ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍‌

ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଛନ୍ତି। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍‌ସା )ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରିଥିଲେ। ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ ଦୁଇଦିନ ତଳେ ଏସ୍‌ମା ଲାଗୁ କରିଛନ୍ତି। ଡାକ୍ତରୀ ମହାସଂଘ ଏହାକୁ ଖାତିର ନ କରି ଆନ୍ଦୋଳନ ଅବ୍ୟାହତ ରଖିବା ସହ କ୍ୟାମେରା ସାମ୍ନାରେ ନ କହିଲେ ମଧ୍ୟ ପରୋକ୍ଷ ଭାବେ ଯେହେତୁ ସେମାନେ କୌଣସି ଆପାତକାଳୀନ ସେବା (ଇମର୍ଜେନ୍ସି) ପ୍ରଦାନରେ ବ୍ୟାହତ ଘଟାଇ ନାହାନ୍ତି ତେଣୁ ଏସ୍‌ମାର ମୂଲ୍ୟ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ଡାକ୍ତରଙ୍କ ଏହି ଦୁଇଘଣ୍ଟିଆ ଓପିଡି ବନ୍ଦ ଯୋଗୁ ଘଣ୍ଟା ଘଣ୍ଟା ଧରି ରୋଗୀ ଲମ୍ବା ଲାଇନରେ ଅପେକ୍ଷା କରିବା ଦୃଶ୍ୟ ବିପର୍ଯ୍ୟସ୍ତ ରୋଗୀସେବାର ଉଦାହରଣ ସାଜିଛି। ଏଥିନେଇ ରୋଗୀମାନେ ଅସନ୍ତୋଷ ପ୍ରକଟ କରୁଥିବା ଏକ ସାଧାରଣ ଘଟଣା ସାଜିଥିବା ବେଳେ ସରକାର ତୁରନ୍ତ ପ୍ରତିକାର ଜନିତ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ: ପ୍ରତିଶ୍ରୁତି ପରେ ଖୋଲିଲା ତାଲା

ନୂଆପଡ଼ା,୯ା୧ ( ମକାରୁ ବେମାଲ):ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ. ୨ ଗଡତୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥାକୁ ନେଇ ଗୁରୁବାର...

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ କନ୍ୟାଙ୍କୁ ମିଳିବ ପାଉଁଜି, ଶାଢ଼ୀ, ଚୁଡ଼ି

ଭୁବନେଶ୍ୱର,୯।୧: ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ସହାୟତା ସହିତ ସରକାର ଉପହାର ମଧ୍ୟ ଦେବେ। ଏନେଇ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯୋଗ୍ୟ...

ମ୍ୟାଚ୍‌ ଚାଲିଥିବା ସମୟରେ ବଡ଼ ଅଘଟଣ: ଟଳିପଡ଼ିଲେ କ୍ରିକେଟର୍‌

ନୂଆଦିଲ୍ଲୀ,୯।୧: ଭାରତୀୟ କ୍ରିକେଟରୁ ଅତ୍ୟନ୍ତ ଦୁଃଖଦ ଖବର ଆସିଛି। ପୂର୍ବତନ ମିଜୋରାମ ରଣଜୀ କ୍ରିକେଟର କେ. ଲାଲରେମ୍ରୁଆତାଙ୍କର ପଡ଼ିଆରେ ଦେହାନ୍ତ ହୋଇଛି। ଏକ ସ୍ଥାନୀୟ କ୍ରିକେଟ...

ED ରେଡକୁ ବିରୋଧ କରି ଅମିତ ଶାହଙ୍କ କାର୍ଯ୍ୟାଳୟ ଆଗରେ TMCର ବିକ୍ଷୋଭ, ଏହି ସାଂସଦଙ୍କୁ ପୋଲିସ…

ନୂଆଦିଲ୍ଲୀ,୯।୧  ପଶ୍ଚିମବଙ୍ଗରେ ଇଡିର କାର୍ଯ୍ୟାନୁଷ୍ଠାନକୁ ନେଇ ହଙ୍ଗାମା ଜାରି ରହିଛି । ଏହାରି ଭିତରେ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦମାନେ ଶୁକ୍ରବାର ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ...

ମହିଳାଙ୍କ ପାଇଁ ସୁରକ୍ଷିତ ସହର: ସପ୍ତମରୁ ୩୪ ନମ୍ବରକୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୯।୧: ଦେଶରେ ମହିଳାଙ୍କ ପାଇଁ କେଉଁ ସହର ସୁରକ୍ଷିତ ତାହାର ଏକ ତାଲିକା ପ୍ରକାଶ ପାଇଛି। ଅବତାର ଗ୍ରୁପ୍‌ ପକ୍ଷରୁ ପ୍ରକାଶିତ ‘ଟପ୍ ସିଟିଜ୍ ଫର୍...

ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମେଧାବୀ ଛାତ୍ରଙ୍କ ଜୀବନ, ଗ୍ରାମରେ ଶୋକ

ପଟ୍ଟାଙ୍ଗି୯।୧(ଶରତ କୁମାର ଧଳ): ରାଜ୍ୟରେ ଚାଲିଛି ସଡ଼କ ସୁରକ୍ଷା ମାସ କିନ୍ତୁ ଏଠି ନିଜେ ସଚେତନ ହେଉନାହାନ୍ତି  ଲୋକେ। ସଚେତନତା କରାଇବା ଦୂରର କଥା ବର୍ଷର...

ଦଧିମାଛଗାଡିଆ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ

ଖୋର୍ଦ୍ଧା,୯।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ବର ଚେନ୍ନାଇ ୧୬ ନମ୍ବର ଜାତୀୟ ରାଜପଥ ସଦର ଥାନା ଅନ୍ତର୍ଗତ ଦଧିମାଛଗାଡ଼ିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭୋର ସମୟରେ...

ଆମେରିକା ଯିବା ସ୍ବପ୍ନ ହୋଇଯିବ ଚୁର୍‌ମାର୍‌! ଭାରତକୁ ଚେତାବନୀ ଦେଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧: ଭାରତରେ ଥିବା ଆମେରିକୀୟ ଦୂତାବାସ ଆମେରିକା ଯାତ୍ରା କରିବାକୁ ଚାହୁଁଥିବା ଲୋକଙ୍କୁ ବଡ଼ ଚେତାବନୀ ଜାରି କରିଛି। ଏହି ଚେତାବନୀ ବିଶେଷ ଭାବରେ B1/B2...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri