Posted inଫୁରସତ

ସାଥୀର ଜୀବନ ବଞ୍ଚାଇବା ପାଇଁ କୁକୁର କଲା ରକ୍ତଦାନ…

ମୁରାଦାବାଦ,୧୯।୭: ମଣିଷଙ୍କ ମଧ୍ୟରେ ଜଣେ ଅନ୍ୟଙ୍କୁ ରକ୍ତଦାନ କରିବା ଏକ ସାଧାରଣ ଘଟଣା। ତେବେ ଗୋଟିଏ କୁକୁର ନିଜ ସାଥୀ କୁକୁରର ଜୀବନ ବଞ୍ଚାଇବା ପାଇଁ ରକ୍ତଦାନ କରିଥିବା ଶୁଣିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ଏଭଳି ଘଟଣା ଉତ୍ତରପ୍ରଦେଶର ମୁରାଦାବାବରେ ଘଟିଛି। ବୁଧବଜାର ଅଞ୍ଚଳରେ ବାସ କରୁଥିବା ହନି ସେହଗଲଙ୍କ ଘରେ ଲାବ୍ରାଡର ପ୍ରଜାତିର ଦେଢ଼ ମାସର କୁକୁର ଛୁଆ ସିମ୍ବାର ଦେହ ଅଚାନକ ଖରାପ ହୋଇଯାଇଥିଲା। ହନିଙ୍କ ପଡ଼ୋଶୀ ସଞ୍ଜୟ ମଦାନଙ୍କ ଘରେ ଥିବା ଗୋଲଡେନ୍‌ ରିଟ୍ରିଭର ପ୍ରଜାତିର କୁକୁର ଜ୍ୟାକ୍‌ ହସ୍ପିଟାଲରେ ପହଞ୍ଚି ରକ୍ତଦାନ କରି ସିମ୍ବାର ଜୀବନ ବଞ୍ଚାଇଛି। ଏବେ ଏହି ଘଟଣା ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସିମ୍ବା ଏବଂ ଜ୍ୟାକ୍‌ ସବୁଦିନ ସକାଳେ ମାଲିକଙ୍କ ସହିତ ବାହାରକୁ ବୁଲିଗଲାବେଳେ ପରସ୍ପରକୁ ଭେଟିଥାନ୍ତି। ଖୁସିରେ ଖେଳକୁଦ କରିଥାନ୍ତି। ତେବେ ଗତ କିଛି ଦିନ ଧରି ସିମ୍ବା ଆଉ ବାହାରକୁ ଆସୁ ନ ଥିଲା। ଏନେଇ ହନି ସଞ୍ଜୟଙ୍କୁ ପଚାରିଥିଲେ। ସିମ୍ବାର ଦେହ ଖରାପ ରହିଛି ଏବଂ ରକ୍ତ ନ ମିଳିଲେ ଅବସ୍ଥା ଗୁରୁତର ହେବ ବୋଲି ସଞ୍ଜୟ କହିଥିଲେ। ଏହାପରେ ହନି ତାଙ୍କ କୁକୁର ଜ୍ୟାକ୍‌କୁ ଧରି ରକ୍ତଦାନ ପାଇଁ ହସ୍ପିଟାଲରେ ପହଞ୍ଚିଥିଲେ। ଡାକ୍ତର ବି.ବି.ସିଂ ଉଭୟଙ୍କର ସିବିସି ଅର୍ଥାତ୍‌ କମ୍ପ୍ଲିଟ୍‌ ବ୍ଲଡ୍‌ କାଉଣ୍ଟ୍‌ ଯାଞ୍ଚ କରିବା ପରେ ରକ୍ତଦାନ ପାଇଁ ଅନୁମତି ପ୍ରଦାନ କରିଥିଲେ। ଗୋଟିଏ କୁକୁରର ସିବିସି ଅନ୍ୟ କୁକୁର ସହିତ ମେଳ ଖାଇବା ବିରଳ ଘଟଣା ବୋଲି ସେ କହିଛନ୍ତି। ରକ୍ତଦାନ କରି ସିମ୍ବାର ଜୀବନ ବଞ୍ଚାଇଥିବାରୁ ଡାକ୍ତର ଜ୍ୟାକ୍‌ ସହିତ ହ୍ୟାଣ୍ଡ୍‌ସେକ୍‌ କରି ସାବାସୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

RCBରୁ ଆସିଲା ବଡ଼ ଖବର: ବାକି ଆଇପିଏଲ ମ୍ୟାଚ ଖେଳିବେନି କୋହଲି!

ନୂଆଦିଲ୍ଲୀ,୧୩।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ପୂର୍ବତନ ଅଧିନାୟକ ବିରାଟ କୋହଲି ଆଘାତ ପାଇଥିଲେ। ଏହା IPLର ୨୦ତମ…

ବେଲଗୁଣ୍ଠାରେ ଜିଲାସ୍ତରୀୟ ଅଭିଯୋଗ ଶୁଣାଣି, ୪ ଜଣଙ୍କୁ ୨୫ ହଜାର ଟଙ୍କା ସହାୟତା ପ୍ରଦାନ

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଗଞ୍ଜାମ ଜିଲ୍ଲା ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ…

କାଳୀମେଘା ହତ୍ୟାକାଣ୍ଡ ଘଟଣା; ସ୍ତ୍ରୀ ରଚିଥିଲା ଷଡଯନ୍ତ୍ର, ପତ୍ନୀ ସମେତ ୫ ଗିରଫ

କଳିଙ୍ଗନଗର,୧୩।୪(ଶୁଭାଶିଷ ରାଉତ ): ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ କାଳୀମେଘା ସ୍ଥିତ ଗେଷ୍ଟହାଉସ ସମ୍ମୁଖରେ ଗୁଳି ମାଡ଼ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟଣାର ଫର୍ଦ୍ଧାଫାଶ କରିଛି…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି

ଖଜୁରିରେ ଫାଇବର୍‌, କ୍ୟାଲ୍‌ସିୟମ୍‌ ଏବଂ ମ୍ୟାଗ୍ନେସିୟମ୍‌ ଆଦି ପ୍ରଚୁର ପରିମାଣରେ ଭରି ରହିଛି। ଖଜୁରିକୁ ଆମେ ସବୁ ସମୟରେ ଖାଇପାରିବା, କିନ୍ତୁ ମୁଖ୍ୟତଃ ଏହାକୁ ସକାଳ ଜଳଖିଆ…

ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଜଳିଗଲା ବୁଲେଟ୍, କେମିତି ଲାଗିଲା ନିଆଁ?

ବଲାଙ୍ଗୀର,୧୩।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତହସିଲ୍ ଅଫିସ ପରିସରରେ ଅଭାବନୀୟ ଘଟଣା । ଜଣେ ଓକିଲ ତାଙ୍କ ବୁଲେଟ୍ ରଖି ରେକର୍ଡ ରୁମକୁ ଯାଇଥିବା ବେଳେ ହଠାତ୍…

ମହିଳାଙ୍କୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଅପେକ୍ଷାର ଅନ୍ତ ହେବାକୁ…

ନୂଆଦିଲ୍ଲୀ,୧୩।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ ନାରୀ ଶକ୍ତି ବନ୍ଦନ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଦେଶର ବିକାଶ ଯାତ୍ରାର ଏହି ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ…

ଅପମାନିତ ପରେ ମନ ବୁଝିଲାନି, ପୁଣି ଥରେ ଆମେରିକା-ଇରାନ ମଧ୍ୟରେ ଆଲୋଚନା ପାଇଁ ପାକିସ୍ତାନ…

ଇସଲାମାବାଦ,୧୩ା୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ, ପାକିସ୍ତାନ ଦୁଇ ଦେଶକୁ ଆଲୋଚନା ଟେବୁଲକୁ ଫେରାଇ ଆଣିବା ପାଇଁ…

ବନ୍ଧାହେଲେ କୁବେର ଗୁଡାରି ରେଞ୍ଜର

ଗୁଡାରି,୧୩।୪(ପ୍ରମୋଦ କୁମାର ପତି): ଗୁଡାରି ରେଞ୍ଜର ସୁକୁମାର ଦୁଖୁ ରବିବାର ରାତିରେ ଓଡିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri