କାମରେ ଲାଗୁନି ଶୌଚାଳୟ

ଦେଓଗାଁ,୧୨ା୧୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସିଙ୍ଗାମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ସିଙ୍ଗାମୁଣ୍ଡା ହୋଇସ୍କୁଲ ପରିସରରେ ତିଆରି ହୋଇଥିବା ଶୌଚାଳୟ କାମରେ ଲାଗୁନି। ୨ବର୍ଷ ତଳେ କୋଭିଡ ସମୟରେ ରାଜ୍ୟ ସରକାର ପ୍ରବାସୀଙ୍କୁ ରଖିବା ପାଇଁ ବିଦ୍ୟାଳୟ ପରିସରରେ ଆନୁସାଙ୍ଗିକ ବ୍ୟବସ୍ଥା ପାଇଁ ଟଙ୍କା ଖର୍ଚ୍ଚ କରିଥିଲେ। ହେଲେ ବର୍ତ୍ତମାନ ଶୌଚାଳୟ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। ଲକ୍ଷଲକ୍ଷ ଟଙ୍କା ବରବାଦ ହୋଇଥଇବା ପ୍ରତୀୟମାନ ହେଉଛି। ଏ ଦିଗରେ ଜିଲାପାଳ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହେଉଛି।