ଡାକ୍ତରଙ୍କ ଦୁଇ ଘଣ୍ଟିଆ ବହିର୍ବିଭାଗ ବନ୍ଦ ଆନ୍ଦୋଳନ: ଚିକିତ୍ସା ଅପେକ୍ଷାରେ ରୋଗୀଙ୍କ ଲମ୍ବା ଲାଇନ୍‌

ବଣାଇଁ,୮ା୧(ପ୍ରଦୀପ ତ୍ରିପାଠୀ): ସାରା ରାଜ୍ୟରେ ଡାକ୍ତରମାନେ ଏବେ ଆନ୍ଦୋଳନରତ। ପ୍ରତୀକାତ୍ମକ ଧାରଣା କ୍ରମେ ପ୍ରତ୍ୟେକ ଦିନ ସକାଳୁ ଦୁଇଘଣ୍ଟା ବହିର୍ବିଭାଗ ବା ଓପିଡିରେ ନ ବସି ବାହାରେ ଧାରଣା ଜାରି ରଖିଛନ୍ତି। ପରିଣାମ ସ୍ବରୂପ ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଡାକ୍ତରମାନେ ରାଜ୍ୟ ଡାକ୍ତରୀ ମହାସଂଘ (ଓମ୍‌ସା )ର ଡାକରା କ୍ରମେ ପ୍ରଥମେ କଳାବ୍ୟାଜ୍‌ ପରିଧାନ କରିଥିଲେ। ପରେ ଓପିଡି ୧ ଘଣ୍ଟା ବନ୍ଦ ଓ ଏବେ ଦୁଇଘଣ୍ଟା ବନ୍ଦ ନିଷ୍ପତ୍ତି ନେଇ ଆନ୍ଦୋଳନ ଜାରି ରଖିଛନ୍ତି। ସରକାର ଡାକ୍ତରଙ୍କ ଦାବି ଶୁଣିବା ପରିବର୍ତ୍ତେ ଦୁଇଦିନ ତଳେ ଏସ୍‌ମା ଲାଗୁ କରିଛନ୍ତି। ଡାକ୍ତରୀ ମହାସଂଘ ଏହାକୁ ଖାତିର ନ କରି ଆନ୍ଦୋଳନ ଅବ୍ୟାହତ ରଖିବା ସହ କ୍ୟାମେରା ସାମ୍ନାରେ ନ କହିଲେ ମଧ୍ୟ ପରୋକ୍ଷ ଭାବେ ଯେହେତୁ ସେମାନେ କୌଣସି ଆପାତକାଳୀନ ସେବା (ଇମର୍ଜେନ୍ସି) ପ୍ରଦାନରେ ବ୍ୟାହତ ଘଟାଇ ନାହାନ୍ତି ତେଣୁ ଏସ୍‌ମାର ମୂଲ୍ୟ ନାହିଁ ବୋଲି ଯୁକ୍ତି ବାଢିଛନ୍ତି। ଡାକ୍ତରଙ୍କ ଏହି ଦୁଇଘଣ୍ଟିଆ ଓପିଡି ବନ୍ଦ ଯୋଗୁ ଘଣ୍ଟା ଘଣ୍ଟା ଧରି ରୋଗୀ ଲମ୍ବା ଲାଇନରେ ଅପେକ୍ଷା କରିବା ଦୃଶ୍ୟ ବିପର୍ଯ୍ୟସ୍ତ ରୋଗୀସେବାର ଉଦାହରଣ ସାଜିଛି। ଏଥିନେଇ ରୋଗୀମାନେ ଅସନ୍ତୋଷ ପ୍ରକଟ କରୁଥିବା ଏକ ସାଧାରଣ ଘଟଣା ସାଜିଥିବା ବେଳେ ସରକାର ତୁରନ୍ତ ପ୍ରତିକାର ଜନିତ ବ୍ୟବସ୍ଥା ଗ୍ରହଣ କରନ୍ତୁ ବୋଲି ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri