Posted inଜାତୀୟ

ଡଲ୍‌ଫିନ୍‌କୁ ପିଟି ମାରିଦେଲେ

ଲକ୍ଷ୍ନୌ, ୯ା୧: ପ୍ରକୃତିକୁ ବିପଦ ମୁହଁକୁ ଠେଲିଚାଲିଥିବା ମଣିଷ ପୁଣି ବର୍ବରତାର ସୀମା ଟପିଛି। ଜାତୀୟ ଜଳଜୀବ ମାନ୍ୟତା ପାଇଥିବା ଏକ ଗାଞ୍ଜେଟିକ୍‌ ରିଭର ଡଲଫିନକୁ ପିଟିପିଟି ହତ୍ୟା କରାଯାଇଛି। ଏଥି ସହ ଏହି ଦୃଶ୍ୟର ଭିଡିଓ କରିଛନ୍ତି ଅଭିଯୁକ୍ତ। ଉତ୍ତରପ୍ରଦେଶ ରାଜ୍ୟ ପ୍ରତାପଗଡ ଜିଲାରେ ଏଭଳି ଅମାନବୀୟ ଘଟଣା ସାମ୍‌ନାକୁ ଆସିବା ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପାଟଣାଗଡ ପୋଲିସ କହିଛି। ପ୍ରାଣୀ ପ୍ରେମୀଙ୍କ ସମେତ ସମସ୍ତ ମହଲରେ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଘଟଣାଟି ଡିସେମ୍ବର ୩୧ରେ ଘଟିଥିବା ଜଣାପଡିଛି।
ଭିଡିଓରେ ଦେଖିବାକୁ ମିଳିଛି, ଏକ ଗାଁ ଦେଇ ଯାଇଥିବା କେନାଲର ଗଭୀର ଜଳରେ ଜାଲ ପକାଇ କେତେଜଣ ପ୍ରଥମେ ଡଲ୍‌ଫିନକୁ ଧରିଥିଲେ। ପରେ ସେମାନଙ୍କ ମଧ୍ୟରୁ କେତେଜଣ କୁରାଢ଼ି ଓ ଠେଙ୍ଗା ଧରି ଡଲ୍‌ଫିନ୍‌କୁ ଆକ୍ରମଣ କରି ଚାଲିଥିଲେ। ଏପରିକି ଜଣେ ଏକ ଧାରୁଆ ଅସ୍ତ୍ର ଧରି ଏହାର ଶରୀରରେ ଉପରେ ଘଷି ଚାଲିଥିଲେ। କେନାଲରେ ରକ୍ତ ଜୁଡୁବୁଡ଼ୁ ହୋଇ ପଡିଥିବାବେଳେ ଏହାର ମୁହଁକୁ ଧରି ଲୋକେ ଘୋଷାଡି ଆଣିଥିଲେ। ନିକଟରେ କେହି ଡଲ୍‌ଫିନକୁ ଅକାରଣରେ କାହିଁକି ମାରୁଛ ବୋଲି ପାଟି କରୁଥିଲେ ହେଁ ଅଭିଯୁକ୍ତମାନେ କଥା ନ ଶୁଣି ଆକ୍ରମଣ କରିବାରେ ଲାଗିଥିଲେ।

ଏହି ସମସ୍ତ ଘଟଣାର ଭିଡିଓ ସୋସିଆଲ ମିଡିଆକୁ ଆସିବା ପରେ ଚାରି ଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୋଲିସ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଚିହ୍ନଟ କରି ଗିରଫ କରିଛି। ବନ୍ୟଜନ୍ତୁ ସୁରକ୍ଷା ଆଇନ, ୧୯୭୨ର ଧାରା ୯/୫୧ ଅନୁଯାୟୀ ମାମଲା ରୁଜୁ ହୋଇଛି।
ଜାନୁୟାରୀ ୨ରେ ଆଇଏଫ୍‌ଏସ୍‌ ଅଧିକାରୀ ରମେଶ ପାଣ୍ଡେ ଭିଡିଓର ଲିଙ୍କ ଏବଂ ଫଟୋ ଟୁଇଟରରେ ଶେୟାର କରି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ସ୍ଥାନୀୟ ଲୋକେ ଡଲଫିନ୍‌କୁ ଦେଖିବା ପରେ ତାହା ସେମାନଙ୍କ ପାଇଁ ବିପଦପୂର୍ଣ୍ଣ ବୋଲି ଆଶଙ୍କା କରିଥିଲେ। ସଚେତନତା ଅଭାବରୁ ଏଭଳି ଘଟିଥିବା ପାଣ୍ଡେ କହିଛନ୍ତି। ଗତ ଅଗଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ତନ୍ୟପାୟୀ ଜଳଚର ପ୍ରାଣୀ ସଂରକ୍ଷଣ ପାଇଁ ପ୍ରୋଜେକ୍ଟ ଡଲଫିନ୍‌ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ହର୍ମୁଜରୁ ଭାରତୀୟ ଜାହାଜ ପାର୍‌ କଲେ ଇରାନ ମାଗିବ କେତେଟଙ୍କା? ଦିନକ ଭିତରେ କମାଇବ…

ନୂଆଦିଲ୍ଲୀ,୧୦।୪: ମଧ୍ୟପ୍ରାଚ୍ୟରେ ଶତ୍ରୁତା ବନ୍ଦ ହେବା ପରେ ମଧ୍ୟ, ହର୍ମୁଜ ପ୍ରଣାଳୀ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ୱାଭାବିକତାକୁ ଫେରିନାହିଁ। ଏହା ତୈଳ ପାଇଁ ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଥ…

ଚାଇନାକୁ ପାନେ ଦେବ ଭାରତ: ଇରାନ ମଡେଲ୍‌କୁ ଆପଣାଇ…

ନୂଆଦିଲ୍ଲୀ,୧୦।୪: ସୀମିତ ସମ୍ବଳ ସତ୍ତ୍ୱେ ଏକ ସଂକୀର୍ଣ୍ଣ ସମୁଦ୍ର କରିଡର (ଚୋକପଏଣ୍ଟ)କୁ କିପରି ଏକ ରଣନୈତିକ ଅସ୍ତ୍ରରେ ପରିଣତ କରାଯାଇପାରିବ ତାହା ଇରାନ ବିଶ୍ୱକୁ ଦେଖାଇଛି। ଏବେ…

ଆନନ୍ଦପୁରରେ ବଡ଼ ରାଜନୈତିକ ହଲଚଲ: ବିଜେଡିରୁ ଇସ୍ତଫା ଦେଲେ ଏହି କାଉନସିଲର

ବଞ୍ଚୋ,୧୦ା୪(ପ୍ରଦୋଷ କୁମାର ବିଶ୍ୱାଳ): ଆନନ୍ଦପୁର ନଗରପାଳିକାର ଓ୍ବାର୍ଡ-୭ କାଉନସିଲର କୃଷ୍ଣ ରଣା ଶୁକ୍ରବାର ବିଜୁ ଜନତା ଦଳରୁ ପଦତ୍ୟାଗ କରିଥିବା ସୂଚନା ମିଳିଛି। ଏହି ପଦକ୍ଷେପ ପରେ…

ପଶ୍ଚିମବଙ୍ଗ ପାଇଁ ଭାଜପାର ସଂକଳ୍ପପତ୍ର: ଯୁବତୀଯୁବକ, ମହିଳା, ସରକାରୀ ପେନସନଭୋଗୀଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୦।୪: ଭାରତୀୟ ଜନତା ପାର୍ଟି (ଭାଜପା) ଶୁକ୍ରବାର ଏହାର ଇସ୍ତାହାର ପ୍ରକାଶ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଏବଂ ଭାଜପା ନେତା ଅମିତ ଶାହା ଇସ୍ତାହାର ବା ଘୋଷଣାପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri