କୁକୁର ବନ୍ଧ୍ୟାକରଣ ନେଇ ଫିଟିପାରେ ବାଟ

ଭୁବନେଶ୍ୱର, ୭।୧ (ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟରେ ବୁଲା କୁକୁରଙ୍କ ପ୍ରାଦୁର୍ଭାବ ଦିନକୁ ଦିନ ବଢି ଚାଲିଛି। କଲୋନୀ, ଗଳିକନ୍ଦି ସମେତ ରାଜରାସ୍ତାରାରେ ଉତ୍ପାତ କରୁଛନ୍ତି। ଗୋଡ଼ାଇ କାମୁଡୁଛନ୍ତି। ଗାଡ଼ି ଚାଳକ ହୁଅନ୍ତୁ ଅବା ପଥଚାରୀ, କାହାକୁ ଛାଡୁନାହାନ୍ତି। ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) ବନ୍ଦ ଥିବାରୁ ଏହି ସମସ୍ୟା ଜଟିଳ ହେବାରେ ଲାଗିଛି। ଏହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ବଢି ଚାଲିଥିବାବେଳେ ଖୁବ୍‌ଶୀଘ୍ର ଏହାର ସମାଧାନ ହେବା ନେଇ ଆଶା ଦେଖାଦେଇଛି। ଆସନ୍ତା ସୋମବାର ୮ ତାରିଖରେ ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ମାମଲାର ଶୁଣାଣି ହେବ। ହାଇକୋର୍ଟ ବିଏମ୍‌ସି ସପକ୍ଷରେ ଅର୍ଥାତ୍‌ ବନ୍ଧ୍ୟାକରଣ ଉପରେ ଲାଗିଥିବା ଷ୍ଟେ’ ଅର୍ଡର ହଟାଇବାର ଯଥେଷ୍ଟ ସମ୍ଭାବନା ଥିବା ବିଏମ୍‌ସି ଅଧିକାରୀ କହିଛନ୍ତି। ତେଣୁ ଅନୁମତି ମିଳିବା ପରେ ତୁରନ୍ତ କୁକୁରଙ୍କ ଅସ୍ତ୍ରୋପଚାର କରାଯିବ ଓ କୁକୁରଜନିତ ସମସ୍ୟାରେ କିଛିଟା ସୁଧାର ଆସିବ ବୋଲି ସେ କହିଛନ୍ତି। ସମସ୍ୟା ବଢୁଥିବାରୁ ବିଏମ୍‌ସି ନିଜ ପକ୍ଷରୁ ଏହି ମାମଲାରେ ହସ୍ତକ୍ଷେପ କରିଥିବାବେଳେ ଅନ୍ୟ କୌଣସି ସହରାଞ୍ଚଳ ବା ମ୍ୟୁନିସିପାଲିଟି ପକ୍ଷରୁ ଏଥିରେ ହସ୍ତକ୍ଷେପ କରାଯାଇଛି କି ନାହିଁ ସେ ନେଇ ସୂଚନା ମିଳିନାହିଁ। ତେଣୁ ଏହି ଶୁଣାଣି ସମଗ୍ର ରାଜ୍ୟରେ ବନ୍ଦ ଥିବା ଏବିସି କାର୍ଯ୍ୟକ୍ରମ ପାଇଁ ଲାଭଦାୟକ ହେବ ନା କେବଳ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ ପାଇଁ ହେବ ତାହା ଶୁଣାଣି ଦିନ ଜଣାପଡ଼ିବ।
ଏବିସି କାର୍ଯ୍ୟକ୍ରମ ଠିକ୍‌ ତଥା ସୁରକ୍ଷିତ ଭାବେ ହେଉ ନ ଥିବା ଅଭିଯୋଗ କରି ହାଇକୋର୍ଟରେ କେସ୍‌ କରାଯାଇଥିଲା। ଏହାର ଶୁଣାଣି କରି ହାଇକୋର୍ଟ ୨୦୨୨ ଜୁଲାଇ ୧୦ରୁ ସମଗ୍ର ରାଜ୍ୟରେ ଏବିସି କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଥିଲେ। ପ୍ରଥମେ ଅଗଷ୍ଟ ୩୧ ଯାଏ ରୋକ୍‌ ଲଗାଇବା ସହ ରାଜ୍ୟରେ କୌଣସି ପ୍ରକାରର ଏବିସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶ ଦେଇଥିଲେ। ମାତ୍ର କୌଣସି କାରଣରୁ ଏହାର ଶୁଣାଣିକୁ ଘୁଞ୍ଚାଇ ଦିଆଯାଇଥିଲା। ଇତି ମଧ୍ୟରେ ୪ମାସରୁ ଅଧିକ ସମୟ ବିତିଯାଇଥିଲେ ବି କେସ୍‌ଟି ସେପରି ପଡି ରହିଥିବାରୁ କିଛିଦିନ ତଳେ ବିଏମ୍‌ସି ନିଜ ଆଡୁ ହସ୍ତକ୍ଷେପ କରି ତୁରନ୍ତ ଏହାର ଫଇସଲା କରିବାକୁ ନିବେଦନ କରିଥିଲା। ଫଳସ୍ବରୁପ ସୋମବାର କେସ୍‌ର ଶୁଣାଣି ହେବା ନେଇ ସୂଚନା ଦିଆଯାଇଛି। ଅପରପକ୍ଷେ ୬ମାସରୁ ଅଧିକ ସମୟ ଧରି କୁକୁରଙ୍କ ବନ୍ଧ୍ୟାକରଣ ବନ୍ଦ ରହିଥିବାରୁ ଏମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢି ଚାଲିଛି। ଏକ ଆକଳନ ଅନୁଯାୟୀ ୬ମାସ ତଳେ କୁକୁରଙ୍କ ସଂଖ୍ୟା ୫୦ହଜାରରୁ ଊର୍ଦ୍ଧ୍ୱ ଥିବାବେଳେ ଏବେ ଏହି ସଂଖ୍ୟା ବୃଦ୍ଧି ପାଇ ୬୦ ହଜାର ଡେଇଁଛି। ହେଲେ ବିଏମ୍‌ସି ଏଯାବତ୍‌ କୁକୁର ଗଣନା କରିପାରି ନ ଥିବାରୁ ଠିକ୍‌ ତଥ୍ୟ ଦିଆଯାଇନାହିଁ। ପ୍ରତି ଓ୍ବାର୍ଡ ବୁଲି କେଉଁଠି କେତେ କୁକୁର ଅଛନ୍ତି ତାହାର ଗଣନା କରି ରିପୋର୍ଟ ପ୍ରସ୍ତୁତ କରିବାକୁ ବିଏମ୍‌ସି ଏକ ସଂସ୍ଥାକୁ ନିଯୁକ୍ତ କରିବା ନେଇ ଯୋଜନା କରିଥିଲା। ମାତ୍ର ସମୟକ୍ରମେ ଏହା ମଧ୍ୟ ନାଲିଫିତା ତଳେ ରହିଯାଇଛି। ସେହିପରି କୁକୁରଙ୍କ ବନ୍ଧ୍ୟାକରଣ ଅସ୍ତ୍ରୋପଚାର ପାଇଁ ବିଏମ୍‌ସି ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା କହୁଥିବାବେଳେ ମଞ୍ଚେଶ୍ୱରଠାରେ ନିର୍ମାଣ ହେଉଥିବା ହସ୍ପିଟାଲ ଏଯାଏ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ୨୦୨୨ ମେ’ ସୁଦ୍ଧା ଏହି ହସ୍ପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଥିଲା। ତେଣୁ ବିଏମ୍‌ସି କିଭଳି ନିଜ ଲକ୍ଷ୍ୟ ପୂରଣ କରି ପାରିବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅପରପକ୍ଷେ ପ୍ରଜନନ ଋତୁ ସମୟରେ କୁକୁରମାନେ ଅଧିକ ହିଂସ୍ର ହେଉଥିବାବେଳେ ଏବେ ଛୁଆଙ୍କ ସୁରକ୍ଷା ନେଇ ଆକ୍ରମଣାତ୍ମକ ହେଉଥିବା ପଶୁପ୍ରେମୀମାନେ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୧୨କୁ ଫୋନ କରନ୍ତୁ: ଅଗ୍ନିଶମ ଡିଜି

ଭୁବନେଶ୍ୱର,୩୧।୧: ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସଚେତନତା କରିବା ପାଇ ଶନିବାର ଏକ ନିଆରା ପ୍ରୟାସ ଆରମ୍ଭ କରାଯାଇଛି। ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ…

ମହାରାଷ୍ଟ୍ରର ପ୍ରଥମ ମହିଳା ଉପ ମୁଖ୍ୟମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା କେତେ? ଭାଙ୍ଗିଲେ ଦଶନ୍ଧିର ଇତିହାସ

ମୁମ୍ବାଇ,୩୧।୧: ମହାରାଷ୍ଟ୍ରର ରାଜନୈତିକ ଦୃଶ୍ୟପଟ ଏକ ପରିବର୍ତ୍ତନ ଆଣିଛି। ପ୍ରଥମ ଥର ପାଇଁ, ରାଜ୍ୟ ଜଣେ ମହିଳା ଉପମୁଖ୍ୟମନ୍ତ୍ରୀଙ୍କୁ ପାଇଛି। ଅଜିତ ପାୱାରଙ୍କ ପଛରେ ଏକ ଦୃଢ଼…

ହୁକ ପକାଇ ଅବାଧରେ ବିଦ୍ୟୁତ୍‌ ଚୋରି, ବିଭାଗ ଜାଣି ଅଜଣା

ଗଞ୍ଜାମ,୩୧ା୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ଅବାଧରେ ବିଦ୍ୟୁତ୍‌ ଚୋରି ହେଉଥିଲେ ମଧ୍ୟ ଜାଣି ଅଜଣା ରହୁଛି ବିଦ୍ୟୁତ୍‌ ବିଭାଗ। ଗଞ୍ଜାମ ସହର ସାନ…

T20 World Cup 2026: ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ମିଳିଲା ଗୁଡନ୍ୟୁଜ!

ନୂଆଦିଲ୍ଲୀ,୩୧।୧: ୨୦୨୬ T20 World Cup ପୂର୍ବରୁ ଭାରତୀୟ ଦଳକୁ ଭଲ ଖବର ମିଳିଛି। ଆଘାତରୁ ଫେରି ଆସୁଥିବା ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ବିଷୟରେ ଏକ…

ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା ଘଟଣା: ACF ନିଲମ୍ବିତ

ବାଲିଗୁଡା,୩୧।୧:(ସଞ୍ଜୟ କୁମାର ପାଣିଗ୍ରାହୀ): ବହୁ ଚର୍ଚ୍ଚିତ କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡ ଅଧୀନ ବେଲଘର ବନାଞ୍ଚଳରେ ହାତୀ ମତ୍ୟୁପରେ ଖଣ୍ଡଖଣ୍ଡ କରି କାଟି ମାଟି ତଳେ ପୋତିବା…

Budget 2026: ବଜେଟ ଭାଷଣରେ ଆସୁଥିବା କଷ୍ଟକର ଶବ୍ଦର ସରଳ ଅର୍ଥ ଜାଣନ୍ତିକି? ବୁଝନ୍ତୁ…

ନୂଆଦିଲ୍ଲୀ,୩୧।୧: ୧ ଫେବୃଆରୀ, ୨୦୨୬ ରେ ଉପସ୍ଥାପିତ ହେବାକୁ ଥିବା କେନ୍ଦ୍ରୀୟ Budget କେବଳ ଦେଶର ଅର୍ଥନୈତିକ ଦିଗ ନିର୍ଣ୍ଣୟ କରିବ ନାହିଁ ବରଂ ସାଧାରଣ ଲୋକଙ୍କ…

ସ୍କୁଲରେ ହଣାକଟା: ୯ମ ଶ୍ରେଣୀ ଛାତ୍ରଙ୍କୁ ହାଣିଲେ ୧୦ମ ଛାତ୍ର

ବାଲେଶ୍ୱର,୩୧ା୧(ବାଞ୍ଛାନିଧି ଦେ): ବିଦ୍ୟାଳୟ ପରିସର ଏବେ ଅସୁରକ୍ଷିତ ହୋଇପଡ଼ିଛି। କେଉଁଠି ଛାତ୍ର ବ୍ୟାଗରେ ବନ୍ଧୁକ ଆଣୁଛନ୍ତି ତ ଆଉ କେଉଁଠି ଛାତ୍ରଙ୍କ ହାତରେ ରହୁଛି ମାରଣାସ୍ତ୍ର। ଜଣେ…

ବ୍ରହ୍ମପୁର ଦୁର୍ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ପ୍ରତି ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର,୩୧ା୧: ବ୍ରହ୍ମପୁର ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରତ୍ୟେକ ପରିବାରକୁ ୪ ଲକ୍ଷ ଲେଖାଏ ଟଙ୍କା ସହାୟତା ଘୋଷଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri