Posted inଫୁରସତ

ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ କଲା କୁକୁର, ଭିଡିଓ ଦେଖିଲେ…

ଦୀର୍ଘଦିନ ଧରି ଲୋକମାନେ ସେମାନଙ୍କର ଦକ୍ଷତା ଆଧାରରେ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଏପରି ଅନେକ ଲୋକଙ୍କୁ ଦେଖିଥିବେ, ଯେଉଁମାନେ ସେମାନଙ୍କର ଅନନ୍ୟ ପ୍ରତିଭା ସହିତ ବିଶ୍ୱ ରେକର୍ଡ ସୃଷ୍ଟି କରିଥାନ୍ତି। ମଣିଷ କ୍ଷେତ୍ରରେ ଏହା ସମ୍ଭବ ହୋଇଥାଏ। ମାତ୍ର ଏକ ପଶୁ ମଧ୍ୟ ବିଶ୍ୱ ରେକର୍ଡ କରିପାରେ ଜାଣିଲେ ଟିକେ ଆଶ୍ଚର୍ଯ୍ୟ ଲାଗେ। ତଥାପି ଏହା ସତ। ଏବେ ସେମିତି ଏକ ନିଆରା ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଗୋଟିଏ କୁକୁର ତା’ର ମାଲିକଙ୍କ ସହ ସ୍କିପିଂ କରି ବିଶ୍ୱ ରେକର୍ଡ ସୃଷ୍ଟି କରିଛି।

ବାଲୁ ନାମକ ଏକ କୁକୁର ଗିନିଜ ଓ୍ବାଲର୍‌ଡ ରେକର୍ଡ କରିଛି। ଏହାର ମାଲିକ ଜର୍ମାନରୁ ଓ୍ବଲ୍‌ଫଗଙ୍ଗ ଲାଉନବର୍ଗର ଏକ ଭିଡିଓ ପୋଷ୍ଟ କରିଛନ୍ତି। ବାଲୁ ତା’ ପଛ ଗୋଡ଼ରେ ସର୍ବାଧିକ ଥର ଡେଇଁ ବିଶ୍ୱ ରେକର୍ଡ କରିଛି। ଏହି ରେକର୍ଡ ୧୨ ଜୁଲାଇ ୨୦୨୨ରେ ଜର୍ମାନର ଉତ୍ତର ରେନ୍‌ ଓ୍ବେଷ୍ଟଫାଲିଆର ଷ୍ଟୁକେନବ୍ରୋକ୍‌ରେ କରାଯାଇଛି। ବାଲୁ ମାତ୍ର ୩୦ ସେକେଣ୍ଡରେ ୩୨ ଥର ସ୍କିପିଂ କରି ଏହି ରେକର୍ଡ ସୃଷ୍ଟି କରିଛି।

ଭିଡିଓରେ ଦେଖିପାରିବେ କୁକୁର ତା’ ମାଲିକଙ୍କ ସହିତ ଦଉଡ଼ିଡିଆଁ ଖେଳୁଛି। ଉଭୟଙ୍କ ମଧ୍ୟରେ ସମନ୍ବୟ ଦେଖି ବୁଝିଯିବେ ଯେ, ସେମାନେ ଏଥିପାଇଁ ବହୁତ ଅଭ୍ୟାସ କରିଛନ୍ତି। କୁକୁରଟି ଉଭୟ ପଛ ଗୋଡ଼କୁ ଡେଇଁବାବେଳେ ଉଭୟ ଆଗ ଗୋଡ଼କୁ ଆଗକୁ ରଖିଛି, ଏହା ପୁଣି ଠିଆ ହୋଇ। କୁକୁରକୁ ମାଲିକ ମଧ୍ୟ ବହୁତ ସମର୍ଥନ କରୁଛନ୍ତି।

ଏହି ଭିଡିଓଟି ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏପରିକି ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକ ଦେଖିସାରିଥିବା ବେଳେ ହଜାର ହଜାର ଲୋକ ମନ୍ତବ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବିଶ୍ୱ ରେକର୍ଡ ଅତ୍ୟନ୍ତ ସ୍ବତନ୍ତ୍ର। ଆଉ ଜଣେ କହିଛନ୍ତି, କୁକୁରଟି ବହୁତ ସୁନ୍ଦର ଦେଖାଯାଉଛି। ସେହିପରି ଅନ୍ୟ ଜଣେ ୟୁଜର କହିଛନ୍ତି, ସେ ଚାମ୍ପିଅନ ଏବଂ ବର୍ତ୍ତମାନ ବିଶ୍ୱ ରେକର୍ଡଧାରୀ ମଧ୍ୟ ହୋଇଛନ୍ତି। ଅନେକ ଲୋକ ବାଲୁକୁ ସୁନ୍ଦର ବୋଲି କହିବା ସହ ତା’ର ସଫଳତା ପାଇଁ ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri