Posted inଫୁରସତ

କରୋନା ମହାମାରୀ ସମୟରେ ହୋଟେଲ୍‌ରେ ରହୁଛନ୍ତି କି? ଜାଣନ୍ତୁ କିପରି ନିଜକୁ ରଖିବେ ସୁରକ୍ଷିତ

ମହାମାରୀ କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ସରକାର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ମାସର ଲକ୍‌ଡାଉନ୍‌ ପରେ ଲୋକେ ଧୀରେ ଧୀରେ ବାହାରକୁ ବାହାରିଛନ୍ତି। ପ୍ରତିବନ୍ଧକରେ ସାମାନ୍ୟ କୋହଳ କରାଯାଇଛି। ଏହା ସହିତ ସର୍ବସାଧାରଣ ସ୍ଥାନ ଏବଂ ପରିବହନ କ୍ଷେତ୍ରରେ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଫଳରେ ଲୋକେ କାର୍ଯ୍ୟ ଏବଂ ଅନ୍ୟାନ୍ୟ ଉଦ୍ଦେଶ୍ୟରେ ବିଭିନ୍ନ ସହରକୁ ଯିବା ଆସିବା ମଧ୍ୟ ଆରମ୍ଭ କରିଛନ୍ତି। ଦୂର ସ୍ଥାନକୁ ଯାତ୍ରା କଲେ ହୋଟେଲ୍‌ରେ ରହିବା ଜରୁରୀ ପଡ଼ିଥାଏ। ତେଣୁ ହୋଟେଲରେ ରହିବା ସମୟରେ ଏହାର ସୁରକ୍ଷା ବିଷୟରେ ଚିନ୍ତା କରିବା ସହ ନିଜର ସୁରକ୍ଷା ମଧ୍ୟ ଚିନ୍ତା କରିବା ନିତାନ୍ତ ଆବଶ୍ୟକ।
ହୋଟେଲରେ ରହିବା କେତେ ସୁରକ୍ଷିତ?
ହୋଟେଲ୍‌ ଏପରି ଏକ ସ୍ଥାନ ଯେଉଁ ବିଭିନ୍ନ ଆଡୁ ଲୋକେ ଆସି ରହିଥାନ୍ତି। ଏପରି ପରିସ୍ଥିତିରେ, ଜୀବାଣୁ ସଂସ୍ପର୍ଶରେ ଆସିବାର ସମ୍ଭାବନା ବହୁତ ଅଧିକ ଥାଏ। ଯେହେତୁ ଆମେ ସମସ୍ତେ ଜାଣିଛେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଲେ କରୋନା ଭାଇରସ ବିସ୍ତାର ହୁଏ, ତେଣୁ ଅନ୍ୟ ଲୋକଙ୍କଠାରୁ ୨ ଫୁଟ ଦୂରତା ବଜାୟ ରଖିବା ଜରୁରୀ ଅଟେ। ଯେତେବେଳେ ଆପଣ ନିଜ କୋଠରିରେ ଥା’ନ୍ତି ସେତେବେଳେ ନିଜକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିଥାନ୍ତି। ମାତ୍ର ଯେତେବେଳେ ଆପଣ ହୋଟେଲର ଲବି କିମ୍ବା ରେଷ୍ଟୁରାଣ୍ଟରେ ଥାଆନ୍ତି ସେତେବେଳେ ନିଜକୁ ସୁରକ୍ଷିତ ରଖିବା ଅସମ୍ଭବ ହୋଇଥାଏ। ତେଣୁ ନିଜ ସୁରକ୍ଷା ନିଜ ହାତରେ।
ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଅନୁଯାୟୀ, ଘରେ ରହିବା ନିହାତି ଜରୁରୀ। ଯଦି ନିହାତି ବାହାରକୁ ଯିବାକୁ ପଡ଼େ ଆଉ ହୋଟେଲରେ ରହିବାକୁ ପଡ଼େ ତେବେ ହୋଟେଲ ପରିଚାଳନା କ୍ଷେତ୍ରକୁ ପରିଷ୍କାର ରଖିବା ଜରୁରୀ।
– ସର୍ବଦା ମାସ୍କ ବ୍ୟବହାର କରନ୍ତୁ ଏବଂ ନିୟମିତ ଭାବରେ ହାତ ସଫା କରନ୍ତୁ।

– କୌଣସି ପୃଷ୍ଠକୁ ଛୁଇଁବା ପରେ କିମ୍ବା ଖାଇବା ପୂର୍ବରୁ ହାତକୁ ଭଲ ଭାବରେ ସଫା କରନ୍ତୁ। କୋଠରିରେ ପ୍ରବେଶ କରିବା ମାତ୍ରେ, ସାଧାରଣ ଭାବରେ ସ୍ପର୍ଶ ହୋଇଥିବା ସ୍ଥାନକୁ ଫ୍ଲସ ଏବଂ ଡୋର୍‌ ସ୍କ୍ରିନ୍‌କୁ ସଫା କରନ୍ତୁ।

– ଲିଫ୍ଟ ବଟନ ପରି ହୋଟେଲ ରୁମ୍‌ ବାହାରେ କିଛି ସ୍ପର୍ଶ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ। ଏହା କରିବା ପରେ ହାତକୁ ସଫା କରନ୍ତୁ । ମଇଳା ହାତରେ ମୁହଁ, ପାଟି ଏବଂ ନାକକୁ ଛୁଅନ୍ତୁ ନାହିଁ। ଦିନରେ କେବଳ ଥରେ କୋଠରି ସଫା କରିବା ପାଇଁ ବାଛନ୍ତୁ।

– ରେଷ୍ଟୁରାଣ୍ଟରେ ଖାଇବା ପରିବର୍ତ୍ତେ ନିଜ ରୁମ୍‌କୁ ଖାଦ୍ୟ ଆଣି ଖାଆନ୍ତୁ। ଫଳରେ ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସିବାରୁ ରକ୍ଷା ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri