ପର୍ଯ୍ୟଟନସ୍ଥଳୀ ଡୋକାରିଚଞ୍ଚରାର ଉନ୍ନୟନ କାର୍ଯ୍ୟ ବୁଲି ଦେଖିଲେ ଅଧିକାରୀ

କୋକସରା,୧୬ା୩(ଡି.ଏନ୍‌.ଏ.): କୋକସରା ବ୍ଲକ ଦକ୍ଷିଣ ବନଖଣ୍ଡ ଅଧୀନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ କଳାହାଣ୍ଡି ଜିଲାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଗୁଡ଼ାହାଣ୍ଡି ଡୋକାରିଚଞ୍ଚରାରେ ବନ ବିଭାଗ ଅଧୀନରେ ଚାଲିଥିବା ଉନ୍ନୟନ କାର୍ଯ୍ୟର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ଦକ୍ଷିଣ ବନଖଣ୍ଡ ଜିଲା ଅଧିକାରୀ ଦୟାନନ୍ଦ ଗଜାନନ ଲାଦେ। ତାଙ୍କ ସହ ଏସିଏଫ୍‌ ଦକ୍ଷିଣ ବନଖଣ୍ଡ ଅନିଲ କୁମାର ରାୟ, ଧର୍ମଗଡ଼ ବନପାଳ ଭବାନୀ ଶଙ୍କର କୁବର, ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର ଉପସ୍ଥିତ ରହିଥିଲେ। ଗୁଡ଼ାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ୱର ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ଉପ ସଭାପତି ଅଇରୀ ନାସନ ଚିନ୍ଦା, ସୁଧୀର କୁମାର ପାତ୍ର, ସମ୍ପାଦକ ମଧୁବନ ପାତ୍ର, ଯତୀନ ମାଝି ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ପର୍ଯ୍ୟଟନସ୍ଥଳୀର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବିଭାଗ ଦ୍ୱାରା ହେଉଥିବା ନିର୍ମାଣାଧୀନ କାର୍ଯ୍ୟରେ ଉନ୍ନୟନ ସମିତି ସହ ସମନ୍ବୟ ରଖିବା ପାଇଁ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ପର୍ଯ୍ୟଟନସ୍ଥଳୀର ଉନ୍ନତି ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ଯଥାସମ୍ଭବ ଉନ୍ନୟନ କାର୍ଯ୍ୟ କରାଯିବ ବୋଲି ଡିଏଫ୍‌ଓ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ଓଡ଼ିଶା ଆସି ଓଡ଼ିଆରେ କହିଲେ ନିର୍ବାଚନ କମିଶନର, ଜୟ ଜଗନ୍ନାଥରୁ ଅଭିଭାଷଣ ଆରମ୍ଭ କରି…

ପୁରୀ,୨୭ା୧୨: ଓଡ଼ିଶାରେ ଆସି ପହଞ୍ଚିଛନ୍ତି ଭାରତୀୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର। ୩ ଦିନିଆ ଓଡ଼ିଶା ଗସ୍ତରେ ସପରିବାର ଆସିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ...

ପାଖେଇ ଆସୁଛି ନୂଆବର୍ଷ, ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ନେଲା ବଡ଼ ନିଷ୍ପତ୍ତି

ପୁରୀ,୨୭।୧୨: ଡିସେମ୍ବର ମାସର ଶେଷ ଦିନଗୁଡ଼ିକରେ ପୁରୀ ଜଗନ୍ନାଥ ଧାମରେ ଭକ୍ତଙ୍କ ସଂଖ୍ୟାରେ ତୀବ୍ର ବୃଦ୍ଧି ପରିଲକ୍ଷିତ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଏହି ବର୍ଦ୍ଧିତ ଭିଡ଼...

ଶ୍ରୀମନ୍ଦିରରେ ମୁଖ୍ୟ ନିର୍ବାଚନ କମିଶନର: ପରିବାର ସହ ମହାପ୍ରଭୁଙ୍କୁ କଲେ ଦର୍ଶନ

ପୁରୀ,୨୭।୧୨: ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ଶନିବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସହିତ ଆର୍ଶୀବାଦ ଲାଭ କରିଛନ୍ତି । ମୁଖ୍ୟ...

ଡାକ୍ତରଙ୍କ ଆନ୍ଦୋଳନ: ଲାଇନ୍‌ରେ ଛିଡ଼ା ହୋଇଛନ୍ତି ରୋଗୀ

ଧର୍ମଶାଳା,୨୭।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରମାନେ ବିଭିନ୍ନ ଦାବି ନେଇ ୧ ଘଣ୍ଟିଆ ଆନ୍ଦୋଳନ ଆରମ୍ଭ କରିଛନ୍ତି। ରାଜ୍ୟରେ ମଞ୍ଜୁରୀପ୍ରାପ୍ତ...

ସଜେଇ ହେଉଛି ଦାରିଙ୍ଗବାଡି: ଶୀତ ମହୋତ୍ସବ ପାଇଁ ବଢୁଛି ଉତ୍କଣ୍ଠା

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଆସନ୍ତା ୮ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି।ଏଥିପାଇଁ ଦାରିଙ୍ଗବାଡି ଚଳ ଚଞ୍ଚଳ ହୋଇପଡିଛି।...

ଆହୁରି ବଢିଲା ଶୀତ, ଜନଜୀବନ ଅସ୍ତବ୍ୟସ୍ତ: ପର୍ଯ୍ୟଟକଙ୍କ ଅସମ୍ଭାଳ ଭିଡ଼

ଦାରିଙ୍ଗବାଡି, ୨୭।୧୨ (ଅରୁଣ ସାହୁ ):ଗତ କିଛିଦିନ ହେଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କୁହୁଡିର ପ୍ରଭାବରେ ଗାଡି ଚଳାଚକ ବାଧାପ୍ରାପ୍ତ ହୋଇଛି। ଶୀତ କମିବାରେ ନାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri