ଡାକ୍ତରଖାନାରେ ପହଞ୍ଚିଲେ ରାଜୁଙ୍କ ସ୍ତ୍ରୀ-ବନ୍ଧୁ; ଫୋନ ଯୋଗେ କଥା ହେଲେ ଯୋଗୀ

ବମ୍ବେ: କାଲି ଦୁନିଆକୁ ହସାଉଥିବା ଲୋକ ଆଜି ଜୀବନ ମରଣ ସହ କରୁଛି ସଂଘର୍ଷ। କେତେବେଳେ କ’ଣ ହେବ କୁହାଯାଇ ନ ପାରେ। ଆମେ କହୁଛୁ ଦେଶର ଖ୍ୟାତନାମା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ। ବୁଧବାର ଜିମ୍‌ରେ ଟ୍ରେଡ୍‌ମିଲ ଉପରେ ଦୌଡ଼ୁଥିବା ବେଳେ ତାଙ୍କର ହୃଦ୍‌ଘାତ ହୋଇଥିଲା। ସ୍ବାସ୍ଥାବସ୍ଥାକୁ ଦେଖି ତାଙ୍କୁ ତୁରନ୍ତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏବେ ବେଳକୁ ବେଳ ତାଙ୍କ ଅବସ୍ଥା ଗୁରୁତର ହେଉଛି। ତାଙ୍କର ଶରୀର ଡାକ୍ତରୀ ଚିକିତ୍ସାକୁ ଗ୍ରହଣ କରୁନାହିଁ। ଏଣୁ ସେ ଭେଣ୍ଟିଲେଟରରେ ଅଛନ୍ତି।

କମେଡିଆନଙ୍କ ପରିବାର ଏବଂ ବନ୍ଧୁମାନେ ଡାକ୍ତରଖାନାରେ ପହଞ୍ଚିଥିବା ବେଳେ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଏହାଛଡ଼ା ଡାକ୍ତରମାନେ ଅପରାହ୍ନ ଯାଏ ଅପେକ୍ଷା କରିବାକୁ କହୁଛନ୍ତି। ସ୍ଥିତି ଯଦି ନ ସୁଧୁରେ ତେବେ କିଛି ବି ଘଟିପାରେ ବୋଲି ଡାକ୍ତର କହିଥିବା ଜଣାପଡ଼ିଛି।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜୁଙ୍କ ପରିବାର ସହ କଥା ହୋଇଛନ୍ତି। ସେ ରାଜୁଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଯୋଗୀ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି।

Share