ଋଷିକୂଲ୍ୟା ମୁହାଣରେ ଡଲ୍‌ଫିନ୍‌

ଗଞ୍ଜାମ,୧୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍‌ଫିନ୍‌୍‌ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ ନିଜ କ୍ୟାମେରାରେ ଡଲଫିନଙ୍କ ଫଟୋ ଉତ୍ତୋଳନ କରିଥିଲେ। ପ୍ରାୟ ଏକାଠି ୧୦ରୁ ଊର୍ଦ୍ଧ୍ୱ ଡଲ୍‌ଫିନ୍‌ ସମୁଦ୍ର ନୀଳ ଜଳରାଶିରେ କ୍ରୀଡ଼ା କରୁଥିବା ଜଣାପଡ଼ିଥିଲା। ପୂର୍ବରୁ ରମ୍ଭା ପାନ୍ଥନିବାସସ୍ଥିତ ଚିଲିକାରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଏଠାରେ ଡଲଫିନ ବାହାରିବା ପରେ ପର୍ଯ୍ୟଟକ ମହଲରେ ଖୁସିର ଲହରୀ ଖେଳିଯାଇଛି। ଧିରେ ଧିରେ ବହୁ ସଂଖ୍ୟାରେ ଡଲ୍‌ଫିନ୍‌ ଏଠାକୁ ଆସିବା ସମ୍ଭାବନା ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି l ସେମାନଙ୍କ ସୁରକ୍ଷା ଦିଗରେ ବନ ବିଭାଗ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି ବୋଲି ବନ ବିଭାଗ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।