Posted inଖେଳ

ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା

ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍‌ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍‌ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ ବିଶ୍ୱର ୨୫ତମ ଆଥଲେଟ ହେବାର ଗୌରବ ଅର୍ଜନ କରିଛନ୍ତି। ଚେକ୍‌ ରିପବ୍ଲିକର ଜାନ୍‌ ଜେଲେନ୍‌ଜୀଙ୍କଠାରୁ କୋଚିଂ ନେଉଥିବା ଏହି ୨୭ବର୍ଷୀୟ ଡବଲ ଅଲିମ୍ପିକ ପଦକ ବିଜେତା ତାଙ୍କ ତୃତୀୟ ପ୍ରଚେଷ୍ଟାରେ ୯୦.୨୩ ମିଟର ଜାଭେଲିନ୍‌ ଫିଙ୍ଗି ଜାତୀୟ ରେକର୍ଡ ସୃଷ୍ଟି କରିଛନ୍ତି। ୫ମ ରାଉଣ୍ଡ ସୁଦ୍ଧା ନୀରଜ ଅଗ୍ରଣୀ ରହିଥିଲେ। ତେବେ ଜର୍ମାନୀର ଜୁଲିଆନ ଓ୍ବେବର ୬ଷ୍ଠ ତଥା ଅନ୍ତିମ ପ୍ରଚେଷ୍ଟାରେ ୯୧. ୦୬ ମିଟର ଥ୍ରୋ କରି ପ୍ରଥମ ସ୍ଥାନ ଅଧିକାର କରି ନେଇଥିଲେ। ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଗ୍ରେନେଡାର ଆଣ୍ଡରସନ ପିଟର୍ସ (୮୫.୬୪ମିଟର) ତୃତୀୟ ହୋଇଥିଲେ। କାତାର ସ୍ପୋଟର୍‌ସ କ୍ଲବଠାରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କିଶୋର ଜେନାଙ୍କ ସମେତ ସମଗ୍ର ବିଶ୍ୱରୁ ୧୧ଜଣ ଟପ୍‌ ଜାଭେଲିନ୍‌ ଥ୍ରୋୟର ଭାଗ ନେଇଥିଲେ। କିଶୋର ୭୮.୬୦ ମିଟର ସହ ୮ମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ। ପୂର୍ବରୁ ୯୦ ମିଟର ଅତିକ୍ରମ କରିଥିବା ଦୁଇ ଏସୀୟ ଆଥ୍‌ଲେଟ ହେଲେ ପାକିସ୍ତାନର ଅର୍ଶାଦ ନଦିମ (୯୨.୯୭ ମିଟର) ଓ ଚାଇନିଜ ତାଇପେର ଚାଓ ସୁନ୍‌ ଚେଙ୍ଗ୍‌ (୯୧.୩୬ ମିଟର)।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

ଗୁଲୁଆ-ବର୍ଷା: ଶ୍ୱଶୁରଙ୍କୁ କାନ୍ଦି କାନ୍ଦି ନେହୁରା ହେଉଛନ୍ତି ବର୍ଷା, ଭାଇରାଲ ହେଉଛି ଅଡିଓ…

ଭୁବନେଶ୍ୱର,୨୭।୧୨:ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ଅଲଗା...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri