ରିସେପ୍ସନିଷ୍ଟ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରଥମେ ଏକ କ୍ଲବରେ ଏକ ଶୋ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ପରେ ସେ ଧୀରେ ଧୀରେ ଲୋକପ୍ରିୟ ହେବାକୁ ଲାଗିଲେ। ଏହି ସମୟରେ ସେ ତାଙ୍କର ପ୍ରକୃତ ନାମ ବଦଳାଇ ଷ୍ଟୋର୍ମି ଡାନିଏଲ୍ସ ରଖିଲେ। ଟ୍ରମ୍ପଙ୍କୁ ନେଇ ଷ୍ଟୋର୍ମିଙ୍କୁ ଅଧିକ ଚର୍ଚ୍ଚା କରାଯାଇଥିଲା। ଟ୍ରମ୍ପଙ୍କ ସହ ତାଙ୍କ ଆଫେୟାର୍‌ ଥିବା ସେ ଦାବି କରୁଥିଲେ।
୨୦୧୭ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାଇକେଲ କୋହେନ ଷ୍ଟୋର୍ମୀଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିଲେ। ଷ୍ଟର୍ମୀଙ୍କ ଅନୁଯାୟୀ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ନ କରିବାକୁ ଓକିଲ ତାଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ତେବେ ଟ୍ରମ୍ପଙ୍କ ଓକିଲ ଏହାକୁ ଅସ୍ବୀକାର କରିଥିଲେ। ଅବଶ୍ୟ ପରେ ଓକିଲ ସ୍ବୀକାର କରିଥିଲେ ଯେ ସେ କୌଣସି ସେଟେଲମେଣ୍ଟ୍‌ ପାଇଁ ନିଜ ପକେଟ୍‌ରୁ ଷ୍ଟୋର୍ମୀଙ୍କୁ ଟଙ୍କା ଦେଇଛନ୍ତି। ଷ୍ଟୋର୍ମିଙ୍କ ଅନୁଯାୟୀ, ସେ ଯେଉଁ କାଗଜରେ ପାଟି ବନ୍ଦ ରଖିବା ପାଇଁ ଦସ୍ତଖତ କରିଥିଲେ, ସେଥିରେ ଟ୍ରମ୍ପର କୌଣସି ଦସ୍ତଖତ ନ ଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଓକିଲ ସେମାନଙ୍କୁ ପାଟି ବନ୍ଦ କରିବାକୁ କହୁଛନ୍ତି। ଏଥିପାଇଁ ସେ ଭୟଭୀତ ଅଛନ୍ତି। ୨୦୧୮ରେ ଏକ ଆମେରିକୀୟ ଟିଭି ଏବଂ ନ୍ୟୁଜ ଚ୍ୟାନେଲ ଷ୍ଟୋର୍ମିଙ୍କ ୬୦ ମିନିଟର ସାକ୍ଷାତକାର ନେଇଥିଲା। ଏହି ସମୟରେ ସେ କହିଥିଲେ ଯେ ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି। ପରେ ତାଙ୍କୁ ଓହିଓ ପୋଲିସ ଗିରଫ କରିଥିଲା। ସେ ଯେଉଁ କ୍ଲବରେ କାମ କରନ୍ତି ସେଠାରେ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ କରିବା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଷ୍ଟୋର୍ମିଙ୍କ ଓକିଲ ଅଭିଯୋଗ କରିଥିଲେ। ପରେ ଏହାର ଶୁଣାଣି ମଧ୍ୟ କୋର୍ଟରେ ଖାରଜ ହୋଇଯାଇଥିଲା। ବର୍ତ୍ତମାନ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାବେଳେ ଖର୍ଚ୍ଚ ହୋଇଥିବା ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଷ୍ଟୋର୍ମିଙ୍କୁ ଦେବେ। ଏହି ନିଷ୍ପତ୍ତି ପରେ ଷ୍ଟୋର୍ମି ଡାନିଏଲ୍ସ ଟୁଇଟ କରି କହିଛନ୍ତି- ହଁ, ଆଉ ଏକ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

LPGରୁ UPI ଯାଏ…ଆଜିଠୁ ୫ବଡ଼ ପରିବର୍ତ୍ତନ, ସାଧାରଣ ଲୋକଙ୍କୁ ଲାଗିବ ଝଟ୍‌କା!

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିୟମ ପରିବର୍ତ୍ତନ ହୋଇଛି, ଯାହା...

ନୂଆବର୍ଷରେ ମହଙ୍ଗା ମାଡ, ୨୮ମାସରେ ସବୁଠାରୁ ଅଧିକ ବଢିଲା ଗ୍ୟାସ ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୧: ନୂତନ ବର୍ଷ ଏକ ବଡ଼ ଝଟକା ସହିତ ଆରମ୍ଭ ହୋଇଛି। ଏହି ଝଟକା ହେଉଛି ମୁଦ୍ରାସ୍ଫୀତି। ସରକାର ପାଇପ ପ୍ରାକୃତିକ ରନ୍ଧନ ଗ୍ୟାସର ମୂଲ୍ୟ...

ଏଇ ଭାରତରେ

ଦିଲ୍ଲୀର ଦୁଇଭାଇ ବିହାନ ଓ ନାଭ ଅଗ୍ରଓ୍ୱାଲ ବର୍ଜ୍ୟ ରିସାଇକେଲିଂ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ୧୪ଟି ସହରରେ ୧ ମିଲିୟନ(୧୦ ଲକ୍ଷ) କେ.ଜି...

ନୂଆବର୍ଷରେ ଭାରତକୁ ଶୁଭେଚ୍ଛା ନୁହେଁ, ଧମକ ଦେଲା ପାକିସ୍ତାନ: ମୁନିର କହିଦେଲେ…

ଇସଲାମାବାଦ୍‌,୧।୧: ନୂତନ ବର୍ଷ ଆରମ୍ଭରେ ପାକିସ୍ତାନ ପୁଣି ଥରେ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଛି। ଭାରତର ନାଁ ନ ନେଇ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ...

ବିଶ୍ୱ ଓ ବର୍ଷାନ୍ତର

ଳର ଅନ୍ୟନାମ ସମୟ। ଅନନ୍ତ ସମୟର ଅସରନ୍ତି ଯାତ୍ରାରେ ଗୋଟିଏ ବର୍ଷ ବିତିବା ଓ ଆଉ ଗୋଟିଏ ବର୍ଷ ଆସିବା ଏକ ଚିରନ୍ତନ ପ୍ରକ୍ରିୟା। ଏହା...

ଘେଁସ ‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’ରେ ସାମିଲ: ୧୫ କୋଟି ବିନିଯୋଗରେ …

ମଥୁରାନଗରୀ/ ସୋହେଲା,୧ା୧(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ କୁମାର ପାତ୍ର):ବରଗଡ଼ ଜିଲା ଘେଁସଠାରେ ବୁଧବାର ରାଜ୍ୟସ୍ତରୀୟ ବୀରତା ଦିବସ ଏବଂ ଶହୀଦ ମାଧୋ ସିଂହଙ୍କ ସ୍ମୃତି ସମାରୋହ ଆୟୋଜନ ହୋଇଥିଲା।...

ଭାରତୀୟ ସଂସ୍କୃତିରେ ପରିବର୍ତ୍ତନ

ଆକ୍ରମଣ ଏବଂ ଦେଶାନ୍ତର ଗମନ ମଧ୍ୟରେ ପାର୍ଥକ୍ୟ ରହିଛି। ସାଧାରଣତଃ କୌଣସି ଦେଶ ଉପରେ ଆକ୍ରମଣକରି ଆକ୍ରମଣକାରୀ ସେଠାରୁ ଧନ ଲୁଟିନିଏ ଏବଂ ଲୋକଙ୍କୁ ତାହାର...

ବଜାରରେ ମିଳୁଛି ନକଲି ଶାଗୁଦାନା: ହୋଇଯାନ୍ତୁ ସାବଧାନ

ନୂଆପଡ଼ା,୧ା୧ (ମକାରୁ ବେମାଲ):ନୂଆପଡ଼ା ସହରରେ ପ୍ଲାଷ୍ଟିକ ଶାଗୁଦାନା ବିକ୍ରୟ ହେଉଥିବା ଅଭିଯୋଗ ହୋଇଛି। ସୂଚନା ମୁତାବକ ଟାନୱାଟ ପଞ୍ଚାୟତ ଝିଲମିଲା ଗାଁର ଜ୍ୟୋତିର୍ମୟ ପୁହାଣ ନୂଆପଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri