ଡୋନାଲ୍ଡ ଟ୍ରମ୍ପଙ୍କ ବଢିଲା ଅଡୁଆ, ହୋଇପାରେ ଜେଲ୍

ନ୍ୟୁୟର୍କ,୧୦।୧୧: ଦୀର୍ଘ ସମୟ ଅପେକ୍ଷା ପରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଏଥର ଲୋକମାନେ ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ବାଛିଛନ୍ତି। ଏଥି ସହିତ କଡ଼ା ସଂଘର୍ଷ ପରେ ଡୋନାଲ୍ଡ ଟ୍ରମ୍ପ ହାରି ଯାଇଛନ୍ତି। ରାଜନୈତିକ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ପରାଜୟ ପରେ ଟ୍ରମ୍ପ ଅଧିକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ବାହାରିବା ମାତ୍ରେ ତାଙ୍କୁ ଜେଲ ମଧ୍ୟ ହୋଇପାରେ। ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ଥିବାବେଳେ ତାଙ୍କ ନାଁରେ ଅନେକ ଘୋଟାଲା ଅଭିଯୋଗ ହୋଇଥିଲା। କିନ୍ତୁ ରାଷ୍ଟ୍ରପତି ହୋଇଥିବାରୁ ଅଭିଯୋଗ କେବଳ ଅଭିଯୋଗରେ ରହିଯାଇଥିଲା। କାରଣ ରାଷ୍ଟ୍ରପତି ଥିବାବେଳେ ତାଙ୍କୁ କୋର୍ଟ ଚାଲାଣ କରାଯାଇପାରିବ ନାହିଁ। ତେଣୁ ପଦ ଯିବା ପରେ ତାଙ୍କ ଅସୁବିଧା ବଢିପାରେ। କୁହାଯାଉଛି ଯେ ଅପରାଧିକ ପ୍ରକ୍ରିୟା ବ୍ୟତୀତ ରାଷ୍ଟ୍ରପତିଙ୍କ ପଦରୁ ହଟାଯିବା ପରେ ତାଙ୍କର ଆର୍ଥିକ ବ୍ୟାପାର ମଧ୍ୟ ଯାଞ୍ଚ କରାଯାଇପାରିବ। ପେସ ୟୁନିଭରସିଟିର ପ୍ରଫେସର ବେନେଟ ଗର୍ଶମାନ କହିଛନ୍ତି ଯେ ଜୋ ବାଇଡେନ ରାଷ୍ଟ୍ରପତି ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଅପରାଧିକ ମାମଲା ରୁଜୁ ହେବାର ସମ୍ଭାବନା ରହିଛି। ବ୍ୟାଙ୍କ, ଟ୍ୟାକ୍ସ, ମନି ଲଣ୍ଡରିଂ, ନିର୍ବାଚନ ଠକେଇ ଭଳି ମାମଲାରେ ଟ୍ରମ୍ପ ନାଁରେ ଅଭିଯୋଗ କରିଛନ୍ତି। ଗଣମାଧ୍ୟମରେ କିଛି ମାମଲା ମଧ୍ୟ ସାମ୍ନାକୁ ଆସିଛି। କିନ୍ତୁ ତଦନ୍ତ କରାଯାଇ ନାହିଁ। ଏଥି ସହିତ ଟ୍ରମ୍ପଙ୍କ ୩୦୦ ମିଲିୟନ ଡଲାରରୁ ଅଧିକ ରୁଣ ଅଛି ଯାହା ତାଙ୍କୁ ଆସନ୍ତା ଚାରି ବର୍ଷ ମଧ୍ୟରେ ପରିଶୋଧ କରିବାକୁ ପଡିବ। ଉଲ୍ଲେଖନୀୟ କଥା ହେଉଛି, ଡୋନାଲ୍ଡ ଟ୍ରମ୍ପ ନାଁରେ ଚଳିତ ବର୍ଷ ମହାଭିଯୋଗ ହୋଇଥିଲେ ମଧ୍ୟ ସେ ନିର୍ଦ୍ଦୋଷରେ ଖଲାସ ହୋଇଥିଲେ।

Share