ଶିଶୁର କଟାମୁଣ୍ଡକୁ ଖାଇଗଲା କୁକୁର

ଯାଜପୁର/ଯାଜପୁର ରୋଡ୍‌ (ହର୍ଷବର୍ଦ୍ଧନ ବେହେରା/ପବିତ୍ର ରଞ୍ଜନ ମହାନ୍ତି), ୧୪ା୧
ଯାଜପୁର ଜିଲାରେ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଯାଜପୁର ରୋଡ ଥାନା ରସୁଲପୁର ବ୍ଲକ ଲକ୍ଷ୍ମୀନଗର ପଞ୍ଚାୟତ ରାଧାନଗର ଗ୍ରାମରୁ ଏକ ଶିଶୁର କଟାମୁଣ୍ଡ ଦେଖିବାକୁ ମିଳିଛି। ପୋଲିସ ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ କଟାମୁଣ୍ଡକୁ କୁକୁର ଧରି କୁଆଡ଼େ ନେଇଯାଇଛି। କଟାମୁଣ୍ଡକୁ କୁକୁର ଖାଇବାର ଫଟୋ ଓ ଭିଡିଓ ଭାଇରାଲ ହୋଇଛି। ଶିଶୁକୁ ବଳି ଦିଆଯାଇଥିବା ସନ୍ଦେହ କରାଯାଉଥିବାବେଳେ ଘଟଣାର ପର୍ଦ୍ଦାଫାସ କରିବା ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶିଶୁର ମୁଣ୍ଡ ଓ ଅବଶିଷ୍ଟ ଶରୀର କିମ୍ବା ଘଟଣା ସମ୍ପର୍କରେ ପୋଲିସ କୌଣସି ସୁରାକ ପାଇ ନ ଥିବା ଜଣାପଡିଛି।
ଶନିବାର ରାତି ପ୍ରାୟ ୮ଟାରେ ଉକ୍ତ ଗ୍ରାମର ବ୍ରଜସୁନ୍ଦର ପତ୍ରୀଙ୍କ ବାଡ଼ିରେ ଥିବା କୁଟାଗଦା ନିକଟରେ ଏକ ଶିଶୁର କଟାମୁଣ୍ଡକୁ କୁକୁର ଖାଉଥିବା ଲୋକେ ଦେଖିଥିଲେ। ରବିବାର ସକାଳେ ଘଟଣା ପ୍ରଘଟ ପରେ ଲକ୍ଷ୍ମୀନଗର ସରପଞ୍ଚ ସର୍ବେଶ୍ୱର ସାହୁ ଯାଜପୁରରୋଡ୍‌ ଥାନାକୁ ଖବର ଦେଇଥିଲେ। ପୂର୍ବାହ୍ନ ୧୦ଟାରେ ଯାଜପୁରରୋଡ୍‌ ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ସଦଳବଳେ ପହଞ୍ଚତ୍ ତଦନ୍ତ କରିଥିଲେ। ସେତେବେଳକୁ ବିଳମ୍ବ ହୋଇଯାଇଥିଲା। କଟାମୁଣ୍ଡକୁ କୁକୁର ଖାଇ ସାରିଥିଲା। ଫଳରେ ପୋଲିସକୁ ତାହା ମିଳି ନ ଥିଲା। ଘଟଣାସ୍ଥଳରେ ରକ୍ତ ପଡ଼ିଥିବା ଦେଖି ପୋଲିସ ସ୍ଥାନୀୟ ଲୋକଙ୍କୁ ପଚରାଉଚୁରା କରିଥିଲେ ମଧ୍ୟ କେହି କିଛି କହି ପାରି ନ ଥିଲେ। ପରେ ଯାଜପୁର ଡିଏସ୍‌ପି ପି. କେ. ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ତଦନ୍ତକୁ ତ୍ୱରାନ୍ବିତ କରିବାକୁ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରୁଛି। କଟାମୁଣ୍ଡକୁ କୁକୁର ଖାଉଥିବା ସମୟରେ କେତେଜଣ ଲୋକ ମୋବାଇଲ ଫୋନ୍‌ରେ ଫୋଟ ଉଠାଇଥିଲେ। ପୋଲିସକୁ ଉକ୍ତ ଫୋଟ ଓ ଭିଡିଓ ହସ୍ତଗତ ହୋଇଛି। ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ପାଇଁ ୩ଟି ଟିମ୍‌ ଗଠନ କରିଛି। ଶିଶୁଟି ଏ ଅଞ୍ଚଳର ନୁହେଁ ଏବଂ ହତ୍ୟାକାରୀ ବାହାରେ କୌଣସି ସ୍ଥାନରେ ଘଟଣା ଘଟାଇ ଏଠାରେ ଫିଙ୍ଗିଦେଇ ଥାଇପାରେ କିମ୍ବା ବଳି ଉଦେଶ୍ୟରେ ଏଭଳି ଘଟଣା ଘଟିଥାଇପାରେ ବୋଲି ଥାନାଧିକାରୀ ପ୍ରଧାନ କହିଛନ୍ତି। ଖୁବ୍‌ଶୀଘ୍ର ସତ୍ୟାସତ୍ୟ ଜଣାପଡିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri