Categories: ଫୁରସତ

କୁକୁର, କୋକିଶିଆଳିର ମିଶ୍ରଣ ‘ଡଗ୍‌କ୍ସିମ୍‌’

ବ୍ରାସିଲିଆ : ଗୋଟିଏ ପ୍ରଜାତିର ଅନେକ ଜୀବ ଥା’ନ୍ତି। ସେମାନଙ୍କ ରଙ୍ଗ, ଢଙ୍ଗ ମଧ୍ୟ ଅଲଗା ହୋଇଥାଏ। ନିକଟରେ ବ୍ରାଜିଲରେ ଏକ ହାଇବ୍ରିଡ୍‌ କୁକୁରର ମୃତ୍ୟୁ ଘଟିଛି। ୨୦୨୧ରେ ଏହି ହାଇବ୍ରିଡ୍‌ କୁକୁରର ସନ୍ଧାନ ମିଳିଥିଲା। ଏକ କାର୍‌ ଧକ୍କାରେ କୁକୁରଟି ଆଘାତ ପାଇ ବ୍ରାଜିଲର ୟୁନିଭର୍ସିଡେଡ୍‌ ଫେଡେରାଲ ଡୁ ରିଓ ଗ୍ରେଣ୍ଡ ଡୁ ସଲ ଭେଟେରିନାରି ହସ୍ପିଟାଲରେ ଚିକିତ୍ସିତ ହୋଇଥିଲା। ହେଲେ ସେତେବେଳେ ଏହା କୁକୁର କି ଅନ୍ୟ କିଛି ତାହା ଜଣାପଡ଼ି ନ ଥିଲା। ବୈଜ୍ଞାନିକମାନେ ଏହାର ଜିନୋମର ପରୀକ୍ଷଣ କରିବା ପରେ ତାହା କୁକୁର ଓ କୋକିଶିଆଳିର ହାଇବ୍ରିଡ୍‌ ବୋଲି ଜଣାପଡ଼ିଥିଲା। ତାହାର ନାମ ‘ଡଗ୍‌କ୍ସିମ୍‌୍‌’ ରଖାଯାଇଥିଲା। ଡଗ୍‌କ୍ସିମ୍‌ ଶରୀରରେ ଉଭୟ କୁକୁର ଏବଂ କୋକିଶିଆଳିର ଗୁଣ ରହିଥିଲା। ତା’ର ବଡ଼ କାନ, ଶରୀର ଲୋମଶ, ମୋଟା ଲାଞ୍ଜ ଥିଲା। ହସ୍ପିଟାଲରେ ତା’ର ଦେଖାଶୁଣା କରୁଥିବା ନର୍ସଙ୍କ କହିବା ମୁତାବକ, ଡଗ୍‌ସିମ୍‌ ବହୁତ ଶାନ୍ତ, ସରଳ ଥିଲା। ତା’ ପାଖରେ କୋକିଶିଆଳିର ଗୁଣ ଥିଲେ ବି ସେମାନଙ୍କ ଭଳି କାମୁଡ଼ିବାକୁ ଗୋଡ଼ାଉ ନ ଥିଲା। ସେ ଅନ୍ୟମାନଙ୍କଠାରୁ ଦୂରରେ ରହିବାକୁ ଭଲ ପାଉଥିଲା। ସେ କୁକୁର ଭଳି ଭୁକୁଥିବାବେଳେ କୋକିଶିଆଳି ଭଳି ଚାଲୁଥିଲା। ପରୀକ୍ଷଣରୁ ଏହି ବ୍ରିଡ୍‌ରେ ୭୬ ପ୍ରକାରର କ୍ରୋମୋଜମ୍‌ ଥିବା ଜଣାପଡ଼ିଥିଲା, ଯାହା ଉଭୟ କୁକୁର ଓ କୋକିଶିଆଳିଙ୍କ ମିଶ୍ରଣ।

Share