ଆଜିଠୁ ଚିଲିକାରେ ଡଲ୍‌ଫିନ୍‌ ଗଣନା

ବାଲୁଗଁା,୨୧ା୧୨(ଡି.ଏନ୍‌.ଏ.: )ବାଲୁଗଁା ବନ୍ୟପ୍ରାଣୀ ବିଭାଗ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ (ସିଡିିଏ)ଙ୍କ ମିଳିତ ଆନୁକୂଲ୍ୟରେ ବୁଧବାରଠାରୁ ୩ ଦିନ ବ୍ୟାପୀ ସମଗ୍ର ଚିଲିକାରେ ଇରାଓ୍ବାଡ଼ି ପ୍ରଜାତିର ଡଲଫିନ ଗଣନା କରାଯିବ। ଏଥିପାଇଁ ବିଭାଗୀୟ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଅପରାହ୍ନରେ ବାଲୁଗଁା ଚିଲିକା କୂଳ ସ୍ଥିତ ବନ୍ୟପ୍ରାଣୀ ବିଭାଗୀୟ କାର୍ଯ୍ୟାଳୟ ପରିସରରେ ଗଣନାକାରୀଙ୍କୁ ନେଇ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବନ୍ୟପ୍ରାଣୀ ବିଭାଗୀୟ ଏସିଏଫ୍‌ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସିଡିଏର ସିନିୟର ସାଇଣ୍ଟିଷ୍ଟ୍‌ ଗୁରୁଦୀପ ରସ୍ତୋଗୀ, ପ୍ରଦୀପ୍ତ ରଞ୍ଜନ ମୁଦୁଲି, ବିନୋଦ ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଡଲଫିନ୍‌ ଗଣନା ଦିଗରେ ତାଲିମ୍‌ ପ୍ରଦାନ କରିଥିଲେ। ୧୯୧୫ମସିହାରେ ଚିଲିକାରେ ପ୍ରଥମ କରି ଏହି ଇରାଓ୍ବାଡ଼ି ପ୍ରଜାତିର ଡଲଫିନ୍‌କୁ ଚିହ୍ନଟ କରାଯାଇଥିଲା। ଉକ୍ତ ସମୟରୁ ଅଦ୍ୟାବଧି ଚିଲିକାରେ ଡଲଫିନ୍‌ ୧୬୦ରୁ ଊର୍ଦ୍ଧ୍ୱ ଦୃଷ୍ଟିଗୋଚର ହୋଇଥିବା ବିଗତ ବର୍ଷ ଗଣନାରୁ ଜଣାପଡ଼ିଛି। ଏହି ଗଣନା ଲାଇନ ଟ୍ରାଞ୍ଜାକ୍ଟ ପ୍ରଣାଳୀ ଅର୍ଥାତ୍‌ ଚିଲିକାର ଯେଉଁ ଅଞ୍ଚଳରେ ଡଲ୍‌ଫିନ୍‌ ଦୃଷ୍ଟିଗୋଚର ହୋଇଥାନ୍ତି, ସେଠାରେ ଗଣନାକାରୀଙ୍କ ଡ଼ଙ୍ଗା ଏକ ସରଳରେଖା ଦେଇ ଗତି କରିବ। ଏହି ସମୟରେ ଉଭୟ ପାର୍ଶ୍ୱରେ ଯେତିକି ସଂଖ୍ୟକ ଡଲଫିନ୍‌ ଦୃଷ୍ଟିଗୋଚର ହେବେ ତାହାକୁ ବାଇନାକୁଲାର ଓ ଜିପିଏସ ମାଧ୍ୟମରେ ସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ଗଣନା ପାଇଁ ସମଗ୍ର ଚିଲିକାକୁ ୪ଟି ସେକ୍ଟର ମଧ୍ୟ, ଉତ୍ତର, ଦକ୍ଷିଣ ଏବଂ ବାହ୍ୟ ଚିଲିକା ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି। ଭୋର ୬ଟାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ। ଡଲଫିନ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଅଞ୍ଚଳ ତଥା ଜହ୍ନିକୁଦା, ଗୁରୁବାଇ, ମହିସା, ବଡ଼ଗୋଠ, ସିପକୁଦା ଚିଲିକାରେ ୮ଟି ଟିମ୍‌ ଏବଂ ବାଲୁଗଁା ଠାରୁ କାଳିଜାଈ, କୃ୍‌ଷ୍ଣପ୍ରସାଦ, ପାରିକୁଦ, ନଳବଣ, ବାଲିନାସି, ଦେଇପୁରୁ, ବରୁଣପଡ଼ା, ରମ୍ଭା ଆଦି ଅଞ୍ଚଳରେ ୧୦ଟି ଟିମ୍‌ ଗଣନା କରିବେ। ମୋଟ ୧୪୦ଜଣ ଏହି ଗଣନା କାର୍ଯ୍ୟରେ ସାମିଲ ହେବେ। ପ୍ରତ୍ୟେକ ଟିମ୍‌କୁ ଗୋଟିଏ ଲେଖାଏ ଡଙ୍ଗା ଏବଂ ଆବଶ୍ୟକ ଯନ୍ତ୍ରାଂଶ ଯୋଗାଇ ଦିଆଯାଇଛି। ଗତ ବର୍ଷ ୧୬୭ଟି ଡଲଫିନ୍‌ ଚିହ୍ନଟ ହୋଇଥିଲେ। ତେବେ ଇତି ମଧ୍ୟରେ ବିଭିନ୍ନ କାରଣରୁ ବହୁ ଡଲଫିନ୍‌ ଚିଲିକା ତଟବର୍ତ୍ତୀ ଅଞ୍ଚଳରେ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଗତ କିଛି ବର୍ଷ ହେବ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଏହି ପ୍ରଜାତିର ଡଲଫିନ ସୁରକ୍ଷା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ସଜାଗ ନ ହେଲେ ଆଗାମୀ କିଛି ବର୍ଷ ମଧ୍ୟରେ ଡଲଫିନ୍‌ ଚିଲିକାରୁ ବିଲୁପ୍ତ ହେବା ଏଡ଼ାଇ ଦିଆଯାଇନପାରେ ା


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri