Categories: ଫୁରସତ

ପ୍ରଥମ ପିଜା ଡେଲିଭରି ଦେଇଥିବା ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ ଡୋମିନୋସ୍‌ ମାଲିକ; କିଛି ଏଭଳି ଥିଲା ଲଭ୍‌ଷ୍ଟୋରୀ

୧୯୬୦ରେ ଆରମ୍ଭ ହୋଇଥିଲା ଡୋମିନୋସ୍‌ ପିଜାର ଯାତ୍ରା। ଦୁଇ ଭାଇ ଟମ୍‌ ଏବଂ ଜିମ୍‌ ମୋନାଘାନ୍‌ ଏହି କମ୍ପାନୀ ଆରମ୍ଭ କରିଥିଲେ। ମାତ୍ର ଆଠ ମାସ ପରେ ଜିମ୍‌ କମ୍ପାନୀକୁ ଛାଡ଼ି ଦେଇଥିଲେ। ପ୍ରଥମେ ଏହାର ନାମ ଡୋମିନିକ୍‌ ଥିବା ବେଳେ ପରେ ଏହାର ନାମ ଡୋମିନୋସ୍‌ ହୋଇଥିଲା। ଏବେ ଏହା ପିଜାହଟ୍‌ ପରେ ଦ୍ୱିତୀୟ ଲୋକପ୍ରିୟ ପିଜା କମ୍ପାନୀ।

ପିଜା ବ୍ୟବସାୟକୁ ଆସିବାର ୧୪ ମାସ ପରେ ଏଭଳି ଏକ ଘଟଣା ଘଟିଥିଲା ଯାହା ଟମ୍‌ଙ୍କ ଜୀବନର ଆଉ ଏକ ଅଧ୍ୟାୟ ଆରମ୍ଭ କରିଥିଲା। ମିଚିଗାନ୍‌ରେ ଥିବା ମାଉଣ୍ଟ ପ୍ଲିଜାଣ୍ଟ ଷ୍ଟୋରରୁ ସେ ପ୍ରଥମ ଅର୍ଡର୍‌ ନେଇ ସେଣ୍ଟ୍ରାଲ ମିଚିଗାନ ୟୁନିଭର୍ସିଟିକୁ ଯାଇଥିଲେ। ଟମ୍‌ ପହଞ୍ଚିବା ବେଳେ ରିସେପସନ୍‌ ଡେସ୍କରେ ବସିଥିବା ଜଣେ ଯୁବତୀଙ୍କ ଆଡକୁ ତାଙ୍କର ଧ୍ୟାନ ଯାଇଥିଲା। ତାଙ୍କୁ ସେ ପିଜା ଦେଇଥିଲେ। ଯୁବତୀଙ୍କ ନାଁ ଥିଲା ମାର୍ଗି।

ସେହିଦିନ ଟମ୍‌ ମନେମନେ ମାର୍ଗିଙ୍କୁ ପସନ୍ଦ କରିଦେଇଥିଲେ। ଉଭୟଙ୍କ ଦ୍ୱିତୀୟ ଭେଟରେ ଟମ୍‌ ମାର୍ଗିଙ୍କୁ ହାର୍ଟ ସେପ୍‌ର ଏକ ପିଜା ଭେଟି ଦେଇଥିଲେ। ଉକ୍ତ ଦିନ ଭ୍ୟାଲେଣ୍ଟାଇନ୍‌ ଡେ ଥିଲା। ପରେ ତୃତୀୟ ଭେଟରେ ସେ ପ୍ରେମରେ ପଡ଼ିଥିବା ଜାଣିବାକୁ ପାଇଥିଲେ। ଏହାର ପରବର୍ଷ ଉଭୟ ବିବାହ କରିନେଇଥିଲେ।

Share