କୁକୁରର ୨ ଘଣ୍ଟାର ସଫଳ ଅସ୍ତ୍ରୋପଚାର

ବାସୁଦେବପୁର, ୧୧।୮(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପ୍ରାଣୀ ଚିକିତ୍ସାଳୟରେ ଗୁରୁବାର ଏକ କୁକୁର (ଟମି)ର ୨ ଘଣ୍ଟା ଧରି ସଫଳ ଅସ୍ତ୍ରୋପଚାର କରାଯାଇଛି। ଅସ୍ତ୍ରୋପଚାର ପରେ କୁକୁର ସୁସ୍ଥ ହୋଇଥିବା ଜଣାଯାଇଛି। କୁକୁରଟି କିଛିଦିନ ତଳେ ଇଅର ହେମାଟୋମା ରୋଗରେ ପୀଡ଼ିତ ହୋଇଥିଲା। ମାଲିକ ତଥା ଖବରଦାତା ନାରାୟଣ ପ୍ରସାଦ ବାରିକ୍‌ ବାସୁଦେବପୁର ପ୍ରାଣୀ ଚିକିତ୍ସାଧିକାରୀ ଡା. ରାଜେଶ କୁମାର କୁଅଁରଙ୍କ ସହ ଯୋଗାଯୋଗ କରି ଅସ୍ତ୍ରୋପଚାର କରାଇଥିଲେ। କୁକୁର କାନରେ ଏହି ରୋଗ ହେବା ଦ୍ୱାରା ଇନ୍‌ଫେକ୍‌ସନ୍‌ ହୋଇ ଜୀବନ ପ୍ରତି ବିପଦ ସୃଷ୍ଟି କରିଥାଏ ବୋଲି ଡା. କୁଅଁର କହିଥିଲେ। କୁକୁର କାନରେ ୩୦ରୁ ଊର୍ଦ୍ଧ୍ୱ ସିଲେଇ ପକାଯାଇଛି। ପ୍ରାଣୀ ଚିକିତ୍ସାଳୟ କର୍ମଚାରୀ ଭଗବାନ ଚନ୍ଦ୍ର ବେହେରା, ସହାୟକ ସରସ୍ବତୀ ମିଶ୍ର, କମଳାକାନ୍ତ ପାଣିଗ୍ରାହୀ, ଜ୍ଞାନରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।