ଅଗଷ୍ଟ ୫ ପର୍ଯ୍ୟନ୍ତ ସକାଳେ ଏପରି କଲେ ଦେଶରୁ ହଟିଯିବ କରୋନା ସଂକ୍ରମଣ: ପ୍ରଜ୍ଞା ଠାକୁର

ଭୋପାଳ, ୨୬।୭: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ ଭାଜପା ଏମ୍‌ପି ପ୍ରଜ୍ଞା ସିଂ ଠାକୁର ଦେଶରୁ କିପରି କରୋନା ସଂକ୍ରମଣକୁ ହଟାଯିବ ତାହାର ଉପାୟ ବତାଇଛନ୍ତି। ସେ କହିଛନ୍ତି ଜୁଲାଇ ୨୫ରୁ ଅଗଷ୍ଟ ୫ ପର୍ଯ୍ୟନ୍ତ ୧୨ ଦିନ ଧରି ସକାଳ ୭ଟାରେ ନିଜ ଘରେ ୫ ଥର ହନୁମାନ ଚାଳିଶା ପାଠକଲେ ଦେଶ କରୋନା ମୁକ୍ତ ହୋଇପାରିବ। ଏନେଇ ପ୍ରଜ୍ଞା ଟୁଇଟ୍‌ କରି ନିବେଦନ କରିଛନ୍ତି। ଦେଶକୁ କରୋନା ମୁକ୍ତ କରିବା ଲାଗି ଆଧ୍ୟାତ୍ମିକ ଉପାୟ ଆପଣେଇବା ଲାଗି ସେ କହିଛନ୍ତି। ଏବେ ପ୍ରଜ୍ଞାଙ୍କ ଟୁଇଟ୍‌ ନେଇ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜାରି ରହିଛି।

Share