ରାଇକିଆ,୨।୭(ପ୍ରଦୀପ ବେହେରା): ଓମସାର ଆହ୍ବାନ କ୍ରମେ ଡାକ୍ତରମାନେ ରାଜ୍ୟବ୍ୟାପୀ ଅନିର୍ଦ୍ଦିଷ୍ଟ କାଳ ପାର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଞ୍ଚିଛି। ୧୦ ଦଫା ଦାବି ପୂରଣ ନ ହେବାରୁ ଡାକ୍ତରମାନେ କଳାବ୍ୟାଜ୍ ପରିଧାନ କରି ପ୍ରତିବାଦ କରିବା ସହ ଆନ୍ଦୋଳନ ଯୋଗୁ ଏହାର ପ୍ରଭାବ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ପଡ଼ିଥିବାବେଳେ ଡାକ୍ତରମାନେ ମେଡିକାଲ ସମ୍ମୁଖରେ ଶାନ୍ତିପୂର୍ଣ ଭାବେ ଧର୍ମଘଟକୁ ଓହ୍ଲାଇଛନ୍ତି। ମେଡିକାଲ ଇନଚାର୍ଜ ଡ଼ .ଶ୍ରୀନିବାସ ପାତ୍ରଙ୍କ ସମେତ ସମସ୍ତ ଡାକ୍ତର ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ଡାକ୍ତରମାନଙ୍କ କାର୍ଯ୍ୟବନ୍ଦ ଯୋଗୁଁ ବାହ୍ୟ ରୋଗୀ ବିଭାଗ (ଓପିଡି) ସେବା ସହ ଅନ୍ୟାନ୍ୟ ନିୟମିତ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଛି।