ମାଲିକଙ୍କ ମୃତଦେହକୁ ଜଗି ରହିଛି କୁକୁର, କାଳେ ସେ ଆସିବେ ଫେରି, ଦେଖନ୍ତୁ ଭାଇରାଲ ଭିଡିଓ…

ଥିରୁଭାନନ୍ତପୁରମ,୫।୧୧: ଫିଲ୍ମରେ ଦେଖିବାକୁ ମିଳିଥାଏ କି କୁକୁର କିପରି ତାର ମାଲିକକୁ ଅପେକ୍ଷା କରି ବସିଥାଏ। ଏଭଳି ଘଟଣା କେରଳର କୋଝିକୋଡେରେ ଦେଖିବାକୁ ମିଳିଛି। ଯେଉଁଠାରେ କୁକୁର ମାଲିକଙ୍କ ମୃତ୍ୟୁ ପରେ ଶବାଗାର ବାହାରେ ଅପେକ୍ଷା କରି ବସିଛି। ବୋଧହୁଏ ସେ ଜାଣିନି ତା ମାଲିକ ଆଉ ଏହି ଦୁନିଆରେ ନାହାନ୍ତି। କିନ୍ତୁ କାଳେ ମାଲିକ ଶବାଗାରରୁ ଆସିବେ ସେଥିପାଇଁ କୁକୁର ଅପେକ୍ଷା କରୀ ବସି ରହିଛି। ଏହି କୁକୁର ବିଷୟରେ ସୋସିଆଲ ମିଡିଆରେ ୟୁଜରମାନେ ଅନେକ ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ଏହାକୁ ମଣିଷର ସାଥୀ ବୋଲି କହୁଥିବା ବେଳେ ଅନ୍ୟମାନେ ଏହାକୁ ପ୍ରକୃତ ବିଶ୍ୱସ୍ତତା ବୋଲି କହୁଛନ୍ତି ।

ଗତ ଚାରିମାସ ଧରି କେରଳର କନ୍ନୁର ଜିଲା ଡାକ୍ତରଖାନାର ଶବାଗାର ବାହାରେ ଏକ କୁକୁର ଅପେକ୍ଷା କରିଛି। ଡାକ୍ତରଖାନାକୁ ଆସୁଥିବା ଲୋକମାନେ ପ୍ରାୟତଃ ଏହି କୁକୁରକୁ ସେଠାରେ ବସିଥିବାର ଦେଖିଥାନ୍ତି, ଯେଉଁଠାରେ ସେ ଚାରିମାସ ଧରି ନିଜ ମାଲିକଙ୍କୁ ଅପେକ୍ଷା କରିଛି। ଯଦିଓ ଏହି କୁକୁର ବିଷୟରେ କେହି କିଛି ଜାଣନ୍ତି ନାହିଁ। ଜିଲା ଡାକ୍ତରଖାନା ଅଧିକାରୀମାନେ କୁକୁରର ମାଲିକଙ୍କୁ ଚିହ୍ନଟ କରିବାରେ ଅସମର୍ଥ ହୋଇଛନ୍ତି। ତେବେ କୁକୁର ମାଲିକଙ୍କୁ ଅପେକ୍ଷା କରି ବସି ରହିଛି।

ହସ୍ପିଟାଲ କର୍ମଚାରୀ ରାଜେଶ କୁମାର ତାଙ୍କୁ ପ୍ରାୟ ଚାରିମାସ ପୂର୍ବରୁ ଶବାଗାର ନିକଟରେ ବସିଥିବାର ଦେଖିଥିଲେ। ଏ ବିଷୟରେ ସୂଚନା ଦେଇ ସେ କହିଛନ୍ତି, ପ୍ରଥମ ଦିନରେ ଆମେ କୁକୁର ପ୍ରତି ଧ୍ୟାନ ଦେଇ ନ ଥିଲୁ। କିନ୍ତୁ ପରଦିନ ସେ ସେଠାରେ ଜଗି ବସିଥିଲା। ଆମର ଧ୍ୟାନ ପୋଷା କୁକୁର ଉପରେ ପଡିଗଲା। ଯେତେବେଳେ ଆମେ ସ୍ଥାନୀୟ ଲୋକଙ୍କୁ ଏହା ବିଷୟରେ ପଚାରିଲୁ, ସେମାନେ କହିଥିଲେ ଏହି କୁକୁରଟି ଜଣେ ରୋଗୀଙ୍କ ସହିତ ଡାକ୍ତରଖାନାକୁ ଆସିଛି, ତେବେ ତାଙ୍କର ମୃତ୍ୟୁ ଘଟିଛି। ରାଜେଶ କହିଛନ୍ତି, ଏହାର ମାଲିକଙ୍କୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇ ପାରିନାହିଁ ।

ସାଧାରଣତଃ ଏହି କୁକୁରଟିକୁ ମୃତଦେହକୁ ନିଆଯାଉଥିବା ରାମ୍ପରେ ବସିଥିବାର ଦେଖିବାକୁ ମିଳୁଛି। କୁକୁରଟି ପ୍ରାୟତଃ ନିକଟସ୍ଥ ଫିଜିଓଥେରାପି ବିଭାଗ ବିଲ୍ଡିଂ ପରିଦର୍ଶନ କରେ, କିନ୍ତୁ ଏହା ରାତିରେ ଶବାଗାରକୁ ଫେରିଥାଏ। ଏହା ବ୍ୟତୀତ କୁକୁରଟି ସେହି ଅଞ୍ଚଳର ଥିବା ବୁଲାକୁକୁରମାନଙ୍କ ସହିତ ମିଶେ ନାହିଁ ବୋଲି ରାଜେଶ କହିଛନ୍ତି। ଡାକ୍ତର ମାୟା ଗୋପାଳକୃଷ୍ଣ କୁକୁରକୁ ଖାଦ୍ୟ ଦିଅନ୍ତି। କୁକୁର ବିଷୟରେ ସୂଚନା ଦେଇ ସେ କହିଛନ୍ତି ଏହୀ କୁକୁର ଅଣ୍ଡା କିମ୍ବା ମାଛ ଖାଏ ନାହିଁ, ଭାତକୁ ମଧ୍ୟ ପସନ୍ଦ କରେ ନାହିଁ। ଡାକ୍ତର ମାୟା କୁକୁର ନା ‘ରାମୁ’ ଦେଇଛନ୍ତି। କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବା ପାଇଁ କନ୍ନୁରରୁ ଜଣେ ମହିଳା ଡାକ୍ତରଖାନା ନିକଟକୁ ଆସିଛନ୍ତି ବୋଲି ଡାକ୍ତର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri