ଟ୍ରମ୍ପଙ୍କ ଆୟକରକୁ ନେଇ ଉଠିଲା ବିବାଦ

ୱାଶିଂଟନ,୨୮ ।୯: ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ମଧ୍ୟରେ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ତଥା ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ୱାରା ଭରଣା କରାଯାଇଥିବା ଆୟକରକୁ ନେଇ ଏବେ ବିବାଦ ମୁଣ୍ଡ ଟେକିଛି । ଜଣାପଡିଛି ଯେ ଗତ ୧୫ ବର୍ଷ ଭିତରେ ଟ୍ରମ୍ପ ୧୦ ବର୍ଷ ପର୍ଯ୍ୟନ୍ତ କୌଣସି ଆୟକର ପଇଠ କରି ନାହାଁନ୍ତି । ଯେଉଁ ବର୍ଷ ଟ୍ରମ୍ପ ରାଷ୍ଟ୍ରପତି ଦୌଡରେ ସାମିଲ ହେଲେ ଏହାପରେ ହ୍ୱାଇଟ ହାଉସରେ ତାଙ୍କର ପ୍ରଥମ ବର୍ଷ ସେ ସଂଘିୟ ଆୟକର ଭାବେ ୭୫୦ ଆମେରିକୀୟ ଡଲାର ବା ୫୫,୨୪୩ଟଙ୍କା ଭରଣା କରିଥିଲେ । ଅର୍ଥାତ୍ ୨୦୧୬-୧୭ରେ ସେ କେବଳ ୭୫୦ ଆମେରିକୀୟ ଡଲାର ଆୟକର ବାବଦରେ ପଇଠ କରିଥିଲେ । ନ୍ୟୁୟର୍କ ଟାଇମ୍ସରେ ରବିବାର ପ୍ରକାଶିତ ଏକ ଖବରରୁ ଏହା ଜଣାପଡିଛି । ଆମେରିକା ରାଷ୍ଟ୍ରପତିଙ୍କ ମୋଟ ସମ୍ପତ୍ତି ୨.୧ ଅରବ ଡଲାର । କରୋନା ମହାମାରୀ ମଧ୍ୟରେ ତାଙ୍କ ସମ୍ପତ୍ତି ୧ ଅରବ ଡଲାର କମ୍ ହୋଇଯାଇଛି । ତେବେ ଟ୍ରମ୍ପ ତାଙ୍କ ଆୟକର ସମ୍ପର୍କିତ ତଥ୍ୟ ସବୁବେଳେ ଗୋପନୀୟ ରଖିଥାଆନ୍ତି ବୋଲି କୁହାଯାଏ । ସେ ଏକମାତ୍ର ରାଷ୍ଟ୍ରପତି ଯେ କି ନିଜ ଆୟକର ତଥ୍ୟକୁ ସର୍ବସମ୍ମୁଖକୁ ଆଣି ନ ଥାଆନ୍ତି । ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ଟ୍ରମ୍ପ, ସେ କହିଛନ୍ତି ଏହା ଏକ ଭୁଲ୍ ଖବର । ସେ ସବୁବେଳେ ଆୟକର ପଇଠ କରି ଆସୁଛନ୍ତି । ହେଲେ ଏ ସମ୍ପର୍କରେ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଟ୍ରମ୍ପଙ୍କ ଓକିଲ ମଧ୍ୟ କହିଛନ୍ତି ପ୍ରକାଶ ପାଇଥିବା ତଥ୍ୟରେ ଅନେକ କଥାକୁ ବାଦ୍ ଦିଆଯାଇଛି ଓ ଭୁଲ୍ ତଥ୍ୟ ପ୍ରକାଶ କରାଯାଇଛି । ଏପଟେ ନ୍ୟୁୟର୍କ ଟାଇମ୍ସ କହିଛି ସେ ଦୁଇ ଦଶକରୁ ଅଧିକ ଆୟକର ରିଟର୍ଣ୍ଣ ଦେଖିବା ପରେ ଏହି ଖବର ପ୍ରକାଶ କରିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri