କିଏ ସେହି ପର୍ନ ଷ୍ଟାର୍‌, ଯାହାଙ୍କ ନାମ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଯୋଡାଯାଉଛି

ଓ୍ବାଶିଂଟନ୍‌,୨୩।୮: ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନେଇ ଅନେକ ବିବାଦ ମଧ୍ୟ ଦେଖାଦେଇଛି। ଜଣେ ପର୍ଣ୍ଣ ତାରକା ଷ୍ଟୋର୍ମି ଡାନିଏଲ୍ସଙ୍କୁ ୩୩ ଲକ୍ଷ କ୍ଷତିପୂରଣ ଦେବେ ବୋଲି କାର୍ନଫର୍ନିଆର ଏକ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜାଣନ୍ତୁ ଏହି ପର୍ଣ୍ଣ ତାରକା କିଏ ଏବଂ ଟ୍ରମ୍ପଙ୍କୁ କାହିଁକି କ୍ଷତିପୂରଣ ଦେବାକୁ ପଡିବ।

ପ୍ରାୟ ୪୧ ବର୍ଷ ବୟସ୍କା ଷ୍ଟୋର୍ମି ଡାନିଏଲ୍ସ ଜଣେ ଆମେରିକୀୟ ପର୍ଣ୍ଣ ତାରକା ଏବଂ ଲେଖକ। ତାଙ୍କର ପ୍ରକୃତ ନାମ ଷ୍ଟେୟଫାନି କିଲଫୋର୍ଡ। ୧୯୭୯ରେ ଜନ୍ମ ହୋଇଥିବା ଷ୍ଟୋର୍ମିଙ୍କର ପିଲାଦିନ ସଂଘର୍ଷମୟ ଥିଲା। ତାଙ୍କୁ ମାତ୍ର ୩ ବର୍ଷ ହୋଇଥିବାବେଳେ ତାଙ୍କ ମାତାପିତାଙ୍କ ଛାଡପତ୍ର ହୋଇଥିଲା। ଏହା ପରେ, ତାଙ୍କ ମାଙ୍କ ସହ ରହୁଥିବା ଷ୍ଟୋର୍ମି ଅଧ୍ୟୟନ ସମୟରେ ସାମ୍ବାଦିକ ହେବାର ସ୍ବପ୍ନ ଦେଖିଥିଲେ। ପାଠ ସମୟରେ ଏକ ଷ୍ଟଲରେ ସେ ରିସେପ୍ସନିଷ୍ଟ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ ପ୍ରଥମେ ଏକ କ୍ଲବରେ ଏକ ଶୋ କରିଥିଲେ, ସେତେବେଳେ ତାଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା। ପରେ ସେ ଧୀରେ ଧୀରେ ଲୋକପ୍ରିୟ ହେବାକୁ ଲାଗିଲେ। ଏହି ସମୟରେ ସେ ତାଙ୍କର ପ୍ରକୃତ ନାମ ବଦଳାଇ ଷ୍ଟୋର୍ମି ଡାନିଏଲ୍ସ ରଖିଲେ। ଟ୍ରମ୍ପଙ୍କୁ ନେଇ ଷ୍ଟୋର୍ମିଙ୍କୁ ଅଧିକ ଚର୍ଚ୍ଚା କରାଯାଇଥିଲା। ଟ୍ରମ୍ପଙ୍କ ସହ ତାଙ୍କ ଆଫେୟାର୍‌ ଥିବା ସେ ଦାବି କରୁଥିଲେ।
୨୦୧୭ ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କ ଓକିଲ ମାଇକେଲ କୋହେନ ଷ୍ଟୋର୍ମୀଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିଲେ। ଷ୍ଟର୍ମୀଙ୍କ ଅନୁଯାୟୀ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଆଲୋଚନା ନ କରିବାକୁ ଓକିଲ ତାଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ତେବେ ଟ୍ରମ୍ପଙ୍କ ଓକିଲ ଏହାକୁ ଅସ୍ବୀକାର କରିଥିଲେ। ଅବଶ୍ୟ ପରେ ଓକିଲ ସ୍ବୀକାର କରିଥିଲେ ଯେ ସେ କୌଣସି ସେଟେଲମେଣ୍ଟ୍‌ ପାଇଁ ନିଜ ପକେଟ୍‌ରୁ ଷ୍ଟୋର୍ମୀଙ୍କୁ ଟଙ୍କା ଦେଇଛନ୍ତି। ଷ୍ଟୋର୍ମିଙ୍କ ଅନୁଯାୟୀ, ସେ ଯେଉଁ କାଗଜରେ ପାଟି ବନ୍ଦ ରଖିବା ପାଇଁ ଦସ୍ତଖତ କରିଥିଲେ, ସେଥିରେ ଟ୍ରମ୍ପର କୌଣସି ଦସ୍ତଖତ ନ ଥିଲା। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଓକିଲ ସେମାନଙ୍କୁ ପାଟି ବନ୍ଦ କରିବାକୁ କହୁଛନ୍ତି। ଏଥିପାଇଁ ସେ ଭୟଭୀତ ଅଛନ୍ତି। ୨୦୧୮ରେ ଏକ ଆମେରିକୀୟ ଟିଭି ଏବଂ ନ୍ୟୁଜ ଚ୍ୟାନେଲ ଷ୍ଟୋର୍ମିଙ୍କ ୬୦ ମିନିଟର ସାକ୍ଷାତକାର ନେଇଥିଲା। ଏହି ସମୟରେ ସେ କହିଥିଲେ ଯେ ଟ୍ରମ୍ପ ଏବଂ ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଅଛି। ପରେ ତାଙ୍କୁ ଓହିଓ ପୋଲିସ ଗିରଫ କରିଥିଲା। ସେ ଯେଉଁ କ୍ଲବରେ କାମ କରନ୍ତି ସେଠାରେ ନିୟମ ଭାଙ୍ଗିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ଗିରଫ କରିବା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଷ୍ଟୋର୍ମିଙ୍କ ଓକିଲ ଅଭିଯୋଗ କରିଥିଲେ। ପରେ ଏହାର ଶୁଣାଣି ମଧ୍ୟ କୋର୍ଟରେ ଖାରଜ ହୋଇଯାଇଥିଲା। ବର୍ତ୍ତମାନ କୋର୍ଟ ଟ୍ରମ୍ପଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଏହି ମାମଲାବେଳେ ଖର୍ଚ୍ଚ ହୋଇଥିବା ୩୩ ଲକ୍ଷ ଟଙ୍କା କ୍ଷତିପୂରଣ ଷ୍ଟୋର୍ମିଙ୍କୁ ଦେବେ। ଏହି ନିଷ୍ପତ୍ତି ପରେ ଷ୍ଟୋର୍ମି ଡାନିଏଲ୍ସ ଟୁଇଟ କରି କହିଛନ୍ତି- ହଁ, ଆଉ ଏକ ବିଜୟ।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ: ଆକ୍ରମଣ କଲେ ବାଲି ମାଫିଆ

ଜୟପୁର,୧୧।୪(ପବନ ପାଣିଗ୍ରାହୀ ): ରେଡ୍‌ କରିବାକୁ ଯାଇଥିଲେ ଖଣି ଅଧିକାରୀ। ଆକ୍ରମଣ କଲେ ବାଲି ମାଫିଆ। ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲା ସଦର ଥାନା…

ରାହୁଲଙ୍କୁ ଦେଖି ଅଟକି ଗଲେ ମୋଦି, ଆଉ ତା’ପରେ ଘଟିଲା…ଦେଖନ୍ତୁ VIDEO

ନୂଆଦିଲ୍ଲୀ,୧୧।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ମହାତ୍ମା ଜ୍ୟୋତିବା ଫୁଲେଙ୍କ ୨୦୦ତମ ଜନ୍ମବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପାଇଁ ସଂସଦ ପରିସରରେ ପ୍ରେରଣା ସ୍ଥଳକୁ ଯାଇଥିଲେ। ସେଠାରେ…

ବିପଦ ସାଜିଲା ଓଭରଟେକ୍‌, ବିଲକୁ ପଶିଗଲା ୨ ବସ୍‌, ଆଉ ତା’ ପରେ…

ସାଲେପୁର,୧୧ା୪(ଅରବିନ୍ଦ ଭୂୟାଁ): ସାଲେପୁର ଥାନା ଅଧୀନ କଟକ ସାଲେପୁର ରାସ୍ତାର ଭାତପଡ଼ା ଛକ ନିକଟରେ ଶନିବାର ସକାଳେ ଦୁଇଟି ଘରୋଇ ବସ୍‌ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ…

ବିମାନରେ ଏକାଠି ବସିଲେ ନବୀନ-ପୀତାମ୍ବର: ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୧।୪(ସୁନିତ୍‌ ମିଶ୍ର): ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଶୁକ୍ରବାର ଅପରାହ୍ନରେ ନୂଆଦିଲ୍ଲୀ ଅଭିମୁଖେ ଗସ୍ତ କରିଛନ୍ତି। ତାଙ୍କ ବଡ଼ଭାଇ ପ୍ରେମ୍‌ ପଟ୍ଟନାୟକଙ୍କ ଗତ ୨ ଦିନ…

ଭୟଙ୍କର ଦୁର୍ଘଟଣା: ଟ୍ରକ୍‌ରେ ପିଟିହେଲା ଆମ୍ବୁଲାନ୍ସ, ଆଉ ତା’ପରେ…

ଢେଙ୍କାନାଳ,୧୧ା୪(ରତନ ନାୟାର): ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ୫୫ ନମ୍ବର ଜାତୀୟ ରାଜପଥ ହଳଦିଆବାହାଳଠାରେ ଶନିବାର ସକାଳେ ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା…

ଗୁଳି ଖାଇବୁ ପଛେ ଜମି ଦେବୁନାହିଁ: ରୋକଠୋକ୍‌ ଶୁଣାଇ ଦେଲେ ଅଞ୍ଚଳବାସୀ

ରାୟଗଡ଼ା/କଲ୍ୟାଣସିଂହପୁର,୧୧।୪(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା):ରାୟଗଡ଼ା ଜିଲା କାଶୀପୁର ବ୍ଲକ ସିଜିମାଳି ବକ୍ସାଇଟି ଖଣିକୁ ବେଦାନ୍ତ ପକ୍ଷରୁ ଗତ ମଙ୍ଗଳବାର ରାସ୍ତା ନିର୍ମାଣ ଉଦ୍ୟମ ଆରମ୍ଭ ହୋଇଥିଲା।…

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଆଣିବା ପାଇଁ ମଧ୍ୟସ୍ଥତା କରୁଛି ପାକିସ୍ତାନ, ଯଦି ଇରାନ…

ଓ୍ବାଶିଂଟନ/ଇସଲାମାବାଦ,୧୧ା୪: ଆମେରିକା-ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତିର ସମାଧାନ ପାଇଁ ପାକିସ୍ତାନ ମଧ୍ୟସ୍ଥତା କରୁଛି। ଏଥିପାଇଁ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକାର ପ୍ରତିନିଧିମଣ୍ଡଳୀ ସହିତ ପାକସ୍ତାନର…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ମରାମତି ଦାବି: ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକ ଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri