Categories: ଫୁରସତ

ଦୀପାବଳିରେ ଏଠାରେ କୁକୁରଙ୍କୁ କରାଯାଏ ପୂଜା, ଦିଆଯାଏ ସ୍ବାଦିଷ୍ଟ ବ୍ୟଞ୍ଜନ

ଆମ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍‌ ଉତ୍ସାହର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥାଏ। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଦୀପ ଜଳା ଯାଉଥିବା ବେଳେ ନେପାଳରେ ବି ଏହି ଉତ୍ସବ ପାଳନ କରାଯାଏ। ମାତ୍ର ଏଠାରେ ଏକ ଅଜବ ପରମ୍ପରା ରହିଛି। ଏଠାରେ ପଶୁଙ୍କୁ ପୂଜା କରାଯାଏ। ଏହି ସ୍ବତନ୍ତ୍ର ଦିବସରେ କୁକୁରଙ୍କୁ ବହୁତ ସମ୍ମାନ ଦିଆଯାଏ।

ଭଗବାନ ରାମ ୧୪ ବର୍ଷ ପରେ ଅଯୋଧ୍ୟାକୁ ଫେରି ଆସିବା ପରେ ଖୁସିରେ ଦୀପ ଜଳାଇଥିଲେ। ପ୍ରାଚୀନକାଳରୁ ଏହି ପରମ୍ପରା ପାଳନ କରାଯାଇଆସୁଛି। ଏହିଦିନ ଦୀପଦାନ ସହ କୁକୁରକୁ ନୂଆ ଡ୍ରେସ ପିନ୍ଧାଯାଏ। କୁକୁର ବେକରେ ଫୁଲମାଳ ପକାଯାଇ ମଥାରେ ତିଲକ ଲଗାଯାଏ। କୁକୁର ପାଇଁ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରି ଖାଇବାକୁ ଦିଆଯାଏ। ଅଣ୍ଡା, କ୍ଷୀର, ଦହି ଖାଇବାକୁ ଦିଆଯାଏ।

ହିନ୍ଦୁଧର୍ମରେ କୁକୁରମାନେ ଯମ ଦେବତାଙ୍କ ଦୂତ ବୋଲି ବିବେଚନା କରାଯାଏ। ବିଶ୍ୱାସ ରହିଛି, ଲୋକଙ୍କ ମୃତ୍ୟୁ ପରେ ମଧ୍ୟ କୁକୁରମାନେ ମାଲିକଙ୍କୁ ସୁରକ୍ଷା ଦିଅନ୍ତି। ଏପରି ପରିସ୍ଥିତିରେ ସେମାନେ ଏପରି ଭୋଜି ଦେଇ ସନ୍ତୁଷ୍ଟ ହୁଅନ୍ତି। ଖାଲି ଏତିକି ନୁହେଁ, ଦୀପାବଳିରେ ଷଣ୍ଢ, ଗାଈ ଏବଂ କାଉକୁ ମଧ୍ୟ ପୂଜା କରିବାର ପରମ୍ପରା ନେପାଳରେ ରହିଛି। ଏହିଦିନ ପଶୁମାନଙ୍କ ପାଇଁ ଉତ୍ସର୍ଗ କରାଯାଇ ସେମାନଙ୍କୁ ସ୍ବତନ୍ତ୍ର ଅନୁଭବ କରାଯାଏ।

Share