ମାଲିକଙ୍କ ମୃତଦେହକୁ ଜଗି ରହିଛି କୁକୁର, କାଳେ ସେ ଆସିବେ ଫେରି, ଦେଖନ୍ତୁ ଭାଇରାଲ ଭିଡିଓ…

ଥିରୁଭାନନ୍ତପୁରମ,୫।୧୧: ଫିଲ୍ମରେ ଦେଖିବାକୁ ମିଳିଥାଏ କି କୁକୁର କିପରି ତାର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଘଟଣା କେରଳର କୋଝିକୋଡେରେ ଦେଖିବାକୁ ମିଳିଛି। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ ଜାଣିନି ତା ମାଲିକ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ କାଳେ ମାଲିକ ଶବାଗାରରୁ ଆସିବେ ସେଥିପାଇଁ କୁକୁର ଅପେକ୍ଷା କରୀ ବସି ରହିଛି। ଏହି କୁକୁର ବିଷୟରେ ସୋସିଆଲ ମିଡିଆରେ ୟୁଜରମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ୱସ୍ତତା ବୋଲି କହୁଛନ୍ତି ।

ଗତ ଚାରିମାସ ଧରି କେରଳର କନ୍ନୁର ଜିଲା ଡାକ୍ତରଖାନାର ଶବାଗାର ବାହାରେ ଏକ କୁକୁର ଅପେକ୍ଷା କରିଛି। ଡାକ୍ତରଖାନାକୁ ଆସୁଥିବା ଲୋକମାନେ ପ୍ରାୟତଃ ଏହି କୁକୁରକୁ ସେଠାରେ ବସିଥିବାର ଦେଖିଥାନ୍ତି, ଯେଉଁଠାରେ ସେ ଚାରିମାସ ଧରି ନିଜ ମାଲିକଙ୍କୁ ଅପେକ୍ଷା କରିଛି। ଯଦିଓ ଏହି କୁକୁର ବିଷୟରେ କେହି କିଛି ଜାଣନ୍ତି ନାହିଁ। ଜିଲା ଡାକ୍ତରଖାନା ଅଧିକାରୀମାନେ କୁକୁରର ମାଲିକଙ୍କୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ତେବେ କୁକୁର ମାଲିକଙ୍କୁ ଅପେକ୍ଷା କରି ବସି ରହିଛି।

ହସ୍ପିଟାଲ କର୍ମଚାରୀ ରାଜେଶ କୁମାର ତାଙ୍କୁ ପ୍ରାୟ ଚାରିମାସ ପୂର୍ବରୁ ଶବାଗାର ନିକଟରେ ବସିଥିବାର ଦେଖିଥିଲେ। ଏ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନ ଥିଲୁ। କିନ୍ତୁ ପରଦିନ ସେ ସେଠାରେ ଜଗି ବସିଥିଲା। ଆମର ଧ୍ୟାନ ପୋଷା କୁକୁର ଉପରେ ପଡିଗଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏହା ବିଷୟରେ ପଚାରିଲୁ, ସେମାନେ କହିଥିଲେ ଏହି କୁକୁରଟି ଜଣେ ରୋଗୀଙ୍କ ସହିତ ଡାକ୍ତରଖାନାକୁ ଆସିଛି, ତେବେ ତାଙ୍କର ମୃତ୍ୟୁ ଘଟିଛି। ରାଜେଶ କହିଛନ୍ତି, ଏହାର ମାଲିକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ ।

ସାଧାରଣତଃ ଏହି କୁକୁରଟିକୁ ମୃତଦେହକୁ ନିଆଯାଉଥିବା ରାମ୍ପରେ ବସିଥିବାର ଦେଖିବାକୁ ମିଳୁଛି। କୁକୁରଟି ପ୍ରାୟତଃ ନିକଟସ୍ଥ ଫିଜିଓଥେରାପି ବିଭାଗ ବିଲ୍ଡିଂ ପରିଦର୍ଶନ କରେ, କିନ୍ତୁ ଏହା ରାତିରେ ଶବାଗାରକୁ ଫେରିଥାଏ। ଏହା ବ୍ୟତୀତ କୁକୁରଟି ସେହି ଅଞ୍ଚଳର ଥିବା ବୁଲାକୁକୁରମାନଙ୍କ ସହିତ ମିଶେ ନାହିଁ ବୋଲି ରାଜେଶ କହିଛନ୍ତି। ଡାକ୍ତର ମାୟା ଗୋପାଳକୃଷ୍ଣ କୁକୁରକୁ ଖାଦ୍ୟ ଦିଅନ୍ତି। କୁକୁର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଏହୀ କୁକୁର ଅଣ୍ଡା କିମ୍ବା ମାଛ ଖାଏ ନାହିଁ, ଭାତକୁ ମଧ୍ୟ ପସନ୍ଦ କରେ ନାହିଁ। ଡାକ୍ତର ମାୟା କୁକୁର ନା ‘ରାମୁ’ ଦେଇଛନ୍ତି। କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ କନ୍ନୁରରୁ ଜଣେ ମହିଳା ଡାକ୍ତରଖାନା ନିକଟକୁ ଆସିଛନ୍ତି ବୋଲି ଡାକ୍ତର କହିଛନ୍ତି।

 

Share