Categories: ଫୁରସତ

ବିଦ୍ୟୁତ୍‌ତାରରେ କଳାକୌଶଳ ପ୍ରଦର୍ଶନ କରୁଛି କୁକୁର

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା କଳ୍ପନା ବାହାରେ ଥାଏ। ସେହିପରି ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ସାଧାରଣତଃ କଳାକାରମାନଙ୍କୁ ସର୍କସରେ ଦଉଡ଼ିରେ କୌଶଳ ପ୍ରଦର୍ଶନ କରୁଥିବା ଦେଖିଥିବେ। କିନ୍ତୁ ଏହି ଦୃଶ୍ୟ କୌଣସି ସର୍କସର ନୁହେଁ। ଭିଡିଓରେ ଏକ ଷ୍ଟ୍ରିଟ୍‌ କୁକୁରକୁ ଦେଖିବାକୁ ମିଳିଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି କୁକୁର ଏକ ବିଦ୍ୟୁତ୍‌ ତାରରେ ଆରାମରେ ଚାଲୁଥିବା ନଜର ଆସିଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହେଉଛି, ଏହି କୁକୁର ଏତେ ଉଚ୍ଚରେ କିପରି ବିଦ୍ୟୁତ୍‌ ତାରରେ ପହଞ୍ଚିଲା?

ଏହି ୧୩ ସେକେଣ୍ଡର ଭିଡିଓଟିକୁ ଏପର୍ଯ୍ୟନ୍ତ ଟୁଇଟରରେ ଲକ୍ଷାଧିକ ଥର ଦେଖାସରିଲାଣି। କୁକୁର ତାର ଉପରେ ଠିଆ ହୋଇ ନିଜର ସନ୍ତୁଳନ ବଜାୟ ରଖିବାରେ ସକ୍ଷମ ହେଉଛି। ଏହି ଭିଡିଓ ଦେଖି ୟୁଜରମାନେ ଭିନ୍ନଭିନ୍ନ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କୁକୁରର ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଆଉ ଜଣେ ୟୁଜର ଲେଖିଛନ୍ତି ‘ମୁଁ ଜାଣିବାକୁ ଚାହେଁ ଏହି କୁକୁରଟି କିପରି ସେଠାରେ ପହଞ୍ଚିଲା ଏବଂ ତାଙ୍କୁ କେହି ନିରାପଦରେ ଓହ୍ଲାଇଛନ୍ତି କି?’ ତେବେ ଏହି ପ୍ରଶ୍ନର ଉତ୍ତର କାହାରି ପାଖରେ ନାହିଁ।

କିଛି ଲୋକ ଏହି କୁକୁରକୁ ‘ସୁପର ଡଗ୍‌’ ବୋଲି ମଧ୍ୟ କହୁଛନ୍ତି। ତେବେ ଭିଡିଓଟି କେବେ ଏବଂ କେଉଁଠାରୁ ଆସିଛି ସେ ବିଷୟରେ କୌଣସି ସୂଚନା ନାହିଁ। କୁକୁରର ଅବସ୍ଥା କ’ଣ ହେଲା? ଉଦ୍ଧାରକାରୀ ଦଳ ଏହାକୁ ନିରାପଦରେ ଓହ୍ଲାଇଛନ୍ତି କି ନାହିଁ ସେ ସମ୍ପର୍କରେ କିଛି ଜଣାପଡ଼ିନାହିଁ।

Share