ଚାକିରି ବଦଳାଇଲେ ନଚେତ ଛାଡ଼ିଲେ ବନ୍ଦ ହୋଇଯାଏ କି PF ଆକାଉଣ୍ଟ? ଜାଣନ୍ତୁ ସମସ୍ତ ନିୟମ

ନୂଆଦିଲ୍ଲୀ,୧୭।୧୦: କର୍ମଚାରୀ ଭବିଷ୍ୟ ନିଧି (PF) ପ୍ରତ୍ୟେକ ଚାକିରିଆଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଯୋଜନା, ଯେଉଁଥିରେ ଆପଣଙ୍କ ଦୀର୍ଘକାଳୀନ ସଞ୍ଚୟ ଜମା ହୋଇଥାଏ। କିନ୍ତୁ ଅନେକ ସମୟରେ ଲୋକେ ଚାକିରି ବଦଳାଇବା କିମ୍ବା ଛାଡ଼ିବା ପରେ PF ଆକାଉଣ୍ଟ ଟ୍ରାନ୍ସଫର କରାଇବାକୁ ଭୁଲିଯାଆନ୍ତି। ଏହି ଭୁଲ ଆଗକୁ ବଡ଼ କ୍ଷତିର କାରଣ ହୋଇପାରେ। ଯଦି ସମୟମତେ ଟ୍ରାନ୍ସଫର ନ କରାଯାଏ, ତେବେ ଆପଣଙ୍କ PF ଆକାଉଣ୍ଟ ବ୍ଲକ କିମ୍ବା ନିଷ୍କ୍ରିୟ (ଇନଆକ୍ଟିଭ) ହୋଇପାରେ। ଆସନ୍ତୁ ଜାଣିବା ଏହା ସହ ଜଡ଼ିତ ସମସ୍ତ ନିୟମ, ଯାହା ଆଗକୁ କୌଣସି ଅସୁବିଧାରୁ ରକ୍ଷା କରିବ।

ଚାକିରି ଛାଡ଼ିବା ପରେ ମଧ୍ୟ ମିଳିଥାଏ ସୁଧ
ଯଦି ଆପଣ ନିକଟରେ ଚାକିରି ଛାଡ଼ିଛନ୍ତି ଏବଂ ଆପଣଙ୍କ PF ଆକାଉଣ୍ଟରେ ଟଙ୍କା ଜମା ଅଛି, ତେବେ ଚିନ୍ତାର କିଛି ନାହିଁ। ସରକାରଙ୍କ ତରଫରୁ ପ୍ରତିବର୍ଷ PF ଆକାଉଣ୍ଟରେ ସୁଧ ଦିଆଯାଇଥାଏ। ତେବେ, ଯଦି ଆପଣଙ୍କ ବୟସ ୫୫ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ଚାକିରି ଛାଡ଼ିବା ପରେ ତିନି ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ କୌଣସି ନୂଆ ଅବଦାନ ନ ହୁଏ, ତେବେ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇପାରେ। ଏହି ସ୍ଥିତିରେ ଆକାଉଣ୍ଟରେ ସୁଧ ମିଳିବା ବନ୍ଦ ହୋଇଯିବ। ତେଣୁ ପରାମର୍ଶ ଦିଆଯାଇଛି ଯେ, ଚାକିରି ଛାଡ଼ିବା ପରେ ତିନି ବର୍ଷ ମଧ୍ୟରେ କିଛି ନା କିଛି ଲେଣଦେଣ କରନ୍ତୁ, ଯେମିତି ଟିକେ ରାଶି ଉଠାଇ ନିଅନ୍ତୁ, ଯାହା ଦ୍ୱାରା ଆକାଉଣ୍ଟ ସକ୍ରିୟ ରହିବ।

ନିଷ୍କ୍ରିୟ PF ଆକାଉଣ୍ଟର ରାଶିର କ’ଣ ହୁଏ?
ଯଦି ଆପଣଙ୍କ PF ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି, ତେବେ ସରକାରୀ ନିୟମ ଅନୁସାରେ ଏହା ଉପରେ ସୁଧ ମିଳିବ ନାହିଁ। ଏତିକି ନୁହେଁ, କିଛି ସମୟ ପରେ ଏହି ରାଶି ସିନିୟର ସିଟିଜନ ୱେଲଫେୟାର ଫଣ୍ଡକୁ ଟ୍ରାନ୍ସଫର କରାଯାଇଥାଏ। ଇପିଏଫ୍‌ ଓ ଏମ୍‌ପି ଆକ୍ଟ, ୧୯୫୨ର ଧାରା ୧୭ ଅନୁଯାୟୀ ଆସୁଥିବା ଟ୍ରଷ୍ଟଗୁଡ଼ିକ ମଧ୍ୟ ଏହି ନିୟମ ଅଧୀନରେ ଆସନ୍ତି ଏବଂ ସେମାନଙ୍କୁ ମଧ୍ୟ ଏହିପରି ରାଶି ଫଣ୍ଡକୁ ପଠାଇବାକୁ ପଡ଼ିଥାଏ।

୨୫ ବର୍ଷ ପର୍ଯ୍ୟନ୍ତ ଦାବି କରିପାରିବେ
ଯେତେବେଳେ ଆପଣଙ୍କ ଟଙ୍କା ସିନିୟର ସିଟିଜନ େଓୱଲଫେୟାର ଫଣ୍ଡକୁ ଚାଲିଯାଏ, ସେତେବେଳେ ମଧ୍ୟ ଆପଣଙ୍କ ପାଖରେ ଏହାକୁ ଫେରାଇ ଆଣିବାର ସୁଯୋଗ ରହିଥାଏ। PF ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଥିବା ରାଶି ୨୫ ବର୍ଷ ପର୍ଯ୍ୟନ୍ତ ସେଠାରେ ଦାବି ବିନା ରହିଥାଏ। ଏହି ସମୟ ମଧ୍ୟରେ ଆପଣ ଦାବି କରି ରାଶି ଫେରାଇ ନେଇପାରିବେ। ଯଦି ଆପଣ ୫୫ ବର୍ଷ ବୟସରେ ଅବସର ନେଉଛନ୍ତି, ତେବେ ଚେଷ୍ଟା କରନ୍ତୁ ଯେ ଆକାଉଣ୍ଟକୁ ନିଷ୍କ୍ରିୟ ହେବାକୁ ନ ଦିଅନ୍ତୁ ଏବଂ ଶେଷ ବାଲାନ୍ସ ଯଥାଶୀଘ୍ର ଉଠାଇ ନିଅନ୍ତୁ।

କିପରି ଦାବି କରିବେ?
ଯଦି ଆପଣଙ୍କ PF ଆକାଉଣ୍ଟ ବନ୍ଦ କିମ୍ବା ନିଷ୍କ୍ରିୟ ହୋଇଯାଇଛି, ତେବେ ଏହା ସହ ଜଡ଼ିତ ଦାବିକୁ ସମାଧାନ କରିବା ଜରୁରୀ। ଏଥିପାଇଁ ଆପଣଙ୍କ ଦାବିକୁ ଆପଣଙ୍କ ନିଯୁକ୍ତିଦାତା (ଏମପ୍ଲୟର) ଦ୍ୱାରା ପ୍ରମାଣିତ କରାଯାଇଥାଏ। କିନ୍ତୁ ଯଦି ଆପଣଙ୍କ କମ୍ପାନୀ ବନ୍ଦ ହୋଇଯାଇଛି, ତେବେ ଆପଣ ବ୍ୟାଙ୍କ KYC ଡକ୍ୟୁମେଣ୍ଟ ଜରିଆରେ ଯାଞ୍ଚ କରାଇପାରିବେ। ଏଥିରେ ପ୍ୟାନ କାର୍ଡ, ଭୋଟର ଆଇଡି, ପାସପୋର୍ଟ, ରାସନ କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ଏହାପରେ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର କିମ୍ବା ଅନ୍ୟ ଅଧିକାରୀ ରାଶିର ଯାଞ୍ଚ କରି ଟ୍ରାନ୍ସଫର କିମ୍ବା ପେମେଣ୍ଟ ପାଇଁ ଅନୁମୋଦନ ଦେଇଥାନ୍ତି। ଆପଣଙ୍କ PF ଆକାଉଣ୍ଟ ହେଉଛି ଆପଣଙ୍କ ବର୍ଷ ବର୍ଷର କଠିନ ପରିଶ୍ରମର ସଞ୍ଚୟ। ତେଣୁ ଚାକିରି ବଦଳାଇବା ସମୟରେ କିମ୍ବା ଛାଡ଼ିବା ପରେ ଏହାକୁ ଅପଡେଟ୍‌ କିମ୍ବା ଟ୍ରାନ୍ସଫର କରାଇବାକୁ କେବେ ଭୁଲନ୍ତୁ ନାହିଁ। ଟିକେ ସତର୍କତା ଆପଣଙ୍କୁ ଭବିଷ୍ୟତରେ ବଡ଼ ଆର୍ଥିକ ଅସୁବିଧାରୁ ରକ୍ଷା କରିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମଘନ ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ନିର୍ମଳାଙ୍କ ବଜେଟ୍‌ ଉପସ୍ଥାପନ ପରେ ଅମିତ ଶାହାଙ୍କ ପ୍ରତିକ୍ରିୟା, କହିଲେ ୨୦୪୭ ସୁଦ୍ଧା ହେବ…

ନୂଆଦିଲ୍ଲୀ,୧ା୨: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରବିବାର ଲଗାତର ନବମ ଥର ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍‌ (୨୦୨୬-୨୭) ଉପସ୍ଥାପନ କରିଛନ୍ତି। ବଜେଟ୍‌ ସମୟରେ ଅନେକ ବଡ଼ ଘୋଷଣା…

ଦେଶ ଉପରେ କେତେ ଋଣ, କେଉଁଠି ଖର୍ଚ୍ଚ ହେବ ଆପଣଙ୍କ ଟଙ୍କା? ଜାଣନ୍ତୁ ଚଳିତବର୍ଷର ବଜେଟ୍‌ ସାଇଜ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଦେଶର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବର୍ଷ, ସରକାର ଅଭିବୃଦ୍ଧିର ଗତି ବଜାୟ…

‘କେରଳକୁ ନେଇ କିଛି କହିଲେ ନାହିଁ ଅର୍ଥମନ୍ତ୍ରୀ’, କାହିଁକି ନିର୍ମଳାଙ୍କୁ ଏମିତି କହିଲେ ଶଶି ଥରୁର? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧।୨: ଶଶି ଥରୁର, ବଜେଟ 2026 ଉପରେ ତାଙ୍କର ପ୍ରଥମ ପ୍ରତିକ୍ରିୟାରେ କହିଥିଲେ ଯେ ବହୁତ କମ ବିବରଣୀ ଉପଲବ୍ଧ ଥିଲା। ସେ କହିଥିଲେ ଯେ ୩-୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri