Categories: ଫୁରସତ

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି କୁକୁର,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ କୁକୁର ଯାତ୍ରୀମାନଙ୍କ ସହ ମେଟ୍ରୋରେ ଯାଉଛି। ସେଠାରେ ଦୁଇଟି ଖାଲି ସିଟ୍‌ ଥିଲା। ଯାହାକୁ କୁକୁରଟି ଦଖଲ କରିନେଇଥିଲା। ତେବେ ସେଠାରେ ଥିବା ଯାତ୍ରୀମାନେ ସିଟ୍‌ ନ ପାଇ ଠିଆ ହୋଇଥିଲେ। ହେଲେ ଶୋଇଥିବା କୁକୁରଟିକୁ ସେଠାରୁ ବିଦା କରିଦେଇ ନ ଥିଲେ। ଷ୍ଟିଫାନୋ ଏସ ମ୍ୟାଗି ଏହି ଭିଡିଓକୁ ଟୁଇଟରରେ ଶେୟାର କରିଛନ୍ତି। ଯାହାକୁ ୨୭ ହଜରରରୁ ଅଧିକ ୟୁଜର୍ସ ଦେଖିସାରିଲେଣି।

Share