ଟ୍ରମ୍ପଙ୍କୁ ଡ୍ରୋନ ହମଲାର ଧମକ: ଇରାନର ବରିଷ୍ଠ ଅଧିକାରୀଙ୍କ ଖୋଲା ଚେତାବନୀ

ତେହେରାନ/ୱାଶିଂଟନ,୯।୭: ଇରାନର ସର୍ବୋଚ୍ଚ ନେତା ଆୟାତୁଲ୍ଲା ଖାମେନେଇଙ୍କ ଘନିଷ୍ଠ ପରାମର୍ଶଦାତା ଜାଭାଦ ଲାରିଜାନୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଜୀବନ ନେଇ ଖୋଲାଖୋଲି ଧମକ ଦେଇଛନ୍ତି। ଲାରିଜାନୀ କହିଛନ୍ତି, ଟ୍ରମ୍ପ ଯେତେବେଳେ ତାଙ୍କ ଫ୍ଲୋରିଡାସ୍ଥିତ ବିଳାସପୂର୍ଣ୍ଣ ବାସଭବନ ମାର-ଏ-ଲାଗୋରେ ସୂର୍ଯ୍ୟକିରଣରେ ଶୋଇଥାଆନ୍ତି, ସେତେବେଳେ ଏକ ଛୋଟ ଡ୍ରୋନ ତାଙ୍କ ଉପରେ ଆକ୍ରମଣ କରିପାରେ। ଇରାନ ଇଣ୍ଟରନ୍ୟାସନାଲ ସୂତ୍ର ଅନୁସାରେ, ଲାରିଜାନୀ ଏକ ଟେଲିଭିଜନ ସାକ୍ଷାତକାରରେ କହିଛନ୍ତି, “ଟ୍ରମ୍ପଙ୍କ କାର୍ଯ୍ୟ ତାଙ୍କୁ ଏକ ଲକ୍ଷ୍ୟସ୍ଥଳରେ ପରିଣତ କରିଛି। ତାଙ୍କୁ ଗୁଳି କରିବା ବା ଡ୍ରୋନ ଆକ୍ରମଣ କରିବା ବହୁତ ସହଜ।”

ଏହି ଧମକ ଏକ ସମୟରେ ଆସିଛି ଯେତେବେଳେ ‘ବ୍ଲଡ ପ୍ୟାକ୍ଟ’ ବା ‘ଆହଦେ ଖୁନ’ ନାମକ ଏକ ଅନଲାଇନ ପ୍ଲାଟଫର୍ମ ଖାମେନେଇଙ୍କ ଅପମାନ ଓ ତାଙ୍କ ଜୀବନକୁ ବିପଦରେ ପକାଉଥିବା ଲୋକଙ୍କ ବିରୁଦ୍ଧରେ ‘ପ୍ରତିଶୋଧ’ ପାଇଁ ଅର୍ଥ ସଂଗ୍ରହ କରୁଛି। ଏହି ପ୍ଲାଟଫର୍ମ ଦାବି କରିଛି ଯେ ଏହା ଏପର୍ଯ୍ୟନ୍ତ ୨୭ ମିଲିୟନ ଡଲାରରୁ ଅଧିକ ଅର୍ଥ ସଂଗ୍ରହ କରିସାରିଛି ଏବଂ ଏହାର ଲକ୍ଷ୍ୟ ୧୦୦ ମିଲିୟନ ଡଲାର ଜମା କରିବା। ପ୍ଲାଟଫର୍ମରେ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି, “ଆମେ ସେମାନଙ୍କୁ ଇନାମ ଦେବୁ ଯେଉଁମାନେ ଆଲ୍ଲାଙ୍କ ଶତ୍ରୁ ଓ ଖାମେନେଇଙ୍କ ଜୀବନକୁ ବିପଦରେ ପକାଉଥିବା ଲୋକଙ୍କୁ ନ୍ୟାୟ ଆଣିବେ।”

ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ସହ ଜଡ଼ିତ ଫାର୍ସ ନ୍ୟୁଜ ଏଜେନ୍ସି ଏହି ଅଭିଯାନର ଆରମ୍ଭକୁ ସମର୍ଥନ କରିଛି ଏବଂ ଧାର୍ମିକ ସମୂହମାନଙ୍କୁ ପଶ୍ଚିମୀ ଦେଶମାନଙ୍କ ଦୂତାବାସ ଓ ସହରର ମୁଖ୍ୟ ସ୍ଥାନମାନଙ୍କରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଆହ୍ୱାନ ଦେଇଛି। ଏହା ସହିତ, ଟ୍ରମ୍ପ ଓ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ବିରୋଧରେ ‘ମୋହାରେବେହ’ (ଆଲ୍ଲାଙ୍କ ବିରୁଦ୍ଧରେ ଯୁଦ୍ଧ) ଭଳି ଇସଲାମିକ ଆଇନ ଲାଗୁ କରିବା ଉଚିତ ବୋଲି କୁହାଯାଇଛି। ଇରାନୀ ଆଇନରେ ‘ମୋହାରେବେହ’ ଏକ ଗୁରୁତର ଅପରାଧ ଯାହାର ଶାସ୍ତି ମୃତ୍ୟୁଦଣ୍ଡ।

ରାନର ନୂତନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ ଆମେରିକୀୟ ସାମ୍ବାଦିକ ଟକର କାର୍ଲସନଙ୍କ ସହ କଥାବାର୍ତ୍ତାରେ କହିଛନ୍ତି ଯେ ଏହି ‘ଫତୱା’ ସରକାର ବା ଖାମେନେଇଙ୍କ ନୁହେଁ। କିନ୍ତୁ ଖାମେନେଇଙ୍କ ଅଧୀନରେ ପରିଚାଳିତ ‘କାୟହାନ’ ଖବରକାଗଜ ଏହି ବୟାନକୁ ଖାରଜ କରି ଲେଖିଛି, “ଏହା କୌଣସି ଶୈକ୍ଷିକ ମତ ନୁହେଁ, ବରଂ ଧର୍ମର ରକ୍ଷା ପାଇଁ ଏକ ଧାର୍ମିକ ଆଦେଶ।” ଖବରକାଗଜ ଚେତାବନୀ ଦେଇଛି ଯେ ଭବିଷ୍ୟତରେ ଯଦି କେହି ଏପରି ‘ଅଗ୍ନିକାଣ୍ଡ’ ସୃଷ୍ଟି କରେ, ତାହାର ପରିଣାମ ଭୟଙ୍କର ହେବ। ଲେଖାର ଶେଷରେ କୁହାଯାଇଛି, “ଇସଲାମିକ ରିପବ୍ଲିକ ଇସ୍ରାଏଲକୁ ରକ୍ତରେ ବୁଡ଼ାଇ ଦେବ।”

ଇରାନର ପୂର୍ବତନ ସାଂସଦ ଗୋଲାମଅଲୀ ଜାଫରଜାଦେ ଇମେନାବାଦୀ କାୟହାନର ମନୋଭାବକୁ ସମାଲୋଚନା କରି କହିଛନ୍ତି, “ମୋତେ ବିଶ୍ୱାସ ହେଉନାହିଁ ଯେ କାୟହାନର ସମ୍ପାଦକ ଶାରିୟତମଦାରୀ ଇରାନୀ। ଟ୍ରମ୍ପଙ୍କ ହତ୍ୟା କଥା କହିବା ଇରାନୀ ଜନତାଙ୍କ ଉପରେ ଚାପ ବଢ଼ାଇବ।” ଏହାର ଜବାବରେ କାୟହାନ ଲେଖିଛି, “ଆଜି ଟ୍ରମ୍ପଙ୍କଠାରୁ ପ୍ରତିଶୋଧ ନେବା ଏକ ଜାତୀୟ ଦାବି ହେଉଛି। ଇମେନାବାଦୀଙ୍କ ବୟାନ ଇରାନୀ ମୂଲ୍ୟବୋଧ ସହ ମେଳ ଖାଉନାହିଁ।”

୨୦୨୦ରେ ଇରାକରେ ଇରାନୀ ଜେନେରାଲ କାସିମ ସୁଲେମାନୀଙ୍କ ହତ୍ୟା ନେଇ ଟ୍ରମ୍ପଙ୍କ ଆଦେଶ ପରେ ସେ ନିରନ୍ତର ଇରାନୀ ଆକ୍ରମଣର ନିଶାନାରେ ରହିଛନ୍ତି। ଗତ ବର୍ଷ ଆମେରିକୀୟ ଏଜେନ୍ସିମାନେ ଖୁଲାସା କରିଥିଲେ ଯେ ଇରାନର ରିଭୋଲ୍ୟୁସନାରୀ ଗାର୍ଡସ ଟ୍ରମ୍ପଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri