ବଲାଙ୍ଗୀର, ୩/୭ (ବୀରେନ୍ଦ୍ର କୁମାର ଝାଙ୍କର)- ଓଡିଶା ମେଡିକାଲ ସର୍ଭିସ ଆସୋସିଏସନ (ଓଏମଏସଏ) ବଲାଙ୍ଗୀର ଶାଖା ପକ୍ଷରୁ ସ୍ଥାନୀୟ ସିଡ଼ିଏମଓ ଅଫିସ ସମ୍ମୁଖରେ ଧାରଣା ଦିଆଯାଉଥିଲା। ଏଥିରେ ବଲାଙ୍ଗୀର ଜିଲାରେ କାର୍ଯ୍ୟରତ ଡାକ୍ତରମାନେ ଯୋଗଦେଇ କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ସାମିଲ ହୋଇଥିଲେ। ଡାକ୍ତର ମାନଙ୍କୁ ସୁରକ୍ଷା ଯୋଗାଇବା, ଜିଲାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ କରିବା, ରେଗୁଲାର ଡିପିସି ବସାଇବା ସମେତ ୧୮ ଦଫା ଦାବି ଶୀଘ୍ର ପୂରଣ କରିବା ପାଇଁ ଦାବି କରିଛନ୍ତି। ବାରମ୍ବାର ପ୍ରତିଶ୍ରୁତି ପରେ ମଧ୍ୟ ଦାବି ପୂରଣ କରା ନ ଯିବାରୁ ଶେଷରେ ଡାକ୍ତରମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଥିବା କହିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଡାକ୍ତର ମାନଙ୍କ ଆନ୍ଦୋଳନ ଯୋଗୁ ବଲାଙ୍ଗୀର ଜିଲା ମୁଖ୍ୟ ଚିକିତ୍ସାଳୟ ସମେତ ସମସ୍ତ ହସ୍ପିଟାଲରେ ରୋଗୀସେବା ବ୍ୟାହତ ହୋଇଥିବା ଜଣାପଡିଛି। ଅନେକ ଡାକ୍ତରଖାନାକୁ ଏବେ ଆୟୁଷ ଡାକ୍ତର ସମ୍ଭାଳିଥିବା ଜଣାପଡିଛି।