ଚାକିରି ବଦଳାଇଲେ ନଚେତ ଛାଡ଼ିଲେ ବନ୍ଦ ହୋଇଯାଏ କି PF ଆକାଉଣ୍ଟ? ଜାଣନ୍ତୁ ସମସ୍ତ ନିୟମ

ନୂଆଦିଲ୍ଲୀ,୧୭।୧୦: କର୍ମଚାରୀ ଭବିଷ୍ୟ ନିଧି (PF) ପ୍ରତ୍ୟେକ ଚାକିରିଆଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଞ୍ଚୟ ଯୋଜନା, ଯେଉଁଥିରେ ଆପଣଙ୍କ ଦୀର୍ଘକାଳୀନ ସଞ୍ଚୟ ଜମା ହୋଇଥାଏ। କିନ୍ତୁ ଅନେକ ସମୟରେ ଲୋକେ ଚାକିରି ବଦଳାଇବା କିମ୍ବା ଛାଡ଼ିବା ପରେ PF ଆକାଉଣ୍ଟ ଟ୍ରାନ୍ସଫର କରାଇବାକୁ ଭୁଲିଯାଆନ୍ତି। ଏହି ଭୁଲ ଆଗକୁ ବଡ଼ କ୍ଷତିର କାରଣ ହୋଇପାରେ। ଯଦି ସମୟମତେ ଟ୍ରାନ୍ସଫର ନ କରାଯାଏ, ତେବେ ଆପଣଙ୍କ PF ଆକାଉଣ୍ଟ ବ୍ଲକ କିମ୍ବା ନିଷ୍କ୍ରିୟ (ଇନଆକ୍ଟିଭ) ହୋଇପାରେ। ଆସନ୍ତୁ ଜାଣିବା ଏହା ସହ ଜଡ଼ିତ ସମସ୍ତ ନିୟମ, ଯାହା ଆଗକୁ କୌଣସି ଅସୁବିଧାରୁ ରକ୍ଷା କରିବ।

ଚାକିରି ଛାଡ଼ିବା ପରେ ମଧ୍ୟ ମିଳିଥାଏ ସୁଧ
ଯଦି ଆପଣ ନିକଟରେ ଚାକିରି ଛାଡ଼ିଛନ୍ତି ଏବଂ ଆପଣଙ୍କ PF ଆକାଉଣ୍ଟରେ ଟଙ୍କା ଜମା ଅଛି, ତେବେ ଚିନ୍ତାର କିଛି ନାହିଁ। ସରକାରଙ୍କ ତରଫରୁ ପ୍ରତିବର୍ଷ PF ଆକାଉଣ୍ଟରେ ସୁଧ ଦିଆଯାଇଥାଏ। ତେବେ, ଯଦି ଆପଣଙ୍କ ବୟସ ୫୫ ବର୍ଷ କିମ୍ବା ତା’ଠାରୁ ଅଧିକ ଏବଂ ଚାକିରି ଛାଡ଼ିବା ପରେ ତିନି ବର୍ଷ ପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରେ କୌଣସି ନୂଆ ଅବଦାନ ନ ହୁଏ, ତେବେ ଆପଣଙ୍କ ଆକାଉଣ୍ଟ ନିଷ୍କ୍ରିୟ ହୋଇପାରେ। ଏହି ସ୍ଥିତିରେ ଆକାଉଣ୍ଟରେ ସୁଧ ମିଳିବା ବନ୍ଦ ହୋଇଯିବ। ତେଣୁ ପରାମର୍ଶ ଦିଆଯାଇଛି ଯେ, ଚାକିରି ଛାଡ଼ିବା ପରେ ତିନି ବର୍ଷ ମଧ୍ୟରେ କିଛି ନା କିଛି ଲେଣଦେଣ କରନ୍ତୁ, ଯେମିତି ଟିକେ ରାଶି ଉଠାଇ ନିଅନ୍ତୁ, ଯାହା ଦ୍ୱାରା ଆକାଉଣ୍ଟ ସକ୍ରିୟ ରହିବ।

ନିଷ୍କ୍ରିୟ PF ଆକାଉଣ୍ଟର ରାଶିର କ’ଣ ହୁଏ?
ଯଦି ଆପଣଙ୍କ PF ଆକାଉଣ୍ଟ ନିଷ୍କ୍ରିୟ ହୋଇଯାଇଛି, ତେବେ ସରକାରୀ ନିୟମ ଅନୁସାରେ ଏହା ଉପରେ ସୁଧ ମିଳିବ ନାହିଁ। ଏତିକି ନୁହେଁ, କିଛି ସମୟ ପରେ ଏହି ରାଶି ସିନିୟର ସିଟିଜନ ୱେଲଫେୟାର ଫଣ୍ଡକୁ ଟ୍ରାନ୍ସଫର କରାଯାଇଥାଏ। ଇପିଏଫ୍‌ ଓ ଏମ୍‌ପି ଆକ୍ଟ, ୧୯୫୨ର ଧାରା ୧୭ ଅନୁଯାୟୀ ଆସୁଥିବା ଟ୍ରଷ୍ଟଗୁଡ଼ିକ ମଧ୍ୟ ଏହି ନିୟମ ଅଧୀନରେ ଆସନ୍ତି ଏବଂ ସେମାନଙ୍କୁ ମଧ୍ୟ ଏହିପରି ରାଶି ଫଣ୍ଡକୁ ପଠାଇବାକୁ ପଡ଼ିଥାଏ।

୨୫ ବର୍ଷ ପର୍ଯ୍ୟନ୍ତ ଦାବି କରିପାରିବେ
ଯେତେବେଳେ ଆପଣଙ୍କ ଟଙ୍କା ସିନିୟର ସିଟିଜନ େଓୱଲଫେୟାର ଫଣ୍ଡକୁ ଚାଲିଯାଏ, ସେତେବେଳେ ମଧ୍ୟ ଆପଣଙ୍କ ପାଖରେ ଏହାକୁ ଫେରାଇ ଆଣିବାର ସୁଯୋଗ ରହିଥାଏ। PF ଆକାଉଣ୍ଟରୁ ଟ୍ରାନ୍ସଫର ହୋଇଥିବା ରାଶି ୨୫ ବର୍ଷ ପର୍ଯ୍ୟନ୍ତ ସେଠାରେ ଦାବି ବିନା ରହିଥାଏ। ଏହି ସମୟ ମଧ୍ୟରେ ଆପଣ ଦାବି କରି ରାଶି ଫେରାଇ ନେଇପାରିବେ। ଯଦି ଆପଣ ୫୫ ବର୍ଷ ବୟସରେ ଅବସର ନେଉଛନ୍ତି, ତେବେ ଚେଷ୍ଟା କରନ୍ତୁ ଯେ ଆକାଉଣ୍ଟକୁ ନିଷ୍କ୍ରିୟ ହେବାକୁ ନ ଦିଅନ୍ତୁ ଏବଂ ଶେଷ ବାଲାନ୍ସ ଯଥାଶୀଘ୍ର ଉଠାଇ ନିଅନ୍ତୁ।

କିପରି ଦାବି କରିବେ?
ଯଦି ଆପଣଙ୍କ PF ଆକାଉଣ୍ଟ ବନ୍ଦ କିମ୍ବା ନିଷ୍କ୍ରିୟ ହୋଇଯାଇଛି, ତେବେ ଏହା ସହ ଜଡ଼ିତ ଦାବିକୁ ସମାଧାନ କରିବା ଜରୁରୀ। ଏଥିପାଇଁ ଆପଣଙ୍କ ଦାବିକୁ ଆପଣଙ୍କ ନିଯୁକ୍ତିଦାତା (ଏମପ୍ଲୟର) ଦ୍ୱାରା ପ୍ରମାଣିତ କରାଯାଇଥାଏ। କିନ୍ତୁ ଯଦି ଆପଣଙ୍କ କମ୍ପାନୀ ବନ୍ଦ ହୋଇଯାଇଛି, ତେବେ ଆପଣ ବ୍ୟାଙ୍କ KYC ଡକ୍ୟୁମେଣ୍ଟ ଜରିଆରେ ଯାଞ୍ଚ କରାଇପାରିବେ। ଏଥିରେ ପ୍ୟାନ କାର୍ଡ, ଭୋଟର ଆଇଡି, ପାସପୋର୍ଟ, ରାସନ କାର୍ଡ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଭଳି ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ଏହାପରେ ଆସିଷ୍ଟାଣ୍ଟ ପ୍ରୋଭିଡେଣ୍ଟ ଫଣ୍ଡ କମିଶନର କିମ୍ବା ଅନ୍ୟ ଅଧିକାରୀ ରାଶିର ଯାଞ୍ଚ କରି ଟ୍ରାନ୍ସଫର କିମ୍ବା ପେମେଣ୍ଟ ପାଇଁ ଅନୁମୋଦନ ଦେଇଥାନ୍ତି। ଆପଣଙ୍କ PF ଆକାଉଣ୍ଟ ହେଉଛି ଆପଣଙ୍କ ବର୍ଷ ବର୍ଷର କଠିନ ପରିଶ୍ରମର ସଞ୍ଚୟ। ତେଣୁ ଚାକିରି ବଦଳାଇବା ସମୟରେ କିମ୍ବା ଛାଡ଼ିବା ପରେ ଏହାକୁ ଅପଡେଟ୍‌ କିମ୍ବା ଟ୍ରାନ୍ସଫର କରାଇବାକୁ କେବେ ଭୁଲନ୍ତୁ ନାହିଁ। ଟିକେ ସତର୍କତା ଆପଣଙ୍କୁ ଭବିଷ୍ୟତରେ ବଡ଼ ଆର୍ଥିକ ଅସୁବିଧାରୁ ରକ୍ଷା କରିପାରେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?