Categories: ଫୁରସତ

ମାଲିକଙ୍କ ବିନା ଶପିଂ କଲା କୁକୁର: ଭିଡିଓ ଦେଖିଲେ କହିବେ ବାଃ ବାଃ

ଅନେକ ଥର ସୋସିଆଲ ମିଡିଆରେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ଆଜିକାଲି ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଗୋଟିଏ କୁକୁର ଏହାର ମାଲିକ ବିନା ଶପିଂ କରୁଥିବା ଦେଖାଯାଉଛି। ବିଶେଷ କଥା ହେଉଛି ମାଲିକ ଯାହା ପସନ୍ଦ କରନ୍ତି କୁକୁର ଭଲଭାବେ ଜାଣେ। ସେହିସବୁ ଜିନିଷ କୁକୁର କିଣିଛି। ଭିଡିଓଟି ସମସ୍ତଙ୍କ ଲୋକଙ୍କ ହୃଦୟ ଜିତୁଛି।
କୁକୁର ମନୁଷ୍ୟର ସର୍ବଶ୍ରେଷ୍ଠ ସାଥୀ ଭାବରେ ବିବେଚନା କରାଯାଏ। ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହି କଥାରେ ବିଶ୍ୱାସ କରିବା ଆରମ୍ଭ କରି ଦେଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ, ଗୋଟିଏ କୁକୁର ପାଟିରେ ଝୁଡି ଧରି ପନିପରିବା କିଣିବାକୁ ବାହାରିଛି। ସେ ପନିପରିବା ନେବାପରେ ଦୋକାନୀକୁ ଟଙ୍କା ମଧ୍ୟ ଦିଅନ୍ତି। ବିଶେଷ କଥା ହେଉଛି ସେ ଜାଣନ୍ତି କେଉଁ ପନିପରିବା ମାଲିକ ପସନ୍ଦ କରନ୍ତି ଏବଂ ସେ ଦୋକାନୀଙ୍କଠାରୁ ସେହି ପନିପରିବା ସବୁ କିଣେ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ earth_naturle ନାମକ ଜଣେ ୟୁଜର୍ସଙ୍କ ଦ୍ୱାରା ଶେୟାର କରାଯାଇଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ଭିଡିଓ ଦେଖି ଲାଗୁଛି ଯେ ଏହି ଦୃଶ୍ୟ ଚାଇନାରୁ ଆସିଛି। ଏଥି ସହିତ ଅନେକ ଲୋକ ଭିଡିଓ ଦେଖିବା ପରେ ନିଜର ମତାମତ ମଧ୍ୟ ଦେଇଛନ୍ତି।

 

Share