Categories: ଖେଳ

ଡି’ ଭିଲର୍ସଙ୍କ ସମ୍ପର୍କରେ ବଡ଼ ବୟାନ ଦେଲେ କୋହଲି

ଅହମ୍ମଦାବାଦ,୨୮।୪ : ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନ୍‌ରେ ହରାଇବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ବିରାଟ କୋହଲି ସାଥି ଖେଳାଳି ଏବି ଡି’ ଭିଲର୍ସଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି।

ଡି’ ଭିଲର୍ସ ପସନ୍ଦ କରନ୍ତି ନାହିଁ, ମୁଁ ଏହା କୁହେ। ମାତ୍ର ସେ ୫ ମାସ ହେଲା ପ୍ରତିଦ୍ୱନ୍ଦ୍ୱିତାମୂଳକ କ୍ରିକେଟ ଖେଳି ନାହାନ୍ତି। ଏହାସତ୍ତ୍ୱେ ତାଙ୍କ ବ୍ୟାଟିଂ ଦେଖିଲେ ଲାଗୁ ନାହିଁ, ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ଯାଇଛନ୍ତି। ତାଙ୍କୁ ସଲ୍ୟୁଟ। ସେ ଆମ ପାଇଁ ବାରମ୍ବାର ଏଭଳି ଇନିଂସ ଖେଳୁଛନ୍ତି। ସେ ଆମ ଦଳ ପାଇଁ ସେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ବୋଲି ମ୍ୟାଚ୍‌ ପରେ କୋହଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ବିପକ୍ଷରେ ୪୨ ବଲରେ ୭୫* ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ ଡି’ ଭିଲର୍ସ। ଅନ୍ତିମ ଓଭରରେ ସେ ୩ ଛକା ସହ ୨୩ ରନ୍‌ ସ୍କୋର କରିଥିଲେ, ଯାହାକି ଶେଷକୁ ସାବ୍ୟସ୍ତ ହୋଇଥିଲା ନିର୍ଣ୍ଣାୟକ।

Share