ଗୃହଶତ୍ରୁ ଓ ଆଭ୍ୟନ୍ତରଣ ସୁରକ୍ଷା

ରାଜତନ୍ତ୍ରର ଅସ୍ଥିରତା ସହ ନିଜ ନିଜ ମଧ୍ୟରେ ଷଡ଼ଯନ୍ତ୍ରରେ ଲିପ୍ତଥିବା ଭାରତୀୟଙ୍କୁ ଦିନେ ଘୋରୀ, ଖିଲିଜୀ, ମୋଗଲ ଓ ଇଂରେଜ ଇଷ୍ଟଇଣ୍ଡିଆ କମ୍ପାନୀ ଶାସନ କରିବ ସେ କଥା କେହି କେବେ ଭାବି ନ ଥିଲେ। ଯେଉଁ ମହମ୍ମଦ ଘୋରୀ ପୃଥ୍ବୀରାଜ ଚୌହାନଠାରୁ ୧୧ଥର ହାରି ନିଜ ଜୀବନ ବଞ୍ଚାଇବା ଭୟରେ ଯୁଦ୍ଧକ୍ଷେତ୍ର ଛାଡ଼ି ପଳାଇଯାଇଥିଲେ, ସେଇ ଘୋରୀ ଦିନେ ବେଇମାନ ଜୟଚନ୍ଦ୍ରଙ୍କ ସାହାଯ୍ୟରେ ପୃଥ୍ବୀରାଜଙ୍କୁ ହରାଇବାକୁ ସକ୍ଷମ ହୋଇଥିଲେ। ଇବ୍ରହିମ ଲୋଦିକୁ ଦିଲ୍ଲୀ ରାଜଗାଦିରୁ ହଟାଇବା ପାଇଁ ନିଜ ସମ୍ପର୍କୀୟ ଦୌଲତ ଖାଁ ଲୋଦି କାବୁଲ ଶାସକ ବାବରକୁ ଭାରତକୁ ନିମନ୍ତ୍ରଣ କରିବା ଏକ ଷଡ଼ଯନ୍ତ୍ରର ପରିଭାଷା। ବଙ୍ଗ ନବାବ ସିରାଜଉଦୌଲାଙ୍କ ସମ୍ପର୍କୀୟ ବିଶ୍ୱାସଘାତକ ମିର୍ଜାଫରଙ୍କ ପାଇଁ ଇଂରେଜଙ୍କ ଶହେନବେ ବର୍ଷର ନିର୍ଯାତନା ଭାରତୀୟଙ୍କୁ ସହିବାକୁ ପଡ଼ିଥିଲା। ଇଂରେଜଙ୍କଠାରୁ ଝାନ୍ସୀ ସାମ୍ରାଜ୍ୟକୁ ମୁକ୍ତରଖିବା ପାଇଁ ଲକ୍ଷ୍ମୀବାଈ ରଣନୀତି ପ୍ରସ୍ତୁତ କରିଥିଲେ । କିନ୍ତୁ ସଦାଶିବ ନାରାୟଣ ଝାନ୍ସୀ ଦୁର୍ଗର ଦୁର୍ବଳ ପାର୍ଶ୍ୱ ବିଷୟରେ ବ୍ରିଟିଶମାନଙ୍କୁ ଜଣାଇ ଝାନ୍ସୀକୁ ବ୍ରିଟିଶ ଶାସନରେ ଅନ୍ତର୍ଭୁକ୍ତ କରାଇବାରେ ରାସ୍ତା ଉନ୍ମୁକ୍ତ କରିଥିଲେ। ଏହିଭଳି କେତେଜଣ ଭାରତୀୟ ବିଶ୍ୱାସଘାତକ ଇଂରେଜମାନଙ୍କ ସହ ମିଶି ଦେଶର ଏକତାକୁ ନଷ୍ଟ କରିଛନ୍ତି । ସବୁ ଘାତପ୍ରତିଘାତ ସତ୍ତ୍ୱେ ଭାରତ ସ୍ବାଧୀନତା ସ୍ବାଦ ଚାଖିବା ପୂର୍ବରୁ ଦୁଇ ପ୍ରମୁଖ ନେତା, ଦୁଇ ପ୍ରମୁଖ ଧାର୍ମିକ ଗୋଷ୍ଠୀଙ୍କ ଜିଦ୍‌ଖୋର ମନୋବୃତ୍ତିର ଫଳାଫଳର ରୂପରେଖ ନେଲା ଭାରତ ଓ ପାକିସ୍ତାନ। ଭାରତକୁ ପୁଣି ଥରେ ରାମରାଜ୍ୟ ପ୍ରତିଷ୍ଠାର ପରିକଳ୍ପନା କରାଗଲା। ରାଜତନ୍ତ୍ରକୁ ସବୁଦିନ ପାଇଁ ଭାରତରୁ ଲୋପକରି ଗଣତନ୍ତ୍ର ସ୍ଥାପନ ପୂର୍ବକ ଜନସାଧାରଣଙ୍କୁ ସେମାନଙ୍କର ସମସ୍ତ ନ୍ୟାଯ୍ୟଦାବି ପ୍ରାପ୍ତି ପାଇଁ ସରକାର ବଦ୍ଧପରିକର ହେଲେ । ପ୍ରତ୍ୟେକ ଜୀବନ ସରକାର ପାଇଁ ମୂଲ୍ୟବାନ୍‌ ଓ ମହତ୍ତ୍ୱପୂର୍ଣ୍ଣ ତାହା ସର୍ବସମ୍ମୁଖରେ ପ୍ରତିଶ୍ରୁତିବଦ୍ଧ ହେଲା।
ଭାରତୀୟ ଗଣତନ୍ତ୍ରରେ ସ୍ବାଧୀନତା ପରେ ଜାତୀୟ କଂଗ୍ରେସର ଶାସନ ଓ ପରେ ପରେ ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ଦଳ ସୃଷ୍ଟି ହେଲା। ଜନତାଙ୍କ ହାତରେ ସରକାର ତିଆରି କରିବାର ବଡ଼ ଭୂମିକା ସଦାସର୍ବଦା ରହିଆସିଛି। ରାଜନୀତିରେ ଉଷ୍ମତା ସମୟେ ସମୟେ ଦେଖିବାକୁ ମିଳେ। ବିରୋଧାଭାଷ ଗଣତନ୍ତ୍ରର ଏକ ମଜଭୁତ ଅସ୍ତ୍ର। ନଚେତ୍‌ ଶାସକ ଦଳ ମନମୁଖି ଦୁର୍ନୀତିଖୋର ପାଲଟିଯିବାକୁ ବେଶି ସମୟ ଲାଗିବ ନାହିଁ।
ଦେଶର ଆଇନକାନୁନ,ଶିକ୍ଷା,ସ୍ବାସ୍ଥ୍ୟ,ଅର୍ଥନୀତି, ବିଦେଶ ନୀତି, ପ୍ରତିରକ୍ଷା ସହ ଭାରତର ପ୍ରଭୁତା ଅଖଣ୍ଡତା ଓ ସର୍ବଭୌମତ୍ୱ ରକ୍ଷାକରିବା ହେଉଛି ଦେଶର ଶାସନକର୍ତ୍ତାଙ୍କ ଦାୟିତ୍ୱ। ସବୁର ଊଦ୍ଧର୍‌ବରେ ଉଭୟ ଆଭ୍ୟନ୍ତରୀଣ ଓ ବାହ୍ୟ ସୁରକ୍ଷା। କାରଣ ଦେଶର ସୁରକ୍ଷା ବିକାଶ ଓ ପ୍ରଗତି ସହ ସମ୍ପୂର୍ଣ୍ଣ ଜଡ଼ିତ। ଅସୁରକ୍ଷିତ ଦେଶରେ ଅର୍ଥନୈତିକ ଅଭିବୃଦ୍ଧି ସମ୍ଭବ ନୁହେଁ। ବିଶ୍ବର ପ୍ରତ୍ୟେକ ପ୍ରଗତିଶୀଳ ଦେଶ ପଛରେ ତା’ର ଅଭ୍ୟନ୍ତରୀଣ ସୁରକ୍ଷାର ବୃହତ୍‌ ଭୂମିକା ଥାଏ। ଶିଳ୍ପ, ଶିକ୍ଷା ବୈଷୟକ କ୍ଷେତ୍ରରେ ସୁରକ୍ଷିତ ନ ରହିଲେ ପୁଞ୍ଜିନିବେଶ କରିବାକୁ କେହି ଆଗ୍ରହ ପ୍ରକାଶ କରିବେ ନାହିଁ। ୟୁରୋପୀୟ,ପଶ୍ଚିମଦେଶ ଓ ଆରବ ଇସ୍‌ଲାମିକ ଦେଶରେ ଆଭ୍ୟନ୍ତରୀଣ ସୁରକ୍ଷା ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଏ। କିନ୍ତୁ ଭାରତ କ୍ଷେତ୍ରରେ ତାହା ସମ୍ପୂର୍ଣ୍ଣ ବିପରୀତ। ଅବୈଧ ଅନୁପ୍ରବେଶକାରୀଭାବେ ପାକିସ୍ତାନୀ,ବାଂଲାଦେଶୀ ଓ ରୋହିଙ୍ଗ୍ୟାମାନେ ପ୍ରାୟ ରାଜ୍ୟରେ ଆଡ୍ଡା ଜମାଇବାରେ ବ୍ୟସ୍ତ। ଖାଲି ସେତିକି ନୁହେଁ, ସେମାନଙ୍କର ଆଧାର କାର୍ଡ, ଭୋଟର ପରିଚୟପତ୍ର,ରାଶନ କାର୍ଡ, ବ୍ୟାଙ୍କ ଆକାଉଣ୍ଟ, ପାସ୍‌ପୋର୍ଟ, ପାନ୍‌କାର୍ଡ ଓ ବାର୍ଦ୍ଧକ୍ୟ ଭତ୍ତା ସବୁ ଭାରତର ହୋଇସାରିଛି। ସେମାନେ ଭାରତର ନାଗରିକ ଭାବେ ନିଜକୁ ସ୍ବୀକାର କରିସାରିଲେଣି। କାରଣ ଦେଶର ନାଗରିକ ପାଖରେ ହିଁ ଭୋଟ ଦେବାର ଅଧିକାର ରହିଛି। ଭୋଟର ଲିଷ୍ଟ ସହ ଭୋଟର ପରିଚୟପତ୍ର ଯଦି ଜଣେ ବ୍ୟକ୍ତି ପାଖରେ ଅଛି ସ୍ବାଭାବିକ ଭାବେ ସେ ଏ ଦେଶର ନାଗରିକ। ଦେଶର ନାଗରିକ ସମ୍ବିଧାନର ସମସ୍ତ ଅଧିକାର ପାଇଁ ଲଢ଼େଇ କରିବା ସହ ଭିନ୍ନ ଭିନ୍ନ ସମୟରେ ଧାରଣା , ପ୍ରତିବାଦ ଓ ପ୍ରତିହିଂସା ଭଳି କାର୍ଯ୍ୟରେ ଉପସ୍ଥିତି ସ୍ବାଭାବିକ । ଅଧିକାଂଶ ସମୟରେ ପ୍ରତିବାଦ ଓ ପ୍ରତିହିଂସା ଅତି ଉଗ୍ରରୂପ ଧାରଣ କରି ସାଧାରଣ ଧନଜୀବନକୁ ବିପର୍ଯ୍ୟସ୍ତ କରୁଛି। ପ୍ରଶ୍ନ ଉଠିବା ସ୍ବାଭାବିକ ଯେ ଏତେ ଅନୁପ୍ରବେଶକାରୀ ଆସିଲେ କିପରି? ଯଦି ଆସିଲେ, ସେମାନଙ୍କର ଭାରତୀୟ ପରିଚୟପତ୍ର ପ୍ରସ୍ତୁତି ହେଲା କିପରି? ଭାରତୀୟଙ୍କ ପରି ବାହ୍ୟ ଅନୁପ୍ରବେଶକାରୀଙ୍କ ଭୋଟର ପରିଚୟପତ୍ର ପ୍ରସ୍ତୁତି ସହ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପଛରେ ରାଜନୈତିକ ଦଳ ପୂର୍ଣ୍ଣମାତ୍ରାରେ ସାମିଲ ଏକଥା ଅସ୍ବୀକାର କରିହେବ ନାହିଁ। ଭାରତୀୟ ଆଧାର କାର୍ଡ ପ୍ରସ୍ତୁତି ପାଇଁ ଆବଶ୍ୟକ ପ୍ରମାଣପତ୍ର ଭାରତର ଭିନ୍ନ ଭିନ୍ନ ରାଜ୍ୟରୁ କିପରି ସଂଗ୍ରହ କରାଗଲା? ବାଂଲାଦେଶ,ପାକିସ୍ତାନ,ନେପାଳ ଓ ମ୍ୟାନ୍‌ମାରରୁ ଆସୁଥିବା ଲୋକମାନେ ଭାରତୀୟ ପ୍ରମାଣପତ୍ର ହତେଇଲେ କିପରି? ଏସବୁ ଶାସନ ଦାୟିତ୍ୱରେ ଥିବା ଦଳ ତା’ ଭୋଟ ପାଇଁ ଯାହାକୁ ନାହିଁ ତାହାର ଭୋଟର ପରିଚୟପତ୍ର , ରାଶନ କାର୍ଡ ପ୍ରସ୍ତୁତି ଚାଲିଛି।
ଗୁଜରାଟର ‘ଚଣ୍ଡଲ ତଲବ’ ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକାରୀ ମିନି ବାଂଲାଦେଶ ଭାବେ ବସତି ସ୍ଥାପନ କରିଛନ୍ତି ଦୀର୍ଘ ୨୦ ବର୍ଷରୁ ଅଧିକ ସମୟ ହେବ । ସ୍ଥାୟୀ ବାସିନ୍ଦାଭାବେ ବଂଶବିସ୍ତାର କରିବାକୁ ସୁଯୋଗ ସରକାର ଦେଲେ କିପରି? ସବୁ ଆବଶ୍ୟକ ପରିଚୟପତ୍ର ପ୍ରସ୍ତୁତି ସହ ନିର୍ବାଚିତ ପ୍ରତିନିଧି ବାଛିବା ପରେ ଏବେ ପ୍ରଶାସନର ନିଦ ଭାଙ୍ଗୁଛି। ଭାରତକୁ ନିଜର ବାସସ୍ଥାନ ,କର୍ମଭୂମି ଓ ଅର୍ଥ ରୋଜଗାରର ସ୍ଥଳ ମନେକରୁଥିବା ଲୋକମାନଙ୍କ ଚେର ଏତେ ଭିତରକୁ ଯାଇଛି ଯେ ତା’ର ମୂଳୋତ୍ପାଟନ ସମ୍ଭବ ନୁହେଁ। ଭାରତକୁ କବ୍‌ଜା କରିବା ପାଇଁ କେଉଁ ପ୍ରାଚୀନ କାଳରୁ ପ୍ରୟାସ ଓ ଷଡ଼ଯନ୍ତ୍ର ଚାଲିଛି । ପାର୍ସୀ,ଗ୍ରୀକ୍‌ ଆଫ୍‌ଗାନ,ମଙ୍ଗୋଲୀୟ,ମୋଗଲ,ପର୍ତ୍ତୁଗୀଜ, ଫ୍ରେଞ୍ଚ ଓ ପରିଶେଷରେ ବ୍ରିଟିଶ ସାମ୍ରାଜ୍ୟ ସେମାନଙ୍କର ଆଧିପତ୍ୟ ବିସ୍ତାର କରିଛନ୍ତି । ସମସ୍ତଙ୍କ ସେଇ ଗୋଟେ ଲକ୍ଷ୍ୟ ଲୁଣ୍ଠନ, ସାମ୍ରାଜ୍ୟ ପ୍ରତିଷ୍ଠା ଓ ବିସ୍ତାର, ବାଣିଜ୍ୟ ଆଧିପତ୍ୟ ସହ ଭାରତୀୟ ସଭ୍ୟତା ସଂସ୍କୃତିକୁ ନଷ୍ଟଭ୍ରଷ୍ଟକରି ଭାରତୀୟଙ୍କୁ ଦମନ କରିବା ତଥା ଭାରତର ଅର୍ଥନୀତିକୁ ଧଂସବିଧ୍ୱଂସ କରି ଅରାଜକତା ଆତଙ୍କ ସୃଷ୍ଟି କରିବା।
ସବୁ ଅରାଜକତା, ଆକ୍ରମଣ ,ଧମର୍ଘଟ ଓ ଅସହିଷ୍ନୁତା ପଛରେ ଭାରତରେ ଲୁଚି ରହିଥିବା ଗୃହଶତ୍ରୁମାନେ ଭୂମିକା ଗ୍ରହଣ କରିଆସିଛନ୍ତି । ଧର୍ମନିରପେକ୍ଷ ରାଷ୍ଟ୍ରର ଦ୍ୱାହିଦେଇ ଭାରତରେ କ’ଣ ସବୁ ଘଟାଇ ଚାଲିଛନ୍ତି ତାହା ଜଳଜଳ ହୋଇ ଦିଶୁଛି। ଭାରତରେ ଯାହା ସବୁ ଘଟିଚାଲିଛି ସେ ସବୁ ପଛରେ ରାଜନୈତିକ ନେତୃତ୍ୱର ହାତ ସ୍ପଷ୍ଟ ଭାବରେ ବାରି ହେଉଛି। ଏସବୁ ସୁଯୋଗ ନେଇଛନ୍ତି ପଡ଼ୋଶୀ ରାଷ୍ଟ୍ର। ସେମାନେ ଭାରତୀୟଙ୍କ ଏକତାକୁ ସଦାସର୍ବଦା ନଷ୍ଟ କରିବାକୁ ପ୍ରୟାସ କରିଛନ୍ତି।
ନିକଟରେ ପଞ୍ଜାବର ଜ୍ୟୋତି ମାଲହୋତ୍ରା ଆଇଏସ୍‌ଆଇଏସ୍‌ ଓ ପାକିସ୍ତାନୀ ଆତଙ୍କ ସଂସ୍ଥାକୁ ଭାରତୀୟ ଗୋପନ ତଥ୍ୟ ଓ ସମ୍ବେଦନଶୀଳ ସ୍ଥାନର ଫଟୋଚିତ୍ର ପ୍ରଦାନ କରିଛନ୍ତି। ଜ୍ୟୋତିଙ୍କ ଭଳି ଅନେକ ଅନୁପ୍ରବେଶକାରୀ ଯୁବତୀଯୁବକ ଭାରତରେ ରହି ଭାରତର ଶାନ୍ତିଶୃଙ୍ଖଳା ଭଙ୍ଗ ସହ ଆତଙ୍କବାଦୀ କାର୍ଯ୍ୟକଳାପକୁ ରୂପଦେବାରେ ଲାଗିଛନ୍ତି। ପ୍ରଶ୍ନ ଉଠେ, ଭାରତରେ ଏତେ ସୁରକ୍ଷା କର୍ମୀ, ଗୋଇନ୍ଦା ବିଭାଗ କାର୍ଯ୍ୟରତ ଥାଇ ଅନୁପ୍ରବେଶ ହେଉଛି କିପରି? ଭାରତର ସୀମାରେ ସୁରକ୍ଷା ସହ ଆଭ୍ୟନ୍ତରୀଣ ସୁରକ୍ଷାକୁ ଧ୍ୟାନଦେବାର ଏହା ଏକ ଘଡ଼ିସନ୍ଧି ସମୟ। ଯଦି ଅବହେଳା କରାଯାଏ ତା’ର ପରିଣାମ ଭାରତର ଜନସାଧାରଣଙ୍କୁ ଭୋଗିବାକୁ ପଡ଼ିବ।

ଡ. ମନୋଜ କୁମାର ମହାନ୍ତି
ଅଧ୍ୟାପକ, ଦର୍ଶନ ବିଭାଗ, ବି.ଏନ୍‌.ଏମ୍‌.ଏ. ମହାବିଦ୍ୟାଳୟ, ଭଦ୍ରକ,
ମୋ: ୮୮୯୫୩୪୧୦୩୩


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଶକ୍ତ ଝଟ୍‌କା: ଦଳ ଛାଡ଼ି ଭାଜପାରେ ଯୋଗଦେଲେ ବରିଷ୍ଠ ନେତା

ଗୁଆହାଟୀ,୧୮ା୩:ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ପୁଣି ଶକ୍ତ ଧକ୍କା ଲାଗିଛି। ଦଳୀୟ ନେତା ତଥା ନାଗାଓଁ ଏମ୍‌ପି ପ୍ରଦ୍ୟୁତ୍‌ ବର୍ଦୋଳୋଇ ଭାଜପାରେ ଯୋଗ ଦେଇଛନ୍ତି। ଆସାମ…

ଦିଲୀପଙ୍କ ବିଜୟକୁ ନେଇ ମୁହଁ ଖୋଲିଲେ ସୌମ୍ୟରଞ୍ଜନ: ବିଜେଡି-ଭାଜପା ଭିତିରି ସମ୍ପର୍କକୁ ନେଇ କହିଦେଲେ ଏମିତି

ଭୁବନେଶ୍ୱର,୧୮।୩ (ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନରେ ଯେଉଁମାନେ ଦଳ ବିରୋଧରେ ଯାଇ ଭୋଟ ଦେଲେ ଏବଂ ଯେଉଁମାନେ ସେହି ଭୋଟକୁ ପାଇବା ପାଇଁ ଉଦ୍ୟମ କଲେ ସେମାନେ…

ଅଫିସ ଭିତରେ ପଶି ଆର୍‌ଆଇଙ୍କୁ ଆଖିବୁଜା ମାଡ଼ ମାରିଲେ ଯୁବକ, ଘୋଷାଡ଼ି ଘୋଷାଡ଼ି…

ଚାନ୍ଦବାଲି,୧୮ା୩(ଅଶୋକ ପଣ୍ଡା): ସରକାରୀ ଅଫିସ୍‌ ଭିତରେ ପଶି ଅଫିସରଙ୍କୁ ଆଖିବୁଜା ମାଡ଼। ତାହା ପୁଣି ଦିନ ଦ୍ୱିପ୍ରହରରେ ସର୍ବ ସମ୍ମୁଖରେ। ଏମିତି କି ଅଫିସ ଗୃହରୁ ଘୋଷାଡ଼ି…

ଭୟଙ୍କର ହେଲା ବିଶ୍ୱଯୁଦ୍ଧ: ଇରାନର ନ୍ୟୁକ୍ଲିୟର ପ୍ଲାଣ୍ଟରେ ମିସାଇଲ ମାଡ଼! ବିଶ୍ୱରେ ଚହଳ

ତେହରାନ,୧୮।୩: ଇରାନର ପରମାଣୁ କେନ୍ଦ୍ରରେ ମିସାଇଲ ମାଡ଼। ବୁଶେହର ନିକଟରେ ଅବସ୍ଥିତ ଇରାନର ଏକମାତ୍ର ସକ୍ରିୟ ପରମାଣୁ ଶକ୍ତି କେନ୍ଦ୍ର ପାଖରେ ମିସାଇଲ ମାଡ଼ ହୋଇଛି। ଯାହା…

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri